ETV Bharat / sports

ଚେନ୍ନାଇ ପିଚ୍‌ ପ୍ରସ୍ତୁତକର୍ତ୍ତାଙ୍କୁ ବିଦା କଲା ବିସିସିଆଇ - ତାପସ ଚାଟାର୍ଜୀଙ୍କୁ

ପରାଜୟ ପରେ ଚେନ୍ନାଇ ପିଚ ପ୍ରସ୍ତୁତ କରିଥିବା କ୍ୟୁରେଟରଙ୍କୁ ଦାୟିତ୍ବ ମୁକ୍ତ କଲା ବିସିସିଆଇ । ଅଧିକ ପଢନ୍ତୁ...

2nd Test: BCCI curator sent off, India team management gets involved
ଚେନ୍ନାଇ ପିଚ୍‌ ପ୍ରସ୍ତୁତକର୍ତ୍ତାଙ୍କୁ ବିଦାକଲା ବିସିସିଆଇ
author img

By

Published : Feb 11, 2021, 10:41 PM IST

ନୂଆଦିଲ୍ଲୀ: ଚେନ୍ନାଇରେ ପ୍ରଥମ ଟେଷ୍ଟରେ ପରାଜୟ ପରେ, ଭାରତୀୟ କ୍ରିକେଟ ବୋର୍ଡର ବଡ ନିଷ୍ପତ୍ତି । ଏମଏ ଚିଦାମ୍ବରମ ଷ୍ଟାଡିୟମର ପିଚ୍‌ ପ୍ରସ୍ତୁତକର୍ତ୍ତାଙ୍କୁ(କ୍ୟୁରେଟର) ବିଦା କରିଛି ବୋର୍ଡ । ଶନିବାର ଠାରୁ ସିରିଜର ଦ୍ବିତୀୟ ଟେଷ୍ଟ ଆରମ୍ଭ ହେବ ।

ତେବେ ତାଙ୍କ ସ୍ଥାନରେ ଭି ରମେଶ କୁମାର ନାମକ ଜଣେ ସ୍ଥାନୀୟ ଗ୍ରାଉଣ୍ଡ୍‌ସମ୍ୟାନଙ୍କୁ ପିଚ୍‌ ପ୍ରସ୍ତୁତ ଦାୟିତ୍ବ ଦିଆଯାଇଛି । ମାତ୍ର କୁମାର କେବେ ପିଚ୍‌ ପ୍ରସ୍ତୁତ କରିନାହାଁନ୍ତି, ଏମିତି କି ପ୍ରଥମ ଶ୍ରେଣୀ ମ୍ୟାଚ ପାଇଁ ମଧ୍ୟ । ହାତରେ ମାତ୍ର ଦୁଇ ଦିନ ସମୟ ରହିଛି । ଏପରି ସ୍ଥିତିରେ କୁମାରଙ୍କ ଉପରେ ଦ୍ବିତୀୟ ଟେଷ୍ଟ ପାଇଁ ପିଚ ପ୍ରସ୍ତୁତ ଗୁରୁତ୍ବ ଦାୟିତ୍ବ ନ୍ୟସ୍ତ କରିଛି ମ୍ୟାନେଜମେଣ୍ଟ । ନାଲି ମାଟି ବଦଳରେ କଳା ମାଟିରେ ପ୍ରସ୍ତୁତ କରିବାକୁ ରହିଛି କଡା ନିର୍ଦ୍ଦେଶ ।

ଫେବ୍ରୁଆରୀ 13ରୁ ଦ୍ବିତୀୟ ଟେଷ୍ଟ ଆରମ୍ଭ ହେବ । ମାତ୍ର ସେଣ୍ଟ୍ରାଲ ଜୋନ୍‌ର ବିସିସିଆଇ କ୍ୟୁରେଟର ତାପସ ଚାଟାର୍ଜୀଙ୍କୁ ପ୍ରଥମ ମ୍ୟାଚ ପରେ ଦାୟିତ୍ବମୁକ୍ତ କରିଛି ବୋର୍ଡ । ଏଥିସହ ବିଜୟ ହଜାରେ ଟ୍ରଫି ମ୍ୟାଚ ପାଇଁ ଇନଡୋର ଓ ଜୟପୁରରେ ପିଚ୍‌ ପ୍ରସ୍ତୁତ ପାଇଁ ଚାଟାର୍ଜୀଙ୍କୁ କୁହାଯାଇଛି । ଏନେଇ ତାମିଲନାଡୁ କ୍ରିକେଟ ଆସୋସିଏସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.