ETV Bharat / sports

2ୟ ଟି-20: ଭାରତ ଆଗରେ 154 ରନର ବିଜୟ ଲକ୍ଷ୍ୟ

author img

By

Published : Nov 7, 2019, 9:58 PM IST

ଦ୍ବିତୀୟ ଟି-20ରେ ବାଂଲାଦେଶ ଭାରତ ଆଗରେ 154 ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ରାଜକୋଟ: ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ- ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟି-20ରେ ବାଂଲାଦେଶ ଭାରତ ଆଗରେ 154 ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । 154 ରନର ବିଜୟ ଲକ୍ଷ୍ୟକୁ ପିଛାକରି ଭାରତ ଶେଷ ଖବର ସୁଦ୍ଧା 10.5 ଓଭର ସୁଦ୍ଧା 118 ରନ ସଂଗ୍ରହ କରିଛି । ରୋହିତ ଶର୍ମା 81 ରନ ସ୍କୋର କରି ଖେଳୁଥିବା ବେଳେ ରାହୁଲ 1 ରନ କରି କ୍ରିଜରେ ଅପରାଜିତ ଅଛନ୍ତି । ଶିଖର ଧୱନ 31 ରନ କରି ଆଉଟ ହୋଇଛନ୍ତି । ଭାରତକୁ ବର୍ତ୍ତମାନ 54 ବଲରୁ 35 ରନ ଆବଶ୍ୟକ ।

ଭାରତ ପ୍ରଥମେ ଟସ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମହମ୍ମଦ ନୈମଙ୍କ ସର୍ବାଧିକ 36 ରନ, ସୌମ୍ୟ ସରକାରଙ୍କ 30ରନ, ମହମ୍ମଦୁଲ୍ଲାଙ୍କ 30 ରନ ଓ ଲିଟନ ଦାସଙ୍କ 29 ରନ ସହାୟତାରେ ବାଂଲାଦେଶ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 153 ରନ କରିଥିଲା ।

ଭାରତ ପକ୍ଷରୁ ୟୁଜଭେନ୍ଦ୍ର ଚହଲ ସର୍ବାଧିକ 2ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପକ ଚହର, ଖଲିଲ ଅହମ୍ମଦ, ୱାଶିଂଟନ ସୁନ୍ଦର ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.