ETV Bharat / sports

ଦ୍ବିତୀୟ ଦିନିକିଆ: ରାହୁଲଙ୍କ ଶତକ, ଭାରତ 336/6 - ଦ୍ବିତୀୟ ଦିନିକିଆ

ଦ୍ବିତୀୟ ଦିନିକିଆରେ ଇଂଲଣ୍ଡ ସାମ୍ନାରେ 337 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ଭାରତ । ଅଧିକ ପଢନ୍ତୁ...

2nd ODIs: india set a target of 337 runs against England
ଦ୍ବିତୀୟ ଦିନିକିଆ: ରାହୁଲଙ୍କ ଶତକ, ଭାରତ 336/6
author img

By

Published : Mar 26, 2021, 5:35 PM IST

Updated : Mar 26, 2021, 6:07 PM IST

ପୁନେ: ଭାରତ ଓ ଇଂଲଣ୍ଡ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମୁକାବିଲା ଜାରି ରହିଛି । ପ୍ରଥମ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 590 ଓଭରରେ 6 ୱିକେଟ ହରାଇ 336 ରନ କରିଛି । ଫଳରେ ଇଂଲଣ୍ଡ ସାମ୍ନାରେ 337 ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି ।

ନିୟମିତ କ୍ୟାପଟେନ ଇଆନ ମୋର୍ଗାନଙ୍କ ଅନୁପସ୍ଥିତିରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଜସ ବଟଲର । ମାତ୍ର 37 ରନ ମଧ୍ୟରେ ଦୁଇ ଭାରତୀୟ ଓପନର ଶିଖର ଧାୱନ ଓ ରୋହିତ ଶର୍ମାଙ୍କୁ ଆଉଟ କରି ବଲଟରଙ୍କ ନିଷ୍ପତ୍ତିକୁ ବୋଲର ସଠିକ ପ୍ରମାଣିତ କରିଥିଲେ ।

ତେବେ ଏହାପରେ ଆରମ୍ଭ ହୋଇଥିଲା ଅନଭିଜ୍ଞ ଇଂଲିସ ବୋଲିଂ ଆକ୍ରମଣର ଅସଲ ପରୀକ୍ଷା । କ୍ୟାପଟେନ ବିରାଟ କୋହଲି କେଏଲ ରାହୁଲଙ୍କ ମିଶି ଦମଦାର ଭାଗିଦାରୀ କରିଥିଲେ ଓ ଭାରତର ସ୍କୋର ଆଉ କୌଣସି କ୍ଷତିରେ 150 ପାର କରାଇଥିଲେ । ମାତ୍ର 158 ରନର ଦଳୀୟ ସ୍କୋରରେ 79 ବଲ୍‌ରୁ 3 ଚୌକା ଓ ଗୋଟିଏ ଛକା ସହାୟତାରେ 66 ରନର ଇଂନିସ ଖେଳି ତୃତୀୟ ଖେଳାଳି ଭାବେ ଆଉଟ ହୋଇଥିଲେ କୋହଲି । ଏଥିସହିତ କୋହଲିଙ୍କ ଠାକୁ ଫ୍ୟାନ୍ସଙ୍କ ଶତକ ଆଶା ପୁଣିଥରେ ମଉଳିଯାଇଥିଲା । ମାତ୍ର ରାହୁଲ ଏହି ସୁଯୋଗୁକୁ ହାତଛଡା କରିନଥିଲେ । ଋଷଭ ପନ୍ତଙ୍କ ସହ ମିଶି ଭାରତୀୟ ଇଂନିସକୁ ଆଗକୁ ବଢାଇବା ସହ ଦମଦାର ଶତକ ହାସଲ କରିଥିଲେ । 114 ବଲ୍‌ରୁ 7 ଚୌକା ଓ 2 ଛକା ସହାୟତାରେ 108 ରନର ମାରାଥନ ଇଂନିସ ଖେଳିଥିଲେ ।

ତେବେ ଭାରତୀୟ ଇଂନିସର ଅନ୍ୟତମ ପ୍ରମୁଖ ହିରୋ ରହିଥିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ । ପୁଣି ଏକ ଧୁଆଁଧାର ଇଂନିସ ଖେଳିବା ସହ ଇଂଲିସ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ ପନ୍ତ । ମାତ୍ର 40 ବଲ୍‌ରୁ ଅବିଶ୍ବସନୀୟ ଭାବେ 3 ଚୌକା ଓ 7 ଛକା ସହାୟତାରେ 77 ରନର ବିସ୍ଫୋରକ ଇଂନିସ ଖେଳି ଭାରତର ସ୍କୋର 300 ପାର୍‌ କରାଇଥିଲେ । ପରେ ପାଣ୍ଡ୍ୟା ବ୍ରଦର୍ସ ଶେଷ 19 ବଲ୍‌ରୁ ଦ୍ରୁତ 26 ରନ ଯୋଡିଥିଲେ । ଶେଷ ଓଭରରେ ଜୁନିୟର ପାଣ୍ଡ୍ୟା ଶେଷ ଖେଳାଳି ଭାବେ 16 ବଲ୍‌ରୁ 35 ରନର ଉପଯୋଗୀ ଇଂନିସ ଖେଳି ପାଭିଲିୟନ ଫେରିଥିଲେ ।

ଇଂଲଣ୍ଡ ପକ୍ଷରୁ ରିସ ଟପଲେ ଓ ଟମ କରନ 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସାମ କରନ ଓ ଆଦିଲ ରସିଦଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 26, 2021, 6:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.