ETV Bharat / sports

ଆଗୁଆ ସିରିଜ କବଜା କଲା ଭାରତୀୟ ମହିଳା ଦଳ

ଘରୋଇ ଦିନିକିଆ ଶୃଙ୍ଖଳାର 2ୟ ମ୍ୟାଚକୁ 5 ୱିକେଟରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ମିତାଲି ବାହିନୀ ।

ଆଗୁଆ ସିରିଜ କବଜା କଲା ଭାରତୀୟ ମହିଳା ଦଳ
author img

By

Published : Oct 12, 2019, 6:27 AM IST

ଭଦୋଦରା: ପୁରୁଷ ଦଳ ନିଜର ଧମାଲ ଜାରି ରଖିଥିବା ବେଳେ ଭାରତୀୟ ମହିଳା କ୍ରିକେଟ ଦଳ ମଧ୍ୟ ଦିନିକିଆ ସିରିଜରେ କମାଲ କରିଛି । ଘରୋଇ ଦିନିକିଆ ଶୃଙ୍ଖଳାର 2ୟ ମ୍ୟାଚକୁ 5 ୱିକେଟରେ ଅତିଥି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ମିତାଲି ବାହିନୀ । ଏଥି ସହିତ 3ମ୍ୟାଚ ବିଶିଷ୍ଟ ଏହି ସିରିଜରେ 2-0ରେ ଆଗୁଆ ରହିଛି ଘରୋଇ ଦଳ । ଦଳର ଏହି ବିଜୟରେ ସାମିଲ ଅଛି ଅଧିନାୟିକା ମିତାଲି ରାଜ ଓ ପୁନମ ରାଉତ୍‌ଙ୍କ ଅର୍ଦ୍ଧଶତକୀୟ ପାଳି ।

ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 6 ୱିକେଟ୍ ହରାଇ 247 ରନ୍ କରିଥିଲା । ଜବାବରେ ଭାରତୀୟ ମହିଳା ଟିମ୍ 48 ଓଭରରେ 5 ୱିକେଟ୍ ହରାଇ 248 ରନ୍ କରିଥିଲା । ଭାରତ ପକ୍ଷରୁ ମିତାଲି ରାଜ ସର୍ବାଧିକ 66 ଓ ପୁନମ 65 ରନ୍ କରିଥିଲେ । ସେହିପରି ହରମନପ୍ରୀତ କୌର୍ ଦ୍ରୁତ ୩୯ ରନ୍ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.