ETV Bharat / sports

କୋରୋନା କାଳରେ କ୍ରିକେଟ ବିଶ୍ବକପ ଏକ 'ଦୁଃସ୍ବପ୍ନ': ମାଇକେଲ ହସି

author img

By

Published : Jul 3, 2020, 4:30 PM IST

2020 ଟି-20 ବିଶ୍ବକପକୁ ନେଇ ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାଇକେଲ ହସିଙ୍କ ବଡ ବୟାନ । 2020ରେ ବିଶ୍ବକପ ଖେଳାଯିବା ଏକ ଦୁଃସ୍ବପ୍ନ ପରି ବୋଲି ହସି କହିଛନ୍ତି ।

2020 T20 WC would be a logistical nightmare, feels Hussey
କୋରୋନା କାଳରେ କ୍ରିକେଟ ବିଶ୍ବକପ ଏକ 'ଦୁଃସ୍ବପ୍ନ': ମାଇକେଲ ହସି

ନୂଆଦିଲ୍ଲୀ: 2020 ଟି-20 ବିଶ୍ବକପକୁ ନେଇ ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାଇକେଲ ହସିଙ୍କ ବଡ ବୟାନ । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-20 ବିଶ୍ବକପ 2021କୁ ସ୍ଥଗିତ ହେବା ଉଚିତ । 2020ରେ ବିଶ୍ବକପ ଖେଳାଯିବା ଏକ ଦୁଃସ୍ବପ୍ନ ପରି ବୋଲି ହସି କହିଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟ ଖେଳାଯିବା ପାଇଁ ଗୋଟିଏ ଟିମକୁ ଆଣି ଆଇସୋଲେଟ କରିବା ସହ, ସୁରକ୍ଷିତ ଭାବେ ଏକ ଦ୍ବିପାକ୍ଷିକ ସିରିଜ ପାଇଁ ପ୍ରସ୍ତୁତ କରାଯାଇପାରେ । ମାତ୍ର କୋରୋନା ଭାଇରସ ସଂକ୍ରମଣ ଭୟ ସମୟରେ, ବିଶ୍ବର ଏକାଧିକ ଟିମକୁ ଆଣି ଆଇସୋଲେଟ କରିବା ଓ ଦେଶର ବିଭିନ୍ନ ଭେନ୍ୟୁକୁ ନେଇ ମ୍ୟାଚ ପ୍ରସ୍ତୁତ କରାଇବା ସମ୍ଭବ ନୁହେଁ ।

ଟିମ ପେଇନ-ବିରାଟ କୋହଲି

ତେବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପୂର୍ବ ନିର୍ଧାରିତ ଅକ୍ଟୋବର ସୂଚୀ(ଅକ୍ଟୋବର 18-ନଭେମ୍ବର 15) ଅନୁୟାୟୀ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଶା ରଖିଥିବା ସୂଚନା ଦେଇଥିଲା । ତେବେ ଚଳିତ ମାସରେ ଆଇସିସି ପକ୍ଷରୁ ଚୁଡାନ୍ତ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି ।

ଅନ୍ୟପଟେ 45ବର୍ଷୀୟ ହସି, ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ନେଇ ମତ ରଖିଛନ୍ତି । ହସି କହିଛନ୍ତି ଚଳିତ ଥର ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ, ଟିମ ଇଣ୍ଡିଆକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ ।

ମାଇକେଲ ହସି

ପୂର୍ବରୁ 2018-19ରେ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ, ଏକମାତ୍ର ଏସିଆନ ଦେଶ ଭାବେ ଅଷ୍ଟ୍ରେଲିଆକୁ ନିଦ ମାଟିରେ ଟେଷ୍ଟ ସିରିଜରେ ପରାସ୍ତ କରିଥିଲା । ସିରିଜରେ ଚେତେଶ୍ବର ପୂଜାରା, ବିରାଟ କୋହଲି, ଋଷଭ ପନ୍ତ, ବୋଲିଂ ବିଭାଗରେ ଜଶପ୍ରୀତ ବୁମରା, ମହମ୍ମଦ ସାମି ଓ ଇଶାନ୍ତ ଶର୍ମା ମିଳିତ ଭାବେ ପ୍ରଭାବି ପ୍ରଦର୍ଶନ କରିଥିଲେ । ଫଳରେ ଟିମ ଇଣ୍ଡିଆ କଙ୍ଗାରୁ ମାଟିରେ ଐତିହାସିକ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ବିଜୟୀ ହୋଇଥିଲା । ତେବେ ପୂର୍ବଥର ଅଷ୍ଟ୍ରେଲିଆ ଟିମରେ ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣରଙ୍କ ପରି ଷ୍ଟାର ଖେଳାଳି ବାସନ୍ତାଦେଶ ଯୋଗୁଁ ଦଳରେ ନଥିଲେ । ମାତ୍ର ଉଭୟ ଖେଳାଳି ଅଷ୍ଟ୍ରେଲିଆ ଚିମକୁ ପୁଣି ପ୍ରତ୍ୟାବର୍ତ୍ତନ କରିଛନ୍ତି । ଫଳରେ ଚଳିତ ବର୍ଷ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ରୋମାଞ୍ଚକର ହେବ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.