ETV Bharat / sports

ଶତକ ଠାରୁ ଭାରତ ଜିତିଲେ ବେଶୀ ଖୁସି ଲାଗେ: ରୋହିତ - VIRAT

ଟିମ ଇଣ୍ଡିଆର ହିଟମ୍ୟାନ ରୋହିତ ଶର୍ମା ଶତକ ଠାରୁ ଭାରତ ଜିତିଲେ ବେଶୀ ଖୁସି ଲାଗେ ବୋଲି କହିଛନ୍ତି । ପ୍ରାୟ 200ଟି ଦିନିକିଆ ମ୍ୟାଚ ସେ ଖେଳି ସାରିଲେଣି । ଯଦି ଏବେ ଭଲ ପ୍ରଦର୍ଶନ ନକରିବେ ଆଉ କେବେ କରିବେ ବୋଲି ରୋହିତ କହିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ବିସିସିଆଇ)
author img

By

Published : Jun 9, 2019, 8:45 AM IST

Updated : Jun 9, 2019, 9:51 AM IST

ଲଣ୍ଡନ: ଟିମ ଇଣ୍ଡିଆର ହିଟମ୍ୟାନ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶତକୀୟ ପାଳି ଖେଳିଥିଲେ । ଫଳରେ ପ୍ରଥମ ମ୍ୟାଚରେ ବିଜୟସହ ବିଶ୍ବକପ ଅଭିଯାନ ଆରମ୍ଭ କରିଛି ଭାରତ । ତେବେ ଶତକ ଠାରୁ ଭାରତ ଜିତିଲେ ବେଶୀ ଖୁସି ଲାଗେ ବୋଲି, ରୋହିତ କହିଛନ୍ତି ।

ରୋହିତ ଶେଷ ଯାଏଁ ବ୍ୟାଟିଂ କରି 122ରନର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳିଥିଲେ । ରୋହିତଙ୍କ ଏହି ଅପରାଜିତ ପାଳିକୁ କ୍ୟାପଟେନ କୋହଲି, ରୋହିତଙ୍କ ଶ୍ରେଷ୍ଠ ଇନିଂସ ବୋଲି କହିଥିଲେ । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଦ୍ବିତୀୟ ମ୍ୟାଚ ରହିଛି ।

ମ୍ୟାଚ ପୂର୍ବରୁ ରୋହିତ ଉପଅଧିନାୟକ ଭାବେ ଭାବେ ସାମ୍ବାଦିକ ସମ୍ମିଳନୀକୁ ଆସିଥିଲେ । ତେବେ ନିଜର ଦମଦାର ପ୍ରଦର୍ଶନ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତର ରଖିଥିଲେ ରୋହିତ । ପ୍ରାୟ 200ଟି ଦିନିକିଆ ମ୍ୟାଚ ସେ ଖେଳି ସାରିଲେଣି ବୋଲି କହିଥିଲେ । ଯଦି ଏବେ ଭଲ ପ୍ରଦର୍ଶନ ନକରିବେ ଆଉ କେବେ କରିବେ ବୋଲି ରୋହିତ କହିଥିଲେ ।

2013 ଚମ୍ପିଆନ୍ସ ଟ୍ରଫିରେ ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ଓପନ କରିବାକୁ ରୋହିତଙ୍କୁ ସୁଯୋଗ ମିଳିଥିଲା । ଧୋନୀ ତାଙ୍କ ଉପରେ ବିଶ୍ବାସ କରି ଏତେ ବଡ ଦାୟିତ୍ବ ଦେଇଥିଲେ । ସେବେଠାରୁ ତାଙ୍କ କ୍ୟାରିୟର ବଦଳିଯାଇଥିଲା । ରୋହିତ ହୋଇଯାଇଥିଲେ ଟିମ ଇଣ୍ଡିଆର ପ୍ରମୁଖ ବ୍ୟାଟ୍ସମ୍ୟାନ ।

Intro:Body:

dfs

Conclusion:
Last Updated : Jun 9, 2019, 9:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.