ETV Bharat / sports

ସ୍ମୃତିରେ 'ଟର୍ବୋନେଟର', ଯେବେ 20 ବର୍ଷୀୟ ସ୍ପିନର ସାମ୍ନାରେ ଚିତ୍‌ପଟାଙ୍ଗ ହୋଇଥିଲେ କଙ୍ଗାରୁ - 20 yrs since Turbanator

ବର୍ଷ 2001ରେ ଅଫ-ସ୍ପିନର ହରଭଜନ ସିଂହ ପ୍ରଥମ ଭାରତୀୟ ବୋଲର ଭାବେ ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ସିରିଜରେ ହାଟ୍ରିକ ୱିକେଟ ଅକ୍ତିଆର କରିଥିଲେ । ଅଧିକ ପଢନ୍ତୁ...

20 yrs since 'Turbanator' spun a web around Aussies
ସ୍ମୃତିରେ 'ଟର୍ବୋନେଟର', ଯେବେ 20 ବର୍ଷୀୟ ସ୍ପିନର ସାମ୍ନାରେ ଚିତ୍‌ପଟାଙ୍କ ହୋଇଥିଲେ କଙ୍ଗାରୁ
author img

By

Published : Mar 11, 2021, 10:50 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଇତିହାସରେ ମାର୍ଚ୍ଚ 11 ଏକ ସ୍ମରଣୀୟ ଦିନ । ବର୍ଷ 2001ରେ ଅଫ-ସ୍ପିନର ହରଭଜନ ସିଂହ ପ୍ରଥମ ଭାରତୀୟ ବୋଲର ଭାବେ ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ସିରିଜରେ ହାଟ୍ରିକ ୱିକେଟ ଅକ୍ତିଆର କରିଥିଲେ ।

ଠିକ୍‌ 20 ବର୍ଷ ପୂର୍ବେ, ହରଭଜନ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଡେନ ଗାର୍ଡେନ କୋଲକାତାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ଏହି ବିରଳ ସଫଳତା ହାସଲ କରି ଇତିହାସ ରଚିଥିଲେ ।

40 ବର୍ଷୀୟ ହରଭଜନ ଟ୍ବିଟ କରିବା ସହ ସେହି ସ୍ମରଣୀୟ ସ୍ମୃତିକୁ ତାଜା କରିଛନ୍ତି । ଏଥିସହ ସେହି ପ୍ରଦର୍ଶନ ପରେ କ୍ୟାରିୟର ବଦଳିଯାଇଥିଲା ବୋଲି ଲେଖିଛନ୍ତି ।

20 ବର୍ଷ ବୟସରେ ଭାରତୀୟ ଟିମରେ ଖେଳୁଥିବାବେଳେ, ହରଭଜନ ଗୋଟିଏ ଓଭରର ତିନୋଟି ବଲରେ ରିକି ପଣ୍ଟିଂ, ଆଡାମ ଗିଲଖ୍ରୀଷ୍ଟ ଓ ସେନ ୱାର୍ଣ୍ଣଙ୍କୁ ଆଉଟ କରିଦେଇଥିଲେ ।

252/4 ଥିବା ଭ୍ରମଣକାରୀ ଦଳ ସମାନ ସ୍କୋରରେ 7 ୱିକେଟ ହରାଇ ସଙ୍କଟରେ ପଡିଥିଲା । ଭାରତ ଏହି ସିରିଜକୁ 2-1ରେ ଜିତିନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.