ETV Bharat / sports

ବିନା ଦର୍ଶକରେ ଖେଳ ହେଲା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ - Australia beat New Zealand

ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡକୁ 71 ରନରେ ପରାସ୍ତ କରିଛି ଆୟୋଜକ ଅଷ୍ଟ୍ରେଲିଆ । ତେବେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ ବିନା ଦର୍ଶକରେ ଖେଳାଯାଇଥିଲା । ଅଧିକ ପଢନ୍ତୁ...

1st-odi-australia-beat-new-zealand-by-71-runs-in-empty-scg
ବିନା ଦର୍ଶକରେ ଖେଳ ହେଲା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ
author img

By

Published : Mar 13, 2020, 9:52 PM IST

ସିଡନୀ: ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡକୁ 71 ରନ୍ ପରାସ୍ତ କରିଛି ଆୟୋଜକ ଅଷ୍ଟ୍ରେଲିଆ । ତେବେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ ବିନା ଦର୍ଶକରେ ଖେଳାଯାଇଥିଲା ।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି 258/7 ରନ ସ୍କୋର କରିଥିଲା । ପ୍ରଥମ ୱିକେଟ ଯୋଡିରେ କ୍ୟାପଟେନ୍ ଆରୋନ୍ ଫିଞ୍ଚ ଏବଂ ଡେଭିଡ ୱାର୍ଣ୍ଣର 124 ରନ୍ ଯୋଡିଥିଲେ । ପରେ ଚାଲିଥିଲା କିୱି ବୋଲରଙ୍କ କମାଲ । 25 ତମ ଓଭରରେ ଅଷ୍ଟ୍ରେଲିଆର ସ୍କୋର 165/4 ହ୍ରାସ ପାଇଥିଲା । ପରେ ମାର୍ନସ୍ ଲାବୁସେନ ଏବଂ ମିଚେଲ ମାର୍ଶ ଦଳର ସ୍କୋର 250 ରନ୍ ଅତିକ୍ରମ କରିବାରେ ସାହାଯ୍ୟ କରିଥିଲେ । ସେହିପରି ଅଷ୍ଟ୍ରେଲିଆ ବୋଲର ପ୍ୟାଟ୍ କୁମିନ୍ସ ଏବଂ ମାର୍ଶ ପ୍ରତ୍ୟେକ 3ଟି ୱିକେଟ୍ ନେଇଥିଲାବେଳେ ଜୋସ୍ ହାଜଲେଉଡ୍ 2ଟି ୱିକେଟ ନେଇଥିଲେ ।

ତେବେ ସିରିଜର ଦ୍ବିତୀୟ ଦିନିକିଆ ମଧ୍ୟ ରବିବାର ଦିନ ଏହି ଏସସିଜି ଗ୍ରାଉଣ୍ଡରେ ଖେଳାଯିବ । ଯାହା ପରେ ମାର୍ଚ୍ଚ 20ରେ 3ୟ ମ୍ୟାଚ ହୋବର୍ଟରେ ଖେଳାଯିବାର ଯୋଜନା ରହିଛି ।

ସଂକ୍ଷିପ୍ତ ସ୍କୋର: 50 ଓଭରରେ ଅଷ୍ଟ୍ରେଲିଆ 258/7 (ଡେଭିଡ ୱାର୍ଣ୍ଣର 67, ଆରୋନ ଫିଞ୍ଚ 60; ଇଶ ସୋଡି 3/51) ବନାମ 41 ଓଭରରେ ନ୍ୟୁଜିଲାଣ୍ଡ 187 (ମାର୍ଟିନ ଗୁପ୍ଟିଲ 40, ଟମ ଲାଥାମ 38; ପ୍ୟାଟ କମିନ୍ସ 3/25) ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.