ଲଣ୍ଡନ: କୋରୋନା ଭାଇରସ ସଂକ୍ରମଣ ଭୟ ସତ୍ତ୍ବେ ଖୁବଶ୍ରୀଘ୍ର ଆରମ୍ଭ ହୋଇପାରେ ଅନ୍ତର୍ଜାତୀୟ କ୍ରିକେଟ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ଟିମ ।
ଚଳିତ ସପ୍ତାହରେ ଅଭ୍ୟାସକୁ ଫେରିବ ଇଂଲଣ୍ଡ କ୍ରିକେଟ ଟିମ । ପ୍ରଥମ ପର୍ଯ୍ୟାୟରେ 18 ଜଣ ବୋଲର ଅଭ୍ୟାସ ଆରମ୍ଭ କରିବେ ବୋଲି ଜଣାପଡିଛି । ତେବେ 18ଜଣ ଇଂଲଣ୍ଡ ବୋଲରଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି । ଏହି ଅଭ୍ୟାସ କ୍ୟାମ୍ପ ଆରମ୍ଭ ହେଲେ, ଇଂଲଣ୍ଡ ବିଶ୍ବରେ ପ୍ରଥମ କ୍ରିକେଟ ଟିମ ଭାବେ ଅଭ୍ୟାସକୁ ଫେରିବ ।
ପ୍ରଥମ ପର୍ଯ୍ୟାରେ ବୋଲର, 2ୟରେ ବ୍ୟାଟ୍ସମ୍ୟାାନ ଓ ପରେ ୱିକେଟ କିପରଙ୍କୁ ଅଭ୍ୟାସ ପାଇଁ ସୁଯୋଗ ମିଳିବ । ଅଭ୍ୟାସ ସମୟରେ ଖେଳାଳିମାନେ ସାମାଜିକ ଦୂରତ୍ବ ପାଳନ କରିବେ ।
ଟିମର ଫିଜିଓ ଓ ଅନ୍ୟ ଅଧିକାରୀ ଏନେଇ ନଜର ରଖିବେ । ମେ 14ରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ପକ୍ଷରୁ ପୁରୁଷ କ୍ରିକେଟ ଟିମ ଅଭ୍ୟାସକୁ ଫେରିବା ନେଇ ଘୋଷଣା କରାଯାଇଥିଲା ।