ETV Bharat / sports

ଭାରତୀୟ କ୍ରିକେଟରେ ଲେଡି ତେନ୍ଦୁଲକର, ଟିମରେ 15 ବର୍ଷିୟା ଖେଳାଳି - 15 ବର୍ଷିୟା ଖେଳାଳି

ଭାରତୀୟ ମହିଳା କ୍ରିକେଟରେ ଲେଡି ତେନ୍ଦୁଲକର । କ୍ରିକେଟ ଇତିହାସର କିମ୍ବଦନ୍ତୀ ଖେଳାଳି ସଚିନ 16 ବର୍ଷ ବୟସରେ ଆରମ୍ଭ କରିଥିଲେ ଖେଳ । ଏହି ମହିଳା କ୍ରିକେଟର ଜଣକ ହେଲେ ଶେଫାଳି ବର୍ମା । ଯିଏ 15 ବର୍ଷ ବୟସରେ ଜାତୀୟ ଟିମରେ ପାଇଛନ୍ତି ସ୍ଥାନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 6, 2019, 1:56 AM IST

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟରେ ଲେଡି ତେନ୍ଦୁଲକର । କ୍ରିକେଟ ଇତିହାସର କିମ୍ବଦନ୍ତୀ ଖେଳାଳି ସଚିନ 16 ବର୍ଷ ବୟସରେ ଆରମ୍ଭ କରିଥିଲେ ଖେଳ । ଆଉ ତାଙ୍କୁ ଅନୁସରଣ କରିଛନ୍ତି ଏହି ମହିଳା କ୍ରିକେଟର ଜଣଙ୍କ । ମାତ୍ର 15 ବର୍ଷ ବୟସରେ ଜାତୀୟ ଟିମରେ ସେ ପାଇଛନ୍ତି ସ୍ଥାନ ।

ଏହି ମହିଳା କ୍ରିକେଟର ଜଣକ ହେଲେ ଶେଫାଳି ବର୍ମା । ସେପ୍ଟେମ୍ବର 24ରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି20 ସିରିଜ ଲାଗି ଶେଫାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଏହି ଘରୋଇ ସିରିଜରେ ହରମନପ୍ରୀତ ଅଧିନାୟିକା ଦାୟିତ୍ବ ତୁଲାଇବେ । ହରିୟାଣା ବାସିନ୍ଦା ଶେଫାଳି ପୂର୍ବରୁ ମହିଳା ଟି20 ଚ୍ୟାଲେଞ୍ଜରେ ଚତ୍ମକାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ମିତାଲି ରାଜଙ୍କ ଟିମ ଭେଲୋସିଟିରେ ଖେଳି ଉତ୍ତମ ପ୍ରଦର୍ଶନ କରିଥିଲେ ।

ମାତ୍ର 15 ବର୍ଷ ବୟସରେ ସେ ନିଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ସଚିନଙ୍କୁ ନିଜ ଆଦର୍ଶ ମାନୁଥିବା ଏହି ଯୁବ ଖେଳାଳି ଆଗାମୀ ଦିନରେ ଭଲ ପ୍ରଦର୍ଶନ କରି ଦିନିକିଆ ଦଳରେ ସ୍ଥାନ ପାଇବାର ଲକ୍ଷ୍ୟ ରଖିଛନ୍ତି । ତେବେ ବୁଧବାର ବରିଷ୍ଠ ଖେଳାଳି ମିତାଲି ରାଜ ଅବସର ନେବା ପରେ ତାଙ୍କ ସ୍ଥାନରେ ଶେଫାଳିଙ୍କୁ ଚୟନ କରାଯାଇଛି । ଏହି ଟିମ ଚୟନ ସମୟରେ କମିଟି ସହ ମିତାଲି ଉପସ୍ଥିତ ଥିଲେ । ଏଥିସହ ହରମନପ୍ରୀତ ଓ କୋଚ ଡବ୍ଲୁ ଭି ରମଣ ଭିସି ଏଥିରେ ଯୋଗ ଦେଇଥିଲେ ।

ବିସିସିଆଇ ହେଡକ୍ବାର୍ଟରରେ ଦଳ ଚୟନ ହୋଇଥିଲା । ସୁରତରେ ପ୍ରଥମ ମ୍ୟାଚରୁ ଏହି ଟି20 ସିରିଜ ଆରମ୍ଭ ହେବ ।

Intro:ନୂଆ ମୋଟର ଯାନ ଆଇନ ଆଳରେ ଟ୍ରାଫିକ ପୋଲିସ ଓ ଏମଭିଆଇ ଏଭଳି ଆତଙ୍କ ରାଜ ଚଳାଇଛନ୍ତି ଯେ ତାକୁ ନେଇ ସାଧାରଣ ଜନତା ନାକେଦମ୍ ହେଲେଣି । ଟ୍ରକ ଚାଳକଙ୍କ ଠାରୁ ବି ଏମଭିଆଇ ହେଲମେଣ୍ଟ ପିନ୍ଧିନଥିବା ଦଫା ଲଗାଇ ଫାଇନ୍ କାଟିଲେଣି । ଯାହାକୁ ଧରୁଛନ୍ତି ତାର ଏଇଟା ନାହିଁ ସେଇଟା ନାହିଁ କହି ସିଧା ହାରାସ କରୁଥିବା ଅଭିଯୋଗ ହୋଇଛି।

ମନଇଚ୍ଛା ଲୁଟୁଛନ୍ତି ପରିବହନ କର୍ମଚାରୀ । ଖୋର୍ଦ୍ଧା ନିକଟରେ ପଶ୍ମିମବଙ୍ଗର ଏକ ଟମାଟୋ ବୋଝେଇ ଟ୍ରକକୁ ଅଟକାଇ ୩୫ ହଜାର ୫୦୦ ଟଙ୍କାର ଫାଇନ୍ କଟାଯାଇଛି । ଏହି ୧୦ ଚକିଆ ଟ୍ରକ ଚାଳକଙ୍କ ଉପରେ ଯେଉଁ ୯ଟି ଫାଇନ୍ ପଡିଛି ସେଥିରେ ୮ ନମ୍ବର ଫାଇନ ପଡିଛି ଡ୍ରାଇଭର ହେଲମେଣ୍ଟ ପିନ୍ଧିନଥିଲେ । ପ୍ରଶ୍ନ ଉଠୁଛି ଟ୍ରକ ଡ୍ରାଇଭର କାହିଁକି ହେଲମେଣ୍ଟ ପିନ୍ଧିବ । ଏ କିଭଳି ନୂଆ ମୋଟର ଯାନ ଆଇନ ଆଉ ଏହାକୁ କିଭଳି ତଣ୍ଡ ଆଦାୟ ତାକୁ ଦେଖି ଲୋକେ ତୋବା କଲେଣି।
Body:ଜଜConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.