ହାଇଦ୍ରାବାଦ: ଆଜି ପ୍ରତିଟି ଭାରତୀୟ ତଥା କୋଟିକୋଟି କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଗୌରବର ଦିନ । ଆଜିର ଦିନରେ କ୍ରିକେଟ ଇତିହାସରେ 100 ଟି ଅନ୍ତର୍ଜାତୀୟ ଶତକର ଅଧିକାରୀ ହୋଇ ଇତିହାସ ରଚିଥିଲେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । ମାର୍ଚ୍ଚ 16, 2012ରେ ବାଂଲାଦେଶ ବିପକ୍ଷରେ 100ତମ ଶତକ ପୂରଣ କରିଥିଲେ ସଚିନ ।
ସଚିନ ରମେଶ ତେନ୍ଦୁଲକର କ୍ରିକେଟ ଦୁନିଆର ଚିରପରିଚିତ ନାମ । ସଚିନ କେବଳ ଗୋଟିଏ ନାମ ନୁହେଁ ଅଗଣିତ କ୍ରିକେଟ ପ୍ରେମୀଙ୍କ ଭାବାବେଗ । ଭାରତ ଭଳି ଦେଶରେ କ୍ରିକେଟ ଧର୍ମ ହେଲେ, କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର। କ୍ରିକେଟର ଅଗଣିତ ରେକର୍ଡର ଅଧିକାରୀ ଏହି ଭାରତୀୟ କ୍ରିକେଟର । ବିଶ୍ବ କ୍ରିକେଟର ଅଦ୍ବିତୀୟ ନାମ ।
ଦୀର୍ଘ 25 ବର୍ଷର କ୍ରିକେଟ କ୍ୟାରିୟରରେ ସଚିନଙ୍କ ପାଇଁ ବେଶ ଖାସ ଥିଲା ଆଜିର ଦିନ। ଅବିଶ୍ବସନୀୟ ହୋଇଥିଲେ ମଧ୍ୟ ଅନେକ କ୍ରିକେଟରଙ୍କ ସ୍ବପ୍ନର ସଫଳତାର ଅଧିକାରୀ ହୋଇଥିଲେ ସଚିନ । ଅନ୍ତର୍ଜାତୀୟ କ୍ରିକେଟରେ 100ଟି ଶତକ ହାସଲ କରି ବିଶ୍ବ କ୍ରିକେଟରେ ବିରଳ ରେକର୍ଡର ହୋଇଥିଲେ ଅଧିକାରୀ ।
ଦିନିକିଆ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ଦୁଇଶତକ ହାସଲ କରିଥିଲେ ସଚିନ ତେନ୍ଦୁଲକର । ପ୍ରଥମ କ୍ରିକେଟର ଭାବେ 10,000 ରନ ପୂରଣ କରିଥିଲେ । ପ୍ରଥମ କ୍ରିକେଟର ଭାବେ 50 ଟେଷ୍ଟ ଶତକ ଓ 20 ଦିନିକିଆ ଶତକ ଓ 12,000 ଟେଷ୍ଟ ରନ ହାସଲ କରିଥିଲେ ।
ମାଇଲଷ୍ଟୋନମ୍ୟାନ ସଚିନ ରେକର୍ଡ
- ସର୍ବାଧିକ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିବା କ୍ରିକେଟର: 463
- ସର୍ବାଧିକ ମ୍ୟାଚ ଅଫ ଦ ମ୍ୟାଚ ଆୱାର୍ଡ ବିଜେତା: 62
- ସର୍ବାଧିକ ମ୍ୟାଚ ଅଫ ଦ ସିରିଜ ଆୱାର୍ଡ: 15
- ସର୍ବାଧିକ ଦିନିକିଆ ରନ: 18426(ଆଭରେଜ-44.83) 463 ମ୍ୟାଚ
- ସର୍ବାଧିକ ଦିନିକିଆ ଶତକ: 49
- ସର୍ବାଧିକ ଶତକ (କୌଣସି ଟିମ ବିପକ୍ଷରେ): ଅଷ୍ଟ୍ରେଲିଆ ବିପକ୍ଷରେ 9
- ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ 8ରୁ ଅଧିକ ଶତକ(ଦୁଇଟି ଦେଶ ବିପକ୍ଷରେ): 9 ବନାମ ଅଷ୍ଟ୍ରେଲିଆ, 8 ବନାମ ଶ୍ରୀଲଙ୍କା
- ସର୍ବାଧିକ ଅର୍ଦ୍ଧଶତକୀୟ ଇଂନିସ: 195(49 ଶତକ,96 ଅର୍ଦ୍ଧଶତକ)
- ସର୍ବାଧିକ ରନ(ଗୋଟିଏ କ୍ୟାଲେଣ୍ଡର ବର୍ଷରେ): 1984, 1988(ଆଭରେଜ-65.31) 34ଟି ମ୍ୟାଚ
- ସର୍ବାଧିକ ଶତକ(ଗୋଟିଏ କ୍ୟାଲେଣ୍ଡର ବର୍ଷରେ): 34ଟି ମ୍ୟାଚରୁ 9ଶତକ, ବର୍ଷ 1988
- ସର୍ବାଧିକ ଥର 1000 ରନ ହାସଲ(ଗୋଟିଏ କ୍ୟାଲେଣ୍ଡର ବର୍ଷରେ): 7ଥର
- ସର୍ବାଧିକ 90: 18
- ସର୍ବାଧିକ ଚୌକା: 2016
- ସର୍ବାଧିକ ରନ ବନାମ ଅଷ୍ଟ୍ରେଲିଆ: 71 ମ୍ୟାଚରୁ 3077 ରନ(ଆଭରେଜ 44.59)
- ସର୍ବାଧିକ ରନ ବନାମ ଶ୍ରୀଲଙ୍କା: 84 ମ୍ୟାଚରୁ 3113 ରନ(ଆଭରେଜ 43.84)
- ସର୍ବାଧିକ ରନ ବନାମ ପାକିସ୍ତାନ: 69 ମ୍ୟାଚରୁ 2526 ରନ(ଆଭରେଜ 40.09)
- ସର୍ବାଧିକ ରନ ବନାମ ଦକ୍ଷିଣ ଆଫ୍ରିକା: 57 ମ୍ୟାଚରୁ 2001 ରନ(ଆଭରେଜ 35.73)
- ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ ଶତକ: ବନାମ ଦକ୍ଷିଣ ଆଫ୍ରିକା 200 ନଟଆଉଟ, 2010 24 ଫେବୃଆରୀ
- ସର୍ବାଧିକ ବିଶ୍ବକପ ରନ: 45 ମ୍ୟାଚରୁ 56.95 ଆଭରେଜରେ, 2278ରନ
- ସର୍ବାଧିକ ବିଶ୍ବକପ ଶତକ: 44 ଇଂନିସରୁ 6ଶତକ
- ସର୍ବାଧିକ ବିଶ୍ବକପ ରନ(ଗୋଟିଏ ବିଶ୍ବକପରେ): 2002-03, 11 ମ୍ୟାଚରୁ 61.18 ଆଭରେଜରେ 673 ରନ
- ସର୍ବାଧିକ ଟେଷ୍ଟ ରନ: 15,921
- ସର୍ବାଧିକ ଟେଷ୍ଟ ମ୍ୟାଚ: 200 ଟେଷ୍ଟ
- ସର୍ବାଧିକ ଟେଷ୍ଟ ଶତକ: 51
- ସର୍ବାଧିକ ଟେଷ୍ଟ ଅର୍ଦ୍ଧଶତକ: 68
- ଦ୍ରୁତ 10000 ଟେଷ୍ଟ ରନ: (195 ଇଂନିସ ବ୍ରାଏଲ ଲାରା, କୁମାରା ସାଙ୍ଗାକାରଙ୍କ ସହ ମିଳିତ ଭାବେ)
- ଦ୍ରୁତ 14,000 ରନ: 279 ଇଂନିସ
- ଦ୍ରୁତ 15000 ଟେଷ୍ଟ ରନ: 300
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ