କୋଲକାତା: କୋରୋନା ଟିକା ନେଲେ ବେଙ୍ଗଲ କ୍ରିକେଟ ସଂଘର ସଦସ୍ୟ, ପୂର୍ବତନ କର୍ମଚାରୀ ଓ ପଡିଆରକ୍ଷକ । ଶୁକ୍ରବାର ଇଡେନ ଗାର୍ଡେନ କୋଲକାତାରେ କୋଭିଡ-19 ଟିକା ନେଇଛନ୍ତି ।
AMRI ହସ୍ପିଟାଲ ଲିମିଟେଡର ସହଭାଗିତାରେ ଟିକାକରଣ କ୍ୟାମ୍ପ ଆୟୋଜନ କରିଥିଲା CAB । ରାଜ୍ୟ ସରକାର ଏହି ଟିକାକରଣକୁ ଅନୁମତି ପ୍ରଦାନ କରିଥିଲେ । ସିଏବି ସଭପତି ଅଭିଶେଖ ଡାଲମିୟା, ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି, ଆମ୍ରୀ ସିଇଓ ରୁପକ ବରୁଆ ଓ ଅନ୍ୟ ସିଏବି ଅଧିକାରୀ ଉପସ୍ଥିତ ରହିଥିଲେ ।
ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ, ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ 24 ଘଣ୍ଟାରେ 3,86,452 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ 3,489 ଜଣଙ୍କର ଜୀବନ ଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ