ETV Bharat / sports

କୋରୋନାରେ ପ୍ରାଣ ହରାଇଲେ କ୍ରିକେଟର ଚେତନ ସକାରିୟାଙ୍କ ପିତା - କାଞ୍ଜିବାଇ ସକାରିୟାଙ୍କ ଦେହାନ୍ତ

ଭାଇଙ୍କ ପରେ କୋରୋନାରେ ପିତାଙ୍କୁ ହରାଇଲେ ରାଜସ୍ଥାନ ରୟାଲ୍ସ ଦ୍ରୁତ ବୋଲର ଚେତନ ସକାରିୟା । ଅଧିକ ପଢନ୍ତୁ...

Covid-19: Rajasthan Royals pacer Chetan Sakariya's father passes away
କୋରୋନାରେ ପ୍ରାଣହରାଇଲେ କ୍ରିକେଟର ଚେତନ ସକାରିୟାଙ୍କ ପିତା
author img

By

Published : May 9, 2021, 3:02 PM IST

Updated : May 9, 2021, 3:39 PM IST

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଦ୍ରୁତ ବୋଲର ଚେତନ ସକାରିୟାଙ୍କ ପିତୃ ବିୟୋଗ । ମହାମାରୀ କୋରୋନା ଭାଇରସରେ ଚେତନଙ୍କ ପିତା କାଞ୍ଜିବାଇ ସକାରିୟାଙ୍କ ଦେହାନ୍ତ ହୋଇଛି । କୋଭିଡ-19ରେ ଆକ୍ରାନ୍ତ ହେବାପରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ସକାଳେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସକାରିୟାଙ୍କ ପିତା ।

  • It pains us so much to confirm that Mr Kanjibhai Sakariya lost his battle with Covid-19 earlier today.

    We're in touch with Chetan and will provide all possible support to him and his family in this difficult time.

    — Rajasthan Royals (@rajasthanroyals) May 9, 2021 " class="align-text-top noRightClick twitterSection" data=" ">

ଏନେଇ ରାଜସ୍ଥାନ ରୟାଲ୍ସ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ମିଳିଛି । ଏହା ଦୁର୍ଭାଗ୍ୟଜନକ ଓ ପରିବାର ପ୍ରତି ଆମର ସମବେଦନା ରହିଥିବା ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ।

ଅଧାରୁ ସ୍ଥଗିତ ହୋଇଥିବା ଆଇପିଏଲ 2021ରେ 7ଟି ୱିକେଟ ନେଇଥିଲେ ଚେତନ । ଜାନୁଆରୀରେ ଯୁବ ବୋଲର ସକାରିୟା ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳୁଥିବା ସମୟରେ ତାଙ୍କ ଭାଇଙ୍କୁ ହରାଇଥିଲେ ।

ଘରର ଏକୁଟିଆ ରୋଜଗାରିଆ ପୁଅ ହୋଇଥିବାରୁ ଆଇପିଏଲରୁ ଆୟ କରିଥିବା ଅର୍ଥକୁ ସକାରିୟା ପିତାଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରିଥିଲେ । ମାତ୍ର ଅଦୃଶ୍ୟ ମହାମାରୀ ନିଷ୍ଠୁର ହେବାସହ ତାଙ୍କ ପିତାଙ୍କୁ ଛଡାଇନେଇଛି ।

ପୂର୍ବରୁ ଭାରତୀୟ ମହିଳା କ୍ରିକେଟର ବେଦା କ୍ରୀଷ୍ଣାମୂର୍ତ୍ତୀ ତାଙ୍କର ଭଉଣୀଙ୍କୁ କୋରୋନାରେ ହରାଇଥିଲେ । ଏପ୍ରିଲରେ ମା'ଙ୍କୁ ମଧ୍ୟ ହରାଇଥିଲେ ବେଦା ।

କୋରୋନାର ଦ୍ବିତୀୟ ଲହରରେ ଅନେକ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି । ଦେଶରେ କୋଭିଡ-19 ପଜିଟିଭ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟାରେ ଭାରତରେ 4,03,738 ନୂଆ ପଜିଟିଭ ମାମଲା ଚିହ୍ନଟ ହୋଇଥିବାବେଳେ, 4000ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା 2,33,96,414ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 9, 2021, 3:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.