ETV Bharat / sports

ଶ୍ରମିକ ଦିବସରେ ସମ୍ମୁଖ ଯୋଦ୍ଧାଙ୍କୁ ସିଏସକେର ସାଲ୍ୟୁଟ

ଶ୍ରମିକ ଦିବସ ଅବସରରେ ଇଣ୍ଡିଆନ ପ୍ରିମିୟର ଲିଗ ପ୍ରାଞ୍ଜାଇଜ ଚେନ୍ନାଇ ସୁପର କିଙ୍ଗ୍ସ, ଦେଶର ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛି । ଅଧିକ ପଢନ୍ତୁ...

author img

By

Published : May 1, 2021, 6:03 PM IST

Updated : May 1, 2021, 7:51 PM IST

Covid-19: On Labour Day, CSK pay tribute to all frontline workers
ଶ୍ରମିକ ଦିବସରେ ସମ୍ମୁଖ ଯୋଦ୍ଧାଙ୍କୁ ସିଏସକେର ସମ୍ମାନ

ନୂଆଦିଲ୍ଲୀ: ଶ୍ରମିକ ଦିବସ ଅବସରରେ ଇଣ୍ଡିଆନ ପ୍ରିମିୟର ଲିଗ ପ୍ରାଞ୍ଜାଇଜ ଚେନ୍ନାଇ ସୁପର କିଙ୍ଗ୍ସ, ଦେଶର ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛି । ମହାମାରୀ କୋରୋନା ଭାଇରସ ବିରୋଧରେ ପ୍ରତ୍ୟେକ୍ଷ ଭାବେ ଲଢେଇ ଜାରି ରଖି ଜରୁରୀ ସେବା ଯୋଗାଇ ଚାଲିଥିବା ସମସ୍ତ ଆଗଧାଡିର କର୍ମଚାରୀଙ୍କୁ ସିଏସକେ ସାଲ୍ୟୁଟ କରିଛି ।

ମହାମାରୀ କୋରୋନା ଭାରତ ଭଳି ଜନବହୁଳ ଦେଶକୁ ବିଶେଷ ଭାବେ କବଳିତ କରିଛି । ମାନବ ସମାଜ ପ୍ରତି ଆହ୍ବାନ ସାଜିଥିବା ଏହି ଅଦୃଶ୍ୟ ଭୂତାଣୁ ଦେଶରେ ଭୟଙ୍କର କ୍ଷତି ପହଞ୍ଚାଇଛି । ପ୍ରତ୍ୟେକ ଦିନ 3 ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକି 2020ରେ ଦେଶରେ ଏହି ଭାଇରସ ଚିହ୍ନଟ ହେବାପରେ ସର୍ବାଧିକ ସଂଖ୍ୟା ।

ସିଏସକେ ଶନିବାର ନିଜ ଅଫିସିଆଲ ଟ୍ବିଟର ପେଜ୍‌ରେ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ସାମ କରନ, ଡ୍ବାଇନ ବ୍ରାଭୋ, ରବିନ ଉଥାପ୍ପା, ଚେତେଶ୍ବର ପୂଜାରାଙ୍କୁ କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଉଥିବା ଦେଖିବାକୁ ମିଳିଛି ।

6ଟି ମ୍ୟାଚରୁ 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ ସହ ଶନିବାର ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ରହିଛି ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ 24 ଘଣ୍ଟାରେ ଭାରତରେ 4,01,993 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 1, 2021, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.