ବ୍ରିଜଟାଉନ(ବାର୍ବାଦୋସ): ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ଏକଦିବସୀୟ ମ୍ୟାଚ ସ୍ଥଗିତ ହୋଇଛି । ଜଣେ ୱେଷ୍ଟଇଣ୍ଡିଜ ଟିମ ସଦସ୍ୟ COVID-19 ପଜିଟିଭ ଚିହ୍ନଟ ପରେ ମ୍ୟାଚ ସ୍ଥଗିତ ଘୋଷଣା ହୋଇଛି । ଏନେଇ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଗୁରୁବାର ସ୍ପଷ୍ଟ କରିଛି ।
COVID-19 ନିୟମ ଅନୁଯାୟୀ, ଉଭୟ ଟିମର ସମସ୍ତ ସଦସ୍ୟ ତୁରନ୍ତ ଟିମ ହୋଟେଲକୁ ଫେରିଥିଲେ ଓ ସମସ୍ତ ସଦସ୍ୟ ପୁନଃ କୋଭିଡ ଟେଷ୍ଟର ସାମ୍ନା କରିବେ । ଏଥିସହ RTPCR-ଟେଷ୍ଟ ରେଜଲ୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ହୋଟେଲ ରୁମରେ ଆଇସୋଲେସନରେ ରହିବାକୁ ହେବ ।
ପୂର୍ବରୁ ଉଭୟ ଟିମ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏକତରଫା ବିଜୟ ହାସଲ କରିଥିଲା । ବାମହାତୀ ଦ୍ରୁତ ବୋଲର ୪୮ ରନ୍ ବ୍ୟୟରେ ୫ ୱିକେଟ ଓ ଜସ ହେଜେଲଉଡ ୩ଟି ୱିକେଟ ଅକ୍ତିଆ କରି ଘରୋଇ ଟିମକୁ ୧୨୩ ରନ୍ରେ ରୋକିଥିଲେ । ୪୯ ଓଭରରେ ୨୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା କାରବିୟନ ଟିମ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ