ହାଇଦ୍ରାବାଦ: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଗାମୀ ଟି୨୦ ବିଶ୍ବକପ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି । ଦଳରେ ମହମ୍ମଦ ସାମିଙ୍କୁ ଷ୍ଟାଣ୍ଡବାଏ, ସିରାଜ ଓ ଖିଲାଲଙ୍କୁ ବାଦ ଦିଆଯିବାକୁ ଗ୍ରହଣ କରି ପାରନାହାନ୍ତି କଂଗ୍ରେସ ମୁସଲିମ ନେତା ତୋସିଫ ଆଲାମ । କ୍ରିକେଟକୁ ନେଇ ଏକ ପ୍ରକାର ଧର୍ମାନୁଭାବ ସୃଷ୍ଟି ହୋଇଛି । ଭାରତୀୟ ଦଳ ନିରପକ୍ଷ ଖେଳାଳି ଚୟନ ନକରିବା ଯାଏ ଖେଳ ଦେଖିବେ ନାହିଁ ବୋଲି କହିଛନ୍ତି ତୋସିଫ ଆଲାମ ।
ସୋସିଆଲ ମିଡିଆରେ ଏକ ଲେଖା ପୋଷ୍ଟ କରି କଂଗ୍ରେସ ନେତା ତୋସିଫ ଆଲାମ ଲେଖିଛନ୍ତି,'' କ୍ରିକେଟ ଦୁନିଆରେ ଯେ ପର୍ଯ୍ୟନ୍ତ ନିରପକ୍ଷ ଖେଳାଳି ଚୟନ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ମୁଁ କ୍ରିକେଟ ଦେଖିବି ନାହିଁ । ଟି-ଟ୍ବେଣ୍ଟି ବିଶ୍ବ କପ ପାଇଁ ଭାରତୀୟ ଦଳର ଖେଳାଳି ଚୟନକୁ ନେଇ ମୁଁ ଆଶ୍ଚର୍ଯ୍ୟ। ସାମି, ସିରାଜ ଓ ଖଲିଲ ଅହମ୍ମଦଙ୍କ ଭଳି ଖେଳାଳିଙ୍କୁ ବସାଇ ଦେବା ମୋତେ ଆଶ୍ଚର୍ଯ୍ୟ କରିଛି ।''
ଏହା ବି ପଢନ୍ତୁ...T-20 World Cup: ଭାରତୀୟ ଟିମ୍ ଘୋଷଣା, ଫେରିଲେ ବୁମରା-ହର୍ଷଲ
ପ୍ରକାଶ ଥାଉ କି, ଅଷ୍ଟ୍ରେଲିଆରେ ଟି୨୦ ବିଶ୍ବକପ ଖେଳାଯିବ । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା କରିଛି ବିସିସିଆଇ । ଏସିଆ କପ୍ ସ୍କ୍ବାଡ୍ରେ ଥିବା ଅଭେଷ ଖାନଙ୍କୁ ଟି୨୦ ସ୍କ୍ବାଡ୍ରେ ସ୍ଥାନ ମିଳିନାହିଁ । ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲ୍ ଦଳରେ ସାମିଲ ହୋଇଛନ୍ତି । ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହରଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି । ସାମି ସିରାଜ ଓ ଖଲିଲ ଅହମ୍ମଦଙ୍କୁ ଦଳରୁ ବାଦ ଦେଇଥିବାରୁ ଏପରି କହିଛନ୍ତି କଂଗ୍ରେସ ନେତା ତୋସିଫ ଆଲାମ ।
ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପାଇଁ ମଧ୍ୟ ଭାରତୀୟ ଟିମ: ରୋହିତ ଶର୍ମା(କ୍ୟାପଟେନ୍), କେଏଲ ରାହୁଲ (ଭାଇସ କ୍ୟାପଟେନ୍), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ଦିନଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ମହମ୍ମଦ ସାମି, ହର୍ଷଲ ପଟେଲ୍, ଦୀପକ ଚହର, ଜଶପ୍ରୀତ ବୁମରା ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ମଧ୍ୟ ଭାରତୀୟ ଟିମ: ରୋହିତ ଶର୍ମା(କ୍ୟାପଟେନ୍), କେଏଲ ରାହୁଲ(ଭାଇସ କ୍ୟାପଟେନ୍), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ଦୀନେଶ କାର୍ତ୍ତିକ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ମହମ୍ମଦ ସାମି, ହର୍ଷଲ ପଟେଲ୍, ଦୀପକ ଚହର, ଜଶପ୍ରୀତ ବୁମରା ।