ETV Bharat / sports

ଟିମ ଇଣ୍ଡିଆକୁ ଝଟକା: ଟି-୨୦ ବିଶ୍ୱକପରୁ ବୁମରା ବାଦ, ନେବେ 4ରୁ 6 ମାସ ବିଶ୍ରାମ !

ଭାରତୀୟ ଟିମ୍‌କୁ ଲାଗିଲା ଝଟକା । ଟି-20 ବିଶ୍ବକପ୍‌ରୁ ବାଦ ପଡ଼ିଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଫାଷ୍ଟ ବୋଲର ଜଶପ୍ରୀତ ବୁମରା । ଅଧିକ ପଢ଼ନ୍ତୁ

author img

By

Published : Sep 29, 2022, 3:54 PM IST

Updated : Sep 30, 2022, 4:05 PM IST

Jashprit Bumrah to miss out t20 world cup due to back stress injury
ଟିମ୍‌ ଇଣ୍ଡିଆକୁ ଝଟକା, ଟି୨୦ ବିଶ୍ବକପ ଦଳରୁ ବୁମ୍‌ରା ବାଦ

ହାଇଦ୍ରାବାଦ: ଟି-୨୦ ବିଶ୍ବକପ୍‌ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଲା ଝଟକା । ବିଶ୍ବକପ୍‌ରୁ ବାଦ ପଡ଼ିଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଫାଷ୍ଟ ବୋଲର ଜଶପ୍ରୀତ ବୁମରା । ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଟି-୨୦ ବିଶ୍ବକପ୍‌ ଟିମ୍‌ରୁ ବାଦ୍‌ ଦିଆଯାଇଛି । ଫଳରେ ବିଶ୍ବକପ୍‌ରେ ଭାରତୀୟ ଦଳର ବୋଲିଂ ୟୁନିଟ ଉପରେ ଏହାର ପ୍ରଭାବ ପଡ଼ିପାରେ । ଏହାସହିତ ବୁମରାଙ୍କୁ 4ରୁ 6 ମାସ ପର୍ଯ୍ୟନ୍ତ ବିଶ୍ରାମ ଦିଆଯାଇଥିବା ମିଡିଆ ରିପୋର୍ଟ ପ୍ରକାଶ ପାଇଛି ।

ଜଣେ ବିସିସିଆଇର ଅଧିକାରୀ ଏହାକୁ ନେଇ କହିଛନ୍ତି, "ବୁମ୍‌ରା ଟି-୨୦ ବିଶ୍ବକପ୍‌ ଖେଳି ପାରିବେ ନାହିଁ । ପିଠିରେ ଗଭୀର ଯନ୍ତ୍ରଣା ଥିବାରୁ ତାଙ୍କୁ ତାଙ୍କୁ ଅତିକମ୍‌ରେ ୬ ମାସର ବିଶ୍ରାମ ଆବଶ୍ୟକ ।"

ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳିଥିଲେ ଜଶପ୍ରୀତ ବୁମରା । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସରିଜ୍‌ ଖେଳିବାକୁ ସେ କେରଳ ଗସ୍ତ କରିନଥିଲେ । ପୂର୍ବରୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହାତ ହୋଇ ଟି-୨୦ ବିଶ୍ବକପ୍‌ରୁ ବାଦ ପଡ଼ିଥିଲେ । ବର୍ତ୍ତମାନ ସର୍ଜରୀ ପରେ ରବିନ୍ଦ୍ର ଧୀରେଧୀରେ ସୁସ୍ଥ ହେଉଛନ୍ତି । ଏବେ ଜଶପ୍ରୀତ ବୁମରା ବାଦ୍‌ ପଡ଼ିବା ପରେ ଭାରତୀୟ ଦଳ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ତେବେ ତାଙ୍କ ସ୍ଥାନରେ ବର୍ତ୍ତମାନ ଭାରତୀୟ ବିଶ୍ବକପ୍‌ ଦଳରେ ମହମ୍ମଦ ସାମୀ କିମ୍ବା ମହମ୍ମଦ ସିରାଜ ସାମିଲ ହୋଇପାରନ୍ତି । ଏହାସହିତ ଦୀପକ ଚହର ମଧ୍ୟ ସାମିଲ ହେବା ନେଇ ସୂତ୍ରରୁ ପ୍ରକାଶ ପାଇଛି ।

ଅକ୍ଟୋବର ୨୩ ତାରିଖରୁ ଟି୨୦ ବିଶ୍ବକପ ୨୦୨୨ରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚ୍‌ ଭାରତ ଚୀର ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ଖେଳିବ । ଦ୍ବିତୀୟ ମ୍ୟାଚ୍‌ ଅକ୍ଟୋବର ୨୭ ତାରିଖରେ ରହିଥିବା ବେଳେ ନଭେମ୍ବର ୨ ତାରିଖରେ ବାଂଲାଦେଶ ବିପକ୍ଷରେ ତୃତୀୟ ମ୍ୟାଚ୍‌ ଖେଳିବ । ଏହାପରେ ଶେଷ ଲିଗ୍‌ ମ୍ୟାଚ୍‌ ଭାରତ ନଭେମ୍ବର ୬ ତାରିଖରେ ଖେଳିବ ।

Last Updated : Sep 30, 2022, 4:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.