ETV Bharat / sports

ମ୍ୟାଚ ହାରିବା ଭାରତୀୟ କ୍ରିକେଟ ପ୍ରଶଂସକ କହିଲେ BoycottIPL - ଏସିଆ କପ

ଭାରତର ନୈରାଶ୍ୟଜନକ ପ୍ରଦର୍ଶନକୁ ସୋସିଆଲ ମିଡିଆ ୟୁଜର୍ସ ତଥା ଇଣ୍ଟରନେଟ ବ୍ୟବହାରକାରୀ କହିଛନ୍ତି ଏଥିପାଇଁ ଆଇପିଏଲ ଦାୟୀ ରହିଛି । ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଥିଲା #BoycottIPL । ଅଧିକ ପଢନ୍ତୁ

ମ୍ୟାଚ ହାରିବା ଭାରତୀୟ କ୍ରିକେଟ ପ୍ରଶଂସକ କହିଲେ BoycottIPL

author img

By

Published : Sep 7, 2022, 7:33 PM IST

ହାଇଦ୍ରାବାଦ : ଏସିଆ କପ ସୁପର ୪ ରାଉଣ୍ଡରେ ଭାରତକୁ ୬ ୱିକେଟରେ ଶ୍ରୀଲଙ୍କା ପରାସ୍ତ କରିଛି । ତେବେ ଶ୍ରୀଲଙ୍କାଠାରୁ ମ୍ୟାଚ ହାରିବା ପରେ ଭାରତୀୟ କ୍ରିକେଟ ପ୍ରଶଂସକ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ମନଭାବ ପ୍ରକାଶ କରିଛନ୍ତି । ଭାରତର ନୈରାଶ୍ୟଜନକ ପ୍ରଦର୍ଶନକୁ ସୋସିଆଲ ମିଡିଆ ୟୁଜର୍ସ ତଥା ଇଣ୍ଟରନେଟ ବ୍ୟବହାରକାରୀ କହିଛନ୍ତି ଏଥିପାଇଁ ଆଇପିଏଲ ଦାୟୀ ରହିଛି । ସୋସିଆଲ ମିଡିଆ ୟୁଜର୍ସଙ୍କର ପ୍ରତିକ୍ରିୟା ରହିଛି କି ଆଇପିଏଲ କାରଣରୁ ଟିମ ଇଣ୍ଡିଆ କ୍ରିକେଟର ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ବଡ ବଡ ଇନିଂସ ଖେଳିବାରେ ବିଫଳ ରହୁଛନ୍ତି ।

ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆସିଥିଲା । ହେଲେ ପାଞ୍ଚ ଥର ଏସିଆ କପ ଟାଇଟଲ ବିଜେତା ଶ୍ରୀଲଙ୍କା ଆଗରେ ବିଶାଳ ସ୍କୋର ଠିଆ କରିବାରେ ବିଫଳ ରହିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ଶ୍ରୀଲଙ୍କାକୁ ୧୭୪ ରନର ଟାର୍ଗେଟ ଦେଇଥିଲା । ଶ୍ରୀଲଙ୍କାର ଓପନର ଯୋଡିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଟାର୍ଗେଟ ସ୍କୋରକୁ ସହଜରେ ଭେଦି ପାରିଥିଲା ଦାସୁନ ସନକାଙ୍କ ବାହିନୀ । ତେବେ ଭାରତର ପରାଜୟ ପରେ ଇଣ୍ଟରନେଟ ଦୁନିଆ ତଥା ସୋସିଆଲ ମିଡିଆରେ ଦେଖାଦେଇଥିଲା ଭାରତୀୟ କ୍ରିକେଟ ପ୍ରେମୀଙ୍କ ଅସନ୍ତୋଷ ଭାବନା । ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଥିଲା #BoycottIPL ( boycott ipl trends in social media ) । ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରି ସୁପର ୪ ରାଉଣ୍ଡରେ ପାକିସ୍ତାନ ଏବଂ ଶ୍ରୀଲଙ୍କାଠାରୁ ମ୍ୟାଚ ହାରିବାକୁ ପଡିଛି । ଏସିଆ କପ ସ୍କ୍ବାଡରେ ସାମିଲ ହୋଇଥିବା ସମସ୍ତ କ୍ରିକେଟର ଇଣ୍ଡିଆନ ପ୍ରିମିୟର ଲିଗର ବଡ ବଡ ଷ୍ଟାର କ୍ରିକେଟର । ସମସ୍ତ କ୍ରିକେଟର କୌଣସି ମଇଦାନରେ କୌଣସି ମ୍ୟାଚରେ କୌଣସି ବିପକ୍ଷ ଦଳକୁ ନିଜ ପ୍ରଦର୍ଶନ ବଳରେ ନିଜ ସପକ୍ଷ ଦଳକୁ ଜିତାଇବାରେ ସକ୍ଷମ ରଖନ୍ତି । ହେଲେ ଏସିଆ କପ ସୁପର ୪ ମ୍ୟାଚରେ ଭାରତର ଲଗାତାର ନୈରାଶ୍ୟଜନକ ପ୍ରଦାର୍ଶନ କ୍ରିକେଟରଙ୍କ ଦକ୍ଷତା ଉପରେ ଆଙ୍ଗୁଠି ଉଠାଇଛି । ଭାରତୀୟ କ୍ରିକେଟ ପ୍ରେମୀ ଏଥି ପାଇଁ ଆଇପିଏଲକୁ କରିଛନ୍ତି ।

ଆଇପିଏଲରେ ଫ୍ରେଞ୍ଚାଇଜ ଚାପରେ କ୍ରିକେଟର ମାନେ ନିଜ ଫର୍ମକୁ ଆସିବାକୁ ବାଧ୍ୟ ହେଉଛନ୍ତି । ସେମାନେ ଅଧିନାୟକ ହିସାବରେ, ବ୍ୟାଟର ହିସାବରେ, ବୋଲର ହିସାବରେ ଆଇପିଏଲରେ ନିଜର ଦମଦାର ପ୍ରଦର୍ଶନ ଦେଖାଇ କ୍ରିକେଟରେ ଦବଦବା ଜାହିର କରୁଛନ୍ତି । ଆଇପିଏଲ ପରେ ପରେ ବିଶ୍ରାମ ନ ପାଇ କ୍ରିକେଟର ମାନେ ନିଜକୁ ଫିଟ ରଖିବାରେ ବିଫଳ ରହୁଛନ୍ତି । ନିଜ ଫର୍ମକୁ ବଜାୟ ରଖିବାରେ ଅସଫଳ ହେଉଛନ୍ତି । ଏହା ସହିତ କିଛି କ୍ରିକେଟର ବାରମ୍ବାର ଆହତ ସମସ୍ୟା ଦେଇ ଗତି କରୁଥିବା ନଜର ଆସୁଛନ୍ତି । ଏହାର ପ୍ରଭାବ ସିଧାସଳଖ ଭାବରେ ଭାରତ କ୍ରିକେଟ ଟିମ ଉପରେ ପଡୁଛି । ବଡ ବଡ ଟୁର୍ଣ୍ଣାମେଣ୍ଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.