ETV Bharat / sports

IND vs AUS 3rd Test: ଭାରତର ବ୍ୟାଟିଂ ବିପର୍ଯ୍ୟୟ, 109ରେ ଅଲଆଉଟ ରୋହିତବାହିନୀ - ବର୍ଡର ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ

ବର୍ଡର ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ପ୍ରଥମ ଦିନରେ 109 ରନରେ ଅଲଆଉଟ ହୋଇଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଭାରତର ବ୍ୟାଟିଂ ବିପର୍ଯ୍ୟୟ
IND vs AUS 3rd Test
author img

By

Published : Mar 1, 2023, 1:19 PM IST

ଭୋପାଳ: ଇନ୍ଦୋରରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରଥମ ଦିନରେ କଙ୍ଗାରୁ ଦଳର ବୋଲରଙ୍କ ସାମ୍ନା କରିବାରେ ବିଫଳ ହୋଇଛନ୍ତି ଭାରତୀୟ ବ୍ୟାଟର । ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ମାତ୍ର 109ରନ ଭାରତ ଅଲଆଉଟ ହୋଇଛି । ଜବରଦସ୍ତ କମବ୍ୟାକ କରିଛନ୍ତି କଙ୍ଗାରୁ ଦଳ । ସ୍ମିଥଙ୍କ ନେତୃତ୍ବରେ ଭାରତୀୟ ବ୍ୟାଟରଙ୍କୁ ରୋକିବାରେ ସଫଳ ହୋଇଛନ୍ତି ଅଷ୍ଟ୍ରେଲିଆ ବୋଲର ।

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ରୋହିତ ଶର୍ମା ଓ ଶୁଭମନ ଗିଲ ପାଳି ଆରମ୍ଭ କରିଥିଲେ । ଉଭୟ ଭଲ ଆରମ୍ଭ କରିଥିଲେ ମାତ୍ର ବେଶି ସମୟ ଯାଏ କ୍ରିଜରେ ତିଷ୍ଠି ପାରି ନଥିଲେ । ମାଥ୍ୟୁ କୁନେମାନ ରୋହିତ ଶର୍ମାଙ୍କୁ ପ୍ରଥମ ଶିକାର କରିଥିଲେ । ମାତ୍ର 12 ରନ କରି ସଅଳ ପାଭିଲିୟନ ଫେରିଥିଲେ ରୋହିତ । ଏହା ପରେ ଶୁଭମନ ଗିଲ 21 ରନ କରି ମାଥ୍ୟୁ କୁନେମାନଙ୍କ ଶିକାର ହୋଇଥିଲେ । ପରେ ଚେତେଶ୍ବର ପୂଜାରା 1 ରନ କରି ନାଥନଙ୍କ ଶିକାର ହୋଇଥିଲେ । ମାଥ୍ୟୁ କୁନେମାନଙ୍କୁ ଆଉ ଏକ ସଫଳତା ମିଳିଥିଲା । ରବିନ୍ଦ୍ର ଜାଡେଜାଙ୍କୁ (4) ପାଭିଲିୟନ ପଠାଇଥିଲେ । ଶ୍ରେୟାସ ଆୟର ଖାତା ଖୋଲି ନପାରି ମାଥ୍ୟୁ କୁନେମାନଙ୍କୁ ବଲରେ ଆଉଟ ହୋଇଥିଲେ । ଦଳୀୟ ସ୍କୋର ମାତ୍ର 45ରେ ଭାରତର ଅଧା ଖେଳାଳି ଡ୍ରେସିଂ ରୁମକୁ ଫେରିଥିଲେ ।

200ତମ ଟେଷ୍ଟ ମ୍ୟାଚ ଖେଳୁଥିବା ବିରାଟ କୋହଲି ଓ ଭାରତ କିଛି ସମୟ ପାଳି ସମ୍ଭାଳିଥିଲେ ମାତ୍ର ବେଶୀ ସମୟ ନୁହେଁ । 22 ରନ କରି ଟଚ ମର୍ଫିଙ୍କ ଶିକାର ହୋଇଥିଲେ । ପରେ 17 ରନ କରି ନାଥନଙ୍କ ବଲରେ ଆଉଟ ହୋଇଥିଲେ ଶ୍ରୀକର ଭାରତ । ଲଞ୍ଚ ବ୍ରେକ ବେଳକକୁ ଭାରତ 87 ରନରେ 7ଟି ୱିକେଟ ହରାଇଥିଲା । ଅକ୍ଷର ଓ ଅଶ୍ବିନୀ ସ୍ଥିତି ସମ୍ଭାଳିଥିଲେ ।

ମାଥ୍ୟୁ କୁନେମାନଙ୍କ ଶିକାର ହୋଇଥିଲେ ଅଶ୍ବିନୀ । ମାତ୍ର 3 ରନ କରି ଆଉଟ ହୋଇଥିଲେ । ପରେ ପରେ ଉମେଶ ଯାଦବଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ ମାଥ୍ୟୁ କୁନେମାନ । ପରେ ମହମ୍ମଦ ସିରାଜ ରନ ଆଉଟ ହୋଇଥିଲେ । ଭାରତ 109 ରନ କରି ଆଲଆଉଟ ହୋଇଥିଲା । ମ୍ୟାଚକୁ ଫେରିବାକୁ ହେଲେ ଭାରତକୁ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ହେବ । ଅଷ୍ଟ୍ରେଲିଆର ମାଥ୍ୟୁ କୁନେମାନ ସର୍ବାଧିକ ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.