ETV Bharat / sports

Border Gavaskar Trophy: ଆଜି ଦ୍ବିତୀୟ ଟେଷ୍ଟ, ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି - ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ

ବର୍ଡର ଗାଭାସ୍କର ଟ୍ରଫି ଦ୍ବିତୀୟ ଟେଷ୍ଟରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ଟିମ ଅଷ୍ଟ୍ରେଲିଆ । ପ୍ରଥମ ଟେଷ୍ଟ ଜିତି 1-0ରେ ଭାରତ ଆଗୁଆ ରହିଛି । ଅଧିକ ପଢନ୍ତୁ

ବର୍ଡର ଗାଭାସ୍କର ଟ୍ରଫି ଦ୍ବିତୀୟ ଟେଷ୍ଟ
Border Gavaskar Trophy
author img

By

Published : Feb 17, 2023, 9:46 AM IST

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ଆଜିଠୁ ଦ୍ବିତୀୟ ଟେଷ୍ଟ ଆରମ୍ଭ ହୋଇଛି । ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଆଉ କିଛି ସମୟ ପରେ ମ୍ୟାଚ ଆରମ୍ଭ ହେବ । ଏହା ପୂର୍ବରୁ ଟସ ଅଷ୍ଟ୍ରେଲିଆ ଜିତିଛି । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ କଙ୍ଗାରୁ ଦଳ । ପ୍ରଥମ ଟେଷ୍ଟ ଜିତି 1-0ରେ ଆଗୁଆ ରହିଥିବା ଭାରତ ଆଉ ଏକ ବିଜୟ ଲକ୍ଷ୍ୟରେ ରହିଥିବାବେଳେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି । ଚେତେଶ୍ବର ପୂଜାରାଙ୍କ ପାଇଁ ଏକ ସ୍ମରଣୀୟ ଦିନ । ଆଜି ସେ ତାଙ୍କ କ୍ୟାରିଅରର 100ତମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି ।

ନାଗପୁରରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି 1-0ରେ ସିରିଜ ଆଗୁଆ ରହିଛି । ମ୍ୟାଚକୁ 132ରନରେ ଜିତି ନେଇଥିଲା । ଏହି ବିଜୟ ପରେ ଭାରତର ଆତ୍ମବିଶ୍ବାସ ସୁଦୃଢ ହୋଇଛି । ଆଜିର ମୁକାବିଲାରେ ମଧ୍ୟ ଦଳ ପୂର୍ବ ପ୍ରଦର୍ଶନ ବଜାୟ ରଖିବାକୁ ଚେଷ୍ଟା କରିବ । ସେପଟେ ଭାରତୀୟ ଏକାଦଶରେ ଆହତ ଶ୍ରେୟାସ ଆୟରଙ୍କ ସ୍ଥାନ ମିଳିଛି । ନାଗପୁର ଟେଷ୍ଟରୁ ସେ ବାଦ ପଡିଥିଲେ । ମାତ୍ର ସୁସ୍ଥ ହେବା ପରେ ତାଙ୍କୁ ଦ୍ବିତୀୟ ଟେଷ୍ଟ ପାଇଁ ଏକାଦଶରେ ସାମିଲ କାରଯାଇଛି ।

ସୂର୍ଯ୍ୟକୁମାର ଯାଦବଙ୍କୁ ବାଦ ଦିଆଯାଇଛି । ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରାଙ୍କ ପାଇଁ ଆଜି ଏକ ସ୍ମରଣୀୟ ଦିନ । ସେ ଆଜି ତାଙ୍କର 100ତମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଗତ 3ଟି ଟେଷ୍ଟ ସିରିଜରେ ପୂଜାରା ଭାରତର ଶ୍ରେଷ୍ଠ ବ୍ୟାଟର ବିବେଚିତ ହୋଇଥିଲେ । ତାଙ୍କ ଚମତ୍କାର ବ୍ୟାଟିଂ ପାଇଁ ଅଷ୍ଟ୍ରେଲିଆ ମାଟିରେ ଭାରତ ଟେଷ୍ଟ ବିଜୟୀ ହୋଇଛି । 100ତମ ଇନିଂସରେ ପୂଜାରା ଶତକୀୟ ଇନିଂସ ଉପହାର ଦେବେ ବୋଲି ଆଶା କରାଯାଉଛି । ଭାରତ ମଧ୍ୟକ୍ରମ ବ୍ୟାଟିଂକୁ ସୃଦୁଢ କଲେ ବିଜୟ ସହଜ ହେବେ । କୋହଲି, କେଏଲ ରାହୁଲଙ୍କ ଉପରେ ମଧ୍ୟ ନଜର ରହିବ ।

ଏହା ବି ପଢନ୍ତୁ...ICC Test Ranking Issue: ତ୍ରୁଟି ପାଇଁ କ୍ଷମା ମାଗିଲା ICC

ସେପଟେ ବିଶ୍ବର ନମ୍ବର ୱାନ ଟେଷ୍ଟ ଦଳ ଅଷ୍ଟ୍ରେଲିଆର ଦକ୍ଷତାକୁ କୌଣସି ଗୁଣରେ ଅଣଦେଖା କରାଯାଇନପାରେ । ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଥିଲେ ବି ଦ୍ବିତୀୟ ଟେଷ୍ଟରେ କମବ୍ୟାକ ଲକ୍ଷ୍ୟ ନେଇ ପ୍ରସ୍ତୁତି କରିଛି କଙ୍ଗାରୁ ଦଳ । ଦଳର ୱାର୍ଣ୍ଣରଙ୍କ ଉପରେ ନଜର ରହିବ । ମ୍ୟାଚକୁ ଫେରିବା ପାଇଁ ଦଳ ଆଜି କଳ ବଳ କୌଶଳ ଲଗାଇଦେବ ।

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା, କେଏଲ ରାହୁଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ଭାରତ, ରବିଚନ୍ଦ୍ରନ ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ମହମ୍ମଦ ସାମି, ମହମ୍ମଦ ସିରାଜ ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ଡେଭିଡ ୱାର୍ଣ୍ଣର, ଉସମାନ ଖାୱାଜା, ମାର୍ନସ ଲାବୁସେନ, ଷ୍ଟିଭେନ ସ୍ମିଥ, ପିଟର ହ୍ୟାଣ୍ଡସକମ, ଏମ ଖୁନେମାନ, ଆଲେକ୍ସ କ୍ୟାରୀ, ପ୍ୟାଟ କମିନ୍ସ, ସ୍କଟ ବୋଲାଣ୍ଡ, ଟଡ ମର୍ଫି, ନାଥାନ ଲାୟନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.