ETV Bharat / sports

Border Gavaskar Trophy: ଅଷ୍ଟ୍ରେଲିଆ ଶିବିରରେ ରଣଜୀ ପ୍ଲେୟାର, ଅଶ୍ୱୀନଙ୍କ ଭଳି ବୋଲିଂ କରି ଚର୍ଚ୍ଚାରେ

author img

By

Published : Feb 4, 2023, 6:52 PM IST

ଭାରତକୁ ଭାରତ ମାଟିରେ ମାତ୍ ଦେବା ପାଇଁ ଭାରତୀୟ ସ୍ପିନରଙ୍କୁ ନେଇ ନେଟ୍ ପ୍ରାକ୍ଟିସ କରିଛି କଙ୍ଗାରୁ ଦଳ । ଅଧିକ ପଢନ୍ତୁ

ମହେଶ ପିଥିୟା
ମହେଶ ପିଥିୟା

ହାଇଦ୍ରାବାଦ : ବୋର୍ଡର ଗାଭାସ୍କର ଟ୍ରଫିକୁ ହାଲୁକା ଭାବରେ ନେଇ ନାହଁ ଅଷ୍ଟ୍ରେଲିଆ । ଭାରତକୁ ଭାରତ ମାଟିରେ ମାତ୍ ଦେବା ପାଇଁ ଭାରତୀୟ ସ୍ପିନରଙ୍କୁ ନେଇ ନେଟ୍ ପ୍ରାକ୍ଟିସ କରିଛି କଙ୍ଗାରୁ ଦଳ । ଜୁନାଗଡର ଏହି ସ୍ପିନର ଏବେ କ୍ରିକେଟ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବୋର୍ଡର ଗାଭାସ୍କର ଟ୍ରଫି ପାଇଁ ଫୁଲ ଦମରେ ଝାଳ ବୁହାଉଛି ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ। ଘରୋଇ ମାଟିରେ ଭାରତକୁ କିଭଳି ପରାସ୍ତ କରିହେବ ସେନେଇ ଭାରତ ମାଟିରେ ଟେଷ୍ଟ ମ୍ୟାଚ ପୂର୍ବରୁ ଅଭ୍ୟାସ ଜାରି ରଖିଛି କଙ୍ଗାରୁ ଟିମ । ସ୍ପିନିଂ ମାଟିରେ ସ୍ପିନରଙ୍କୁ ନେଇ ପ୍ରାକ୍ଟିସ କରୁଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର । କଙ୍ଗାରୁ ଦଳ ଏବେ ବେଙ୍ଗାଲୁରୁରେ ଟ୍ରେନିଙ୍ଗ କ୍ୟାମ୍ପ ଲଗାଇ ଭାରତୀୟ ସ୍ପିନରଙ୍କ ବିପକ୍ଷରେ ମୁକାବିଲା କରିବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛି । ଏହା ପାଇଁ ଅଷ୍ଟ୍ରେଲିଆ ଜୁନାଗଡର ଏକ ସ୍ପିନରର ସହାୟତା ନେଇଛି । ଯିଏ ଟିମ ଇଣ୍ଡିଆ ସ୍ପିନର ରବିଚନ୍ଦ୍ରନ ଅଶ୍ବୀନଙ୍କ ଅବିକଳ ବୋଲିଂ କରୁଛନ୍ତି ।

ଜୁନାଗଡ଼ର ଏହି ସ୍ପିନର ହେଲେ ୨୧ ବର୍ଷିୟ ମହେଶ ପିଥିୟା । କୁହାଯାଉଛି ଯେ ଏହି ୨୧ ବର୍ଷିୟ ମହେଶ ପିଥିୟା ରବିଚନ୍ଦ୍ରନ ଅଶ୍ବୀନଙ୍କ ଶୈଳୀରେ ବୋଲିଂ କରନ୍ତି । ଡିସେମ୍ବର ୨୦୨୨ରେ ମହେଶ ପିଥିୟା ବରୋଦା ପାଇଁ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ । ଅଷ୍ଟ୍ରେଲିଆ ଟିମ ତରଫରୁ ଏହି ୨୧ ବର୍ଷିୟ କ୍ରିକେଟରଙ୍କୁ ବୋଲିଂ ଅଭ୍ୟାସ ପାଇଁ ଡାକରା ଆସିଥିଲା । ଯାହାର କାରଣ ଥିଲା ତାଙ୍କର ରବିଚନ୍ଦ୍ରନ ଅଶ୍ବୀନଙ୍କ ଭଳି ବୋଲିଂ ଶୈଳୀ । ପିଥିଆ ଗତକାଲିଠୁ (ଶୁକ୍ରବାର) ଅଷ୍ଟ୍ରେଲିଆ ବ୍ୟାଟର ସହିତ ନେଟ୍ସରେ ପ୍ରାକ୍ଟିସ କରୁଛନ୍ତି । ଯେଉଁ ହୋଟେଲରେ ଅଷ୍ଟ୍ରେଲିଆ ଟିମର ସ୍କ୍ବାଡ ରହିଛନ୍ତି ସେଠାରେ ମଧ୍ୟ ରହିଛନ୍ତି ଏହି ରଣଜୀ ପ୍ଲେୟର ମହେଶ ପିଥିୟା ।

ବରୋଦାର ଥ୍ରୋ ଡାଉନ ସ୍ପେସାଲିଷ୍ଟ ପ୍ରିତେଶ ଜୋଶୀ ମହେଶ ପିଥିୟାଙ୍କ ବୋଲିଂ ଆକ୍ସନର ଭିଡ଼ିଓ ଅଷ୍ଟ୍ରେଲିଆର ଆସିଣ୍ଟାଟ ବୋଲିଂ କୋଚଙ୍କୁ ପଠାଇଥିଲେ । ଏହା ଏଥିପାଇଁ କରାଯାଇଥିଲା କି ଭାରତ ମାଟିରେ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜର ନେଟ୍ ପ୍ରାକ୍ଟିସ ପାଇଁ ସ୍ପିନର ଦରକାର ଥିଲା । ଅଷ୍ଟ୍ରେଲିଆ ବୋଲିଂ କୋଚ ମହେଶ ପିଥିଆଙ୍କ ବୋଲିଂ ଆକ୍ସନ ଦେଖି ତାଙ୍କୁ ତୁରନ୍ତ ନିଜ ଶିବିରରେ ନେଟ ପ୍ରାକ୍ଟିସ ପାଇଁ ଡକାଇଥିଲେ । ବୋର୍ଡର ଗାଭାସ୍କର ଟ୍ରଫି ଉଭୟ ଦଳ ତଥା ଭାରତ ଏବଂ ଅଷ୍ଟ୍ରେଲିଆ ପାଇଁ ବେଶ୍ ଗୁରୁତ୍ବ ବହନ କରେ । ଏହି ସିରିଜକୁ ହାଲୁକା ଭାବରେ ନେଇନାହିଁ ଅଷ୍ଟ୍ରେଲିଆ ଦଳ । ଭାରତ ଆସିବା ପୂର୍ବରୁ ନର୍ଥ ସିଡନୀରେ ଅଷ୍ଟ୍ରେଲିଆ ଟିମ ଭାରତ ଭଳି ୱିକେଟ ପିଚ୍ ପ୍ରସ୍ତୁତ କରି ସେଠରେ ବେଶ୍ ଝାଳ ବୁହାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.