ETV Bharat / sports

IND vs AUS 4th Test: ଫେରିବେନି ପ୍ୟାଟ୍‌ କମିନ୍ସ, କମାଣ ସମ୍ଭାଳିବେ ସ୍ମିଥ

ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଚତୁର୍ଥ ଟେଷ୍ଟ ପୂର୍ବରୁ ଦଳକୁ ପ୍ୟାଟ୍‌ କମିନ୍ସ ଫେରିବା ଅନୁମାନ କରାଯାଉଥିଲା ମାତ୍ର ସେ ଫେରି ନାହାନ୍ତି । ତେଣୁ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆର ନେତୃତ୍ବ ନେବେ ସ୍ମିଥ । ଅଧିକ ପଢନ୍ତୁ

author img

By

Published : Mar 7, 2023, 10:17 AM IST

border gavaskar trophy
ଫେରିବେନି ପାଟ କାମିନ୍ସ, ଚତୁର୍ଥ ଟେଷ୍ଟ ନେତୃତ୍ବ ନେବେ ସ୍ମିଥ

ନୂଆଦିଲ୍ଲୀ: ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ଜାରି ରିହଛି । 3ଟି ଟେଷ୍ଟ ସରିଛି ଆସନ୍ତା 9 ତାରିଖରୁ ଚତୁର୍ଥ ଟେଷ୍ଟ ଆରମ୍ଭ ହେବ । ଚତୁର୍ଥ ଟେଷ୍ଟ ଖେଳିବେ ନାହିଁ ନିୟମିତ ଅଧିନାୟକ ପ୍ୟାଟ୍‌ କମିନ୍ସ । ତାଙ୍କ ଅନୁପସ୍ଥିତିରେ ଚତୁର୍ଥ ଟେଷ୍ଟ ପାଇଁ ଦଳର ନେତୃତ୍ବ ନେବେ ସ୍ମିଥ । ଦ୍ବିତୀୟ ଟେଷ୍ଟ ପରେ ମାଆଙ୍କ ଦେହ ଅସୁସ୍ଥ ଥିବାରୁ ସ୍ବଦେଶ ଫେରିଥିଲେ ପ୍ୟାଟ୍‌ କମିନ୍ସ । ଏହି ସମୟରେ ସେ ମାଆଙ୍କ ସହ ରହିବାକୁ ଚାହୁଁଛନ୍ତି । ତେଣୁ ସେ ଆଗାମୀ ଟେଷ୍ଟ ମ୍ୟାଚ ଖେଳିବେ ନାହିଁ ।

ପ୍ୟାଟ୍‌ କମିନ୍ସଙ୍କ ଅନୁପସ୍ଥିତିରେ ସ୍ମିଥ ତୃତୀୟ ଟେଷ୍ଟର ନେତୃତ୍ବ ନେଇଥିଲେ । ଚତୁର୍ଥ ଟେଷ୍ଟ କମିନ୍ସ ଫେରିବା ଆଶା କରାଯାଉଥିଲା ମାତ୍ର ସେ ଆଉ ଫେରିବେ ନାହଁ । ତେଣୁ ତାଙ୍କ ସ୍ଥାନରେ ସ୍ମିଥ କମାଣ ସମ୍ଭାଳିବେ । ପ୍ୟାଟ୍‌ କମିନ୍ସ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ମାତ୍ର ଦିନିକିଆ ଦଳରେ ତାଙ୍କ ନାମ ରହିଛି । ଦିନିକିଆ ସିରିଜ ଆରମ୍ଭ ପୂର୍ବରୁ କମିନ୍ସ ଫେରିବା ଅନୁମାନ କରାଯାଉଛି ।

ଏହା ବି ପଢନ୍ତୁ...IND vs AUS 3rd Test: ଇନ୍ଦୋରରେ ହାରିଲା ଭାରତ, 9 ୱିକେଟରେ ଜିତିଲା କଙ୍ଗାରୁ ଦଳ

ପ୍ରଥମ ଦୁଇ ଟେଷ୍ଟରେ ଭାରତ ବିଜୟ ହାସଲ କରିଥିଲା । ମାର୍ଚ୍ଚ 9 ତାରିଖରୁ ଚତୁର୍ଥ ଟେଷ୍ଟ ଆରମ୍ଭ ହେବ । ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ପ୍ୟାଟ୍‌ କମିନ୍ସଙ୍କ ନଫେରିବା ଦଳ ପାଇଁ ସମସ୍ୟା ସଦୃଶ ହୋଇଛି । ମାତ୍ର ସ୍ମିଥ ନେତୃତ୍ବରେ ତୃତୀୟ ଟେଷ୍ଟରେ ବିଜୟ ହାସଲ କରିଥିବା ଦଳ ଚତୁର୍ଥ ଟେଷ୍ଟ ଜିତିବାକୁ ନୂଆ ରଣନୀତି ପ୍ରସ୍ତୁତ କରିବ ।

ପ୍ରକାଶଥାଉ କି, ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ସ୍ମିଥ ନେତୃତ୍ବ ନେଇଥିଲେ । ତାଙ୍କ ନେତୃତ୍ବରେ ଦଳ ଏକ ଜବରଦସ୍ତ କମବ୍ୟାକ କରିଥିଲା । ଇନ୍ଦୋର ଟେଷ୍ଟରେ ଘରୋଇ ଭାରତକୁ 9ୱିକେଟରେ ପରାସ୍ତ କରିଥିଲା କଙ୍ଗାରୁ ଦଳ । ଭାରତ ହାତରେ ଏବେ ବି ସୁଯୋଗ ରହିଛି । ପ୍ରଥମ ଓ ଦ୍ବିତୀୟ ଟେଷ୍ଟ ଜିତି 2-1ରେ ଆଗୁଆ ରିହିଛି ଭାରତ । WTC ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ଚତୁର୍ଥ ଟେଷ୍ଟ ଜିତିବାକୁ ହେବ । ଏହି ଟେଷ୍ଟ୍‌ ଜିତିଲେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ୍‌ ଚମ୍ପିଆନସିପ୍‌ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.