ETV Bharat / sports

ନୀତିିନ ମେନନ୍‌ଙ୍କ ସାଙ୍ଘାତିକ ଅଭିଯୋଗ, ଅମ୍ପାୟାରଙ୍କ ଉପରେ ଚାପ ପକାନ୍ତି ଭାରତୀୟ ଷ୍ଟାର୍‌ ପ୍ଲେୟର !

author img

By

Published : Jun 18, 2023, 5:52 PM IST

ଅନେକ ସମୟରେ ବିବାଦୀୟ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ରହିଥିବା ଭାରତୀୟ ଅମ୍ପାୟାର ନୀତିିନ ମେନନ୍‌ଙ୍କ ସାଙ୍ଘାତିକ ଅଭିଯୋଗ । କହିଲେ ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ମାନେ ନିଜ ସପକ୍ଷରେ ନିଷ୍ପତ୍ତି ନେବାକୁ ଅମ୍ପାୟାରଙ୍କ ଉପରେ ଚାପ ପକାଇଥାନ୍ତି । ଅଧିକ ପଢ଼ନ୍ତୁ

ଅମ୍ପାୟାରଙ୍କ ଉପରେ ଚାପ ପକାନ୍ତି ଭାରତୀୟ ଷ୍ଟାର୍‌ ପ୍ଲେୟର !

ହାଇଦ୍ରାବାଦ: ଅନେକ ସମୟରେ କ୍ରିକେଟ୍‌ରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ବିବାଦ ଉପୁଜିଥାଏ । ଭାରତୀୟ ଅମ୍ପାୟାର ନୀତିିନ ମେନନ୍‌ଙ୍କର ଅଧିକାଂଶ ନିଷ୍ପତ୍ତିକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ । ଏହାରି ଭିତରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଅମ୍ପାୟାର ନୀତିନ ମେନନ୍‌ । ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ମାନଙ୍କ ବିରୋଧରେ ସେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ପ୍ରମୁଖ ଭାରତୀୟ କ୍ରିକେଟର୍‌ମାନେ ନିଷ୍ପତ୍ତିକୁ ନିଜ ସପକ୍ଷରେ ନେବା ପାଇଁ ଅମ୍ପାୟାରଙ୍କ ଉପରେ ଚାପ ପ୍ରୟୋଗ କରିଥାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ପ୍ରକାଶ ଥାଉ କି, ୨୦୨୦ ଜୁନ୍‌ରେ ଆଇସିସି ଏଲିଟ୍ ପ୍ୟାନେଲ୍‌ରେ ସାମିଲ୍ ହୋଇଥିଲେ ଭାରତୀୟ ଅମ୍ପାୟାର ନୀତିନ ମେନନ୍‌ । ଆଇସିସି ଏଲିଟ୍ ପ୍ୟାନେଲ୍‌ର ଏହି ଅମ୍ପାୟରଙ୍କୁ ଆସନ୍ତା ମାସରେ ଆସେସ୍ ସିରିଜ୍‌ରେ ପଦାର୍ପଣ କରିବାକୁ ସୁଯୋଗ ମିଳିଛି । ୨୦୨୦ରେ କୋରୋନା ମହାମାରୀ ଯୋଗୁଁ ବିଦେଶ ଯାତ୍ରା ଉପରେ କଟକଣା କାରଣରୁ ଭାରତର ଅଧିକାଂଶ ଘରୋଇ ମ୍ୟାଚ୍‌ରେ ସେ ଅମ୍ପାୟରିଂ କରିଥିଲେ । ୨୦୨୦ ଜୁନରୁ ଏବେ ପର୍ଯ୍ୟନ୍ତ ନୀତିନ ୧୫ଟି ଟେଷ୍ଟ ମ୍ୟାଚ୍‌, ୨୪ଟି ଦିନିକିଆ ମ୍ୟାଚ୍‌ ଏବଂ ୨୦ଟି ଅନ୍ତର୍ଜାତୀୟ ଟି୨୦ରେ ଅମ୍ପାୟରିଂ କରିଛନ୍ତି । ସେ ଗତ ଟି୨୦ ବିଶ୍ଵକପ୍‌ରେ ଅମ୍ପାୟରିଂ କରିଥିଲେ । ଗତବର୍ଷ ଇଂଲଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ମଧ୍ୟ ଅମ୍ପାୟରିଂ ଦାୟିତ୍ଵ ସମ୍ଭାଳିଥିଲେ ନୀତିନ । ଏବେ ଆସେସ୍‌ ସିରିଜ୍‌ରେ ପଦାର୍ପଣ କରିବାକୁ ଯାଉଛନ୍ତି ମେନନ୍‌ । ସେ ଆସେସ୍ ସିରିଜ୍‌ର ଶେଷ ୩ଟି ମ୍ୟାଚ୍‌ରେ ଅମ୍ପାୟରିଂ କରିବେ । ତେବେ ଏହା ପୂର୍ବରୁ ପିଟିଆଇ ସହ ଆଲୋଚନା ବେଳେ ସେ ଭାରତୀୟ ଷ୍ଟାର୍‌ କ୍ରିକେଟରଙ୍କ ଉପରେ ସିଧାସଳଖ ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ।

ପିଟିଆଇକୁ ଏକ ସାକ୍ଷାତକାରରେ ମେନନ୍ କହିଛନ୍ତି, "ଯେତେବେଳେ ଭାରତୀୟ ଦଳ ଭାରତରେ ଖେଳୁଥାଏ, ସେହି ମ୍ୟାଚ୍‌ରେ ଅମ୍ପାୟରିଂ କରିବା ବହୁତ ଚ୍ୟାଲେଞ୍ଜିଂ ରହିଥାଏ । ଭାରତୀୟ ଦଳର ଅନେକ ବଡ଼ବଡ଼ ଖେଳାଳି ଅମ୍ପାୟାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥାନ୍ତି । ସେମାନେ ସବୁବେଳେ ୫୦-୫୦ ନିଷ୍ପତ୍ତି ଗୁଡ଼ିକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରିଥାନ୍ତି । ହେଲେ ଆମେ ଚାପ ସମୟରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ନଥାଉ । ଖେଳାଳୀଙ୍କ ଚାପ ମଧ୍ୟରେ ମୁଁ କୌଣସି ବି ପରିସ୍ଥିତିକୁ ସମ୍ଭାଳିବା ପାଇଁ ପ୍ରସ୍ତୁତ ରହିଥାଏ । ଯାହା ମୋତେ ଆହୁରି ଅଧିକା ମନୋବଳ ଯୋଗାଇଥାଏ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

Nitin Menon
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.