ETV Bharat / sports

ENDW vs INDW: ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ଜିତାଇଲେ ବିୟୁମୋଣ୍ଟ-ସ୍କିଭର

ପ୍ରଥମ ଦିନିକିଆରେ ଇଂଲଣ୍ଡ ମହିଳା ଟିମ ଠାରୁ 8 ୱିକେଟରେ ହାରିଲା ଭାରତ । ଅଧିକ ପଢନ୍ତୁ...

Beaumont, Sciver shine as England register easy win over India in first ODI
ENDW vs INDW: ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ଜିତାଇଲେ ବିୟୁମୋଣ୍ଟ-ସ୍କିଭର
author img

By

Published : Jun 27, 2021, 10:33 PM IST

ବ୍ରିଷ୍ଟଲ: ପ୍ରଥମ ଦିନିକିଆରେ ଇଂଲଣ୍ଡ ମହିଳା ଟିମ ଠାରୁ 8 ୱିକେଟରେ ହାରିଲା ଭାରତ । ରବିବାର ଖେଳାଯାଇଥିବା ମ୍ୟାଚରେ ଟମି ବିୟୁମୋଣ୍ଟ ଓ ନାଟଲେ ସ୍କିଭରଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ ସହଜ ବିଜୟ ହାସଲ କରିଛି ଇଂଲଣ୍ଡ । ଫଳରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 1-0ରେ ଆଗୁଆ ହୋଇଛି ଘରୋଇ ଦଳ ।

202 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡର ଦୁଇ ଓପନର ଭର ଆରମ୍ଭ କରିଥିଲେ । ପ୍ରଥମ 10 ଓଭରରେ ହିଁ 61 ରନ ସଂଗ୍ରହ କରିବା ସହ ମାତ୍ର ଗୋଟିଏ ୱିକେଟ ହରାଇଥିଲା ଦଳ । ଝୁଲଣ ଗୋସ୍ବାମୀ ମ୍ୟାଚର ପଞ୍ଚମ ଓଭରରେ ରାଉରେନ ୱିନଫିଲ୍ଡ ହିଲଙ୍କୁ ପାଭିଲିୟନ ପଠାଇଦେଇଥିଲେ ।

ମାତ୍ର ଭଲ ରନ ରେଟ ସହ ଇଂଲଣ୍ଡ ବ୍ୟାଟିଂ ଜାରି ରଖିଥିଲା ଓ ପରେ ବିଜୟୀ ହୋଇଥିଲା । ବିୟୁମୋଣ୍ଟ ଓ ସ୍କିଭର 119 ରନ୍‌ର ଅପରାଜିତ ଭାଗିଦାରୀ କରିବା ସହ ଦଳକୁ 34.5 ଓଭରରେ ବିଜୟୀ କରାଇଥିଲେ । ବିୟୁମୋଣ୍ଟ 87 ବଲ୍‌ରୁ 12 ଚୌକା ଓ ଗୋଟିଏ ଛକା ସହାୟତାରେ 87 ଓ ସ୍କିଭର 74 ବଲ୍‌ରୁ 10 ଚୌକା ଓ ଗୋଟିଏ ଛକା ସହାୟତାରେ 74 ରନ୍‌ର ଇଂନିସ ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.