ETV Bharat / sports

T20 World Cup: ପରାଜୟର ହେବ ସମୀକ୍ଷା, ବିଶ୍ବକପରୁ ବାହାର ପରେ BCCI ଖପ୍ପା - ବିରାଟ କୋହଲି

ସେମିଫାଇନାଲରେ ଭାରତର ପ୍ରଦର୍ଶନକୁ ନେଇ ବିସିସିସିଆଇ ଖପ୍ପା । ଅଧିକ ପଢନ୍ତୁ

T20 World Cup : ସେମିରୁ ବିଦା ହେବା ପରେ BCCI ଖପ୍ପା, ହେବ ରିଭ୍ୟୁ ମିଟିଙ୍ଗ୍

author img

By

Published : Nov 13, 2022, 9:06 AM IST

ହାଇଦ୍ରାବାଦ: ଟି20 ବିଶ୍ବକପରେ ଭାରତର ପ୍ରଦର୍ଶନକୁ ନେଇ ବିସିସିସିଆଇ ଖପ୍ପା । ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ବକପରେ ଭାରତ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ୱିକେଟରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇସାରିଛି । ଫଳରେ ଗତ 9 ବର୍ଷ ଧରି ICC ଟ୍ରଫି ଜିତିପାରିନଥିବା ଟିମ ଇଣ୍ଡିଆ ପୁଣି ନିରାଶ ହୋଇଛି ।

ତେବେ ସେମିଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତର ଦୁର୍ବଳ ପ୍ରଦର୍ଶନ କଣ ପାଇଁ ରହିଲା ଏନେଇ ବିସିସିଆଇ ଏକ ରିଭ୍ୟୁ ମିଟିଂ କରିବାକୁ ଯାଉଥିବା ସୂଚନା ମିଳିଛି । ଏହି ରିଭ୍ୟୁ ମିଟିଂରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା, ଓ ଷ୍ଟାର ବ୍ୟାଟର ବିରାଟ କୋହଲି ଉପସ୍ଥିତ ରହିବେ ବୋଲି କୁହାଯାଉଛି ।

୨୦୨୨ ଟି୨୦ ବିଶ୍ବକପ ଜିତିବା ସ୍ବପ୍ନ ଭାରତର ଧୂଳିସାତ୍ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରୁ ଭାରତ ବିଦା ହେବା ପରେ ଟିମ୍ ଇଣ୍ଡିଆକୁ ଏବେ ବହୁ ସମାଲୋଚନାର ଶିକାର ହେବାକୁ ପଡିଛି । ଏପରିକି ପାକିସ୍ତାନର ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ କ୍ରିକେଟ ବୋର୍ଡ ସଭାପତି ମଧ୍ୟ ଭାରତର ପରାଜୟକୁ ନେଇ କଟାକ୍ଷ କରିଛନ୍ତି । ପୂର୍ବତନ ଇଂଲିସ କ୍ରିକେଟର ମଧ୍ୟ ନିଆଁରେ ଘିଅ ଢାଳିବାର କାର୍ଯ୍ୟ କରିଛନ୍ତି । ଭାରତୀୟ ଫ୍ୟାନ୍ସ ମଧ୍ୟ ଟିମର ଏପରି ପ୍ରଦର୍ଶନକୁ ସହଜରେ ଗ୍ରହଣ କରିପାରିନାହାନ୍ତି । କ୍ୟାପଟେନ ରୋହିତ ଶର୍ମାଙ୍କ ସମେତ ଏକାଧିକ ସିନିୟର ଖେଳାଳିଙ୍କୁ ଟି୨୦ ଟିମରୁ ବାହାର କରିବାକୁ ଦାବି ହେଉଛି । ଏଥିସହ କୋଚ୍‌ ଦ୍ରାବିଡଙ୍କ କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ଇଂଲଣ୍ଡଠାରୁ ଭାରତ ୧୦ ୱିକେଟରେ ପରାସ୍ତ ହେବା ପରେ ମେନ୍ ଇନ୍ ବ୍ଲୁର ରଣନୀତିକୁ ନେଇ ଭାରତୀୟ କ୍ରିକେଟ ବୋର୍ଡ ଖୁସି ନଥିବା ଜଣାପଡିଛି । ବଡ ବଡ ଟୁର୍ଣ୍ଣାମେଣ୍ଟରେ ଏକାଧିକ ପରାଜୟ କାରଣରୁ ଭାରତକୁ ବିଶ୍ବ କ୍ରିକେଟରେ ଅଲୋଡା ଆଖ୍ୟା ମଧ୍ୟ ଦିଆଯାଉଛି । ଏହାକୁ ଗମ୍ଭୀରତାର ସହ ବିିସିସିଆଇ ନେଇଥିବା କୁହାଯାଉଛି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ଫାଷ୍ଟ ବୋଲର ଜଶପ୍ରିତ ବୁମରାଙ୍କ ଅନୁପସ୍ଥିତିରେ ଦଳର ପ୍ରଦର୍ଶନ ଉପରେ ପଡିଥିବା ସ୍ପଷ୍ଟ ହୋଇଛି । ଆଗକୁ ଦିନିକିଆ ବିଶ୍ବକପ ଖେଳାଯିବ ।

ସେଥିରେ ଦଳକୁ ଟାଇଟଲ ହାତେବାକୁ ହେଲେ ଦଳର କ୍ଷମତାକୁ ସମୀକ୍ଷା କରିବାକୁ ପଡିବ । ଦଳର ବୋଲିଂ ବିକଳ୍ପ ବହୁତ କମ୍ ରହୁଛି । ବ୍ୟାଟିଂରେ ବଡ ଟାର୍ଗେଟ ଦେବାକୁ ଅସଫଳ ରହୁଛନ୍ତି । ତେବେ ଆଗାମୀ ବିଶ୍ବକପ ପାଇଁ ଦଳ ତ୍ରୁଟିକୁ ସୁଧାରିବା ପାଇଁ ବିସିସିଆଇ ଏକ ରିଭ୍ୟୁ ମିଟିଂ ଡାକିଛି । ଏହି ରିଭ୍ୟୁ ମିଟିଂରେ ଦଳର ବୋଲିଂ ଫିଲ୍ଡିଂ ଓ ବ୍ୟାଟିଂ ବିଭାଗର ରଣନୀତି ଉପରେ ଆଲୋଚନା କରାଯିବ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.