ETV Bharat / sports

T-20 world cup: ୭ରେ ଭାରତୀୟ ଦଳ ଘୋଷଣା କରିବ BCCI - ଟି ୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା

ସେପ୍ଟେମ୍ବର ୭ ତାରିଖରେ ବିସିସିଆଇ ଟି-୨୦ ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିବା ନେଇ ସୂଚନା ମିଳିଛି । ଟି-୨୦ ବିଶ୍ବକପ ପାଇଁ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ସମସ୍ତ ଦେଶ ନିଜର ଦଳ ଘୋଷଣା କରିବାକୁ ସମୟ ସୀମା ଧାର୍ଯ୍ୟ କରିଛି ଅନ୍ତର୍ଜାତୀୟ କ୍ରିକେଟ କମିଟି ବା ICC । ଅଧିକ ପଢ଼ନ୍ତୁ...

T-20 world cup: ୭ରେ ଭାରତୀୟ ଦଳ ଘୋଷଣା କରିବ BCCI

author img

By

Published : Sep 1, 2021, 8:21 PM IST

ମୁମ୍ବାଇ: ଟି-୨୦ ବିଶ୍ବକପ ପାଇଁ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ସମସ୍ତ ଦେଶ ନିଜର ଦଳ ଘୋଷଣା କରିବାକୁ ସମୟ ସୀମା ଧାର୍ଯ୍ୟ କରିଛି ଅନ୍ତର୍ଜାତୀୟ କ୍ରିକେଟ କମିଟି ବା ICC । ଭାରତରେ କୋରୋନା ସଂକ୍ରମଣ ଯୋଗୁଁ ଦୁବାଇରେ ଟି-୨୦ ବିଶ୍ବକପ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ICC । ତେବେ ସେପ୍ଟେମ୍ବର ୭ ତାରିଖରେ ବିସିସିଆଇ ଟି-୨୦ ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିବା ନେଇ ସୂଚନା ମିଳିଛି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଶେଷ ହେବାପରେ ଟି-୨୦ ବିଶ୍ବକପ ପାଇଁ ୧୫ ଜଣିଆ ଭାରତୀୟ ସ୍କ୍ବାଡ ଘୋଷଣା ହେବ । ଏହାକୁ ନେଇ ଜଣେ ବିସିସିଆଇ ଅଧିକାରୀ ନିଜ ନାମ ଗୋପନ କରି ସୂଚନା ଦେଇଛନ୍ତି । IPL ୨୦୨୧ ଶେଷ ହେବାପରେ ଭାରତୀୟ ଦଳ ଘୋଷଣା କରାଯିବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ICCର ଗାଇଡଲାଇନ ଯୋଗୁଁ ଆଇପିଏଲର ଅବଶିଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ ଦଳ ଘୋଷଣା କରାଯିବ ।

ଟି-୨୦ ବିଶ୍ବକପ ପାଇଁ ୧୫ ଜଣିଆ ଭାରତୀୟ ସ୍କ୍ବାଡରେ ପୃଥ୍ବୀ ଶ', ଇଶାନ କିଷନ ଓ ରାହୁଲ ଚହରଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବରେ ରହି ପାରନ୍ତି । ସେପଟେ ସୂର୍ଯ୍ୟ କୁମାର ଯାଦବ, ବରୁଣ ଚକ୍ରବର୍ତ୍ତୀ ଓ ଶ୍ରେୟସ ଆୟର ଟି-୨୦ ବିଶ୍ବକପ ପାଇଁ ଦଳରେ ସ୍ଥାନ ପାଇ ପାରନ୍ତି ବୋଲି ଆଲୋଚନା ହେଉଛି ।

ଅକ୍ଟୋବର ୨୪ ତାରିଖରେ ଭାରତ ତାର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିବ । ଏହାପରେ ୩୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ । ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ଖେଳାଯିବ । ନଭେମ୍ବର ୫ ତାରିଖରୁ ସୁପର ୧୨ ମ୍ୟାଚ ଆରମ୍ଭ ହେବ ।

ଟି-୨୦ ବିଶ୍ବକପ ପାଇଁ ଭାରତର ସମ୍ଭାବ୍ୟ ଦଳ

ରୋହିତ ଶର୍ମା, କେ.ଏଲ ରାହୁଲ, ଶିଖର ଧାବନ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ରସିଂହ ଜାଡେଜା, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ଜଶପ୍ରୀତ ବୁମରା, ମହମ୍ମଦ ସାମୀ, ବରୁଣ ଚକ୍ରବର୍ତ୍ତୀ ଓ ମହମ୍ମଦ ସିରାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.