ETV Bharat / sports

ICC ODI World Cup 2023: 'ବିଗ୍‌ ବି'ଙ୍କୁ ଗୋଲେ୍‌ଡନ୍‌ ଟିକେଟ୍‌, ଟ୍ବିଟ୍‌ କରି ସୂଚନା ଦେଲା BCCI

ବିଶ୍ବକପ୍‌ ୨୦୨୩ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟ୍‌ଡାଉନ୍‌ । ଏହାରି ଭିତରେ ମଙ୍ଗଳବାର ବିସିସିଆଇ ସଚିବ ଜୟ ଶାହ ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ ପାଇଁ ବଲିଉଡ୍‌ର କିମ୍ବଦନ୍ତୀ ଅମିତାଭ ବଚ୍ଚନଙ୍କୁ 'ଗୋଲେ୍‌ଡନ୍‌ ଟିକେଟ୍‌' ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 5, 2023, 10:39 PM IST

'ବିଗ୍‌ ବି'ଙ୍କୁ 'ଗୋଲେ୍‌ଡନ୍‌ ଟିକେଟ୍‌'
'ବିଗ୍‌ ବି'ଙ୍କୁ 'ଗୋଲେ୍‌ଡନ୍‌ ଟିକେଟ୍‌'

ମୁମ୍ବାଇ: ଏସିଆ କପ୍‌ ୨୦୨୩ ଜାରି ରହିଥିବାବେଳେ ଆରମ୍ଭ ହୋଇଗଲାଣି ବିଶ୍ବକପ୍‌ ୨୦୨୩ କାଉଣ୍ଟ୍‌ଡାଉନ୍‌ । ଏଥର ଭାରତରେ ଦିନିକିଆ ବିଶ୍ବକପ୍‌ ଆୟୋଜନ ହେବାକୁଥିବାବେଳେ ପ୍ରଶଂସକଙ୍କ ଉତ୍ସାହ ବେଶ ଉଚ୍ଚରେ । ଏହାରି ଭିତରେ ମଙ୍ଗଳବାର ବିସିସିଆଇ ସଚିବ ଜୟ ଶାହ ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩କୁ ବଲିଉଡ୍‌ର କିମ୍ବଦନ୍ତୀ ଅମିତାଭ ବଚ୍ଚନଙ୍କୁ ନିମନ୍ତ୍ରଣ କରିଛନ୍ତି । 'ବିଗ୍‌ ବି'ଙ୍କୁ ସମ୍ମାନଜନକ 'ଗୋଲେ୍‌ଡନ୍‌ ଟିକେଟ୍‌' ପ୍ରଦାନ କରି ଏହି କ୍ରିକେଟ ମହାକୁମ୍ଭକୁ ନିମନ୍ତ୍ରଣ କରିଛନ୍ତି ଜୟ ଶାହ ।

  • Golden ticket for our golden icons!

    BCCI Honorary Secretary @JayShah had the privilege of presenting our golden ticket to none other than the "Superstar of the Millennium," Shri @SrBachchan.

    A legendary actor and a devoted cricket enthusiast, Shri Bachchan's unwavering support… pic.twitter.com/CKqKTsQG2F

    — BCCI (@BCCI) September 5, 2023 " class="align-text-top noRightClick twitterSection" data=" ">

କ୍ରିକେଟ୍‌ର ଅନେକ ବଡ଼ ବଡ଼ ଇଭେଣ୍ଟରେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିଥାଏ । ଅନେକ ସମୟରେ ସେ ଭାରତ ପକ୍ଷରୁ ମ୍ୟାଚ୍‌ ଉଦ୍‌ଘାଟନୀ ତଥା ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇଥାନ୍ତି । ତେଣୁ ଭାରତୀୟ କ୍ରିକେଟ୍‌ ପ୍ରତି ତାଙ୍କର ଅତୁଟ ଉତ୍ସାହ ପାଇଁ 'ବିଗ୍‌ ବି'ଙ୍କୁ ଭିଆଇପି ଷ୍ଟାଣ୍ଡରୁ ସମସ୍ତ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ମାଗଣାରେ ଦେଖିବାକୁ କରିବାର ଆମନ୍ତ୍ରଣ ମିଳିଛି । ନିୟମ ଅନୁସାରେ 'ଗୋଲେ୍‌ଡନ୍‌ ଟିକେଟ୍‌' ପ୍ରାପ୍ତ ଅତିଥିଙ୍କୁ କେବଳ ଖେଳ ଉପଭୋଗ କରିବା ପାଇଁ ପ୍ରବେଶ ଅନୁମତି ପ୍ରଦାନ କରାଯିବ ନାହିଁ, ବରଂ ତାଙ୍କୁ ସମ୍ମାନଜନକ ଭାବେ ଅନେକ ବିଳାସପୂର୍ଣ୍ଣ ସୁବିଧା ସୁଯୋଗ ମଧ୍ୟ ପ୍ରଦାନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ICC World Cup 2023: ବିଶ୍ବକପ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା, ରାହୁଲ ଇନ ସାମସନ ଆଉଟ

ତେବେ 'ବିଗ୍‌ ବି'ଙ୍କୁ 'ଗୋଲେ୍‌ଡନ୍‌ ଟିକେଟ୍‌' ମିଳିବା ନେଇ ଖୋଦ ବିସିସିଆଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛି । ଏହି ପୋଷ୍ଟରେ ଲେଖାଯାଇଛି, "ଅନ୍ୟ କାହାକୁ ନୁହେଁ, ବରଂ 'ସୁପରଷ୍ଟାର ଅଫ୍‌ ଦି ମିଲେନିୟମ୍‌'ଙ୍କୁ 'ଗୋଲ‌ଡେନ୍ ଟିକେଟ୍‌' ପ୍ରଦାନ କରିବାର ସୌଭାଗ୍ୟ ଲାଭ କରିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଜଣେ କିମ୍ବଦନ୍ତୀ ଅଭିନେତା ତଥା ଜଣେ ସମର୍ପିତ କ୍ରିକେଟପ୍ରେମୀ ଅମିତାଭ ବଚ୍ଚନଙ୍କ କ୍ରିକେଟ ପ୍ରତି ଅତୁଟ ସମର୍ଥନ ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି । ସେ ଆମ ସହ ଯୋଗ ଦେଇଥିବାରୁ ଆମେ ଆନନ୍ଦିତ ।" ତେବେ ବିସିସିଆଇର ଏହି ପଦକ୍ଷେପକୁ ପ୍ରଶଂସକମାନେ ମଧ୍ୟ ବେଶ ପ୍ରଶଂସା କରିଛନ୍ତି ।

ପ୍ରକାଶଯୋଗ୍ୟ, ଆଗାମୀ ଅକ୍ଟୋବର ୫ ତାରିଖରୁ ଭାରତରେ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ୍‌ ଆରମ୍ଭ ହେବ । ଏନେଇ ବିସିସିଆଇ ପକ୍ଷରୁ ସମସ୍ତ ରାଜ୍ୟ କ୍ରିକେଟ ବୋର୍ଡ ସହ ଯୋଗାଯୋଗରେ ନିର୍ଦ୍ଧାରିତ ଭେନ୍ୟୁ ଗୁଡ଼ିକର ଉନ୍ନତୀକରଣ କାର୍ଯ୍ୟ ମଧ୍ୟ ସରିଛି । ଅନ୍ୟପଟେ ଆଜି ବିସିସିଆଇ ମଧ୍ୟ ବିଶ୍ବକପ୍‌ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଏ ତମାମ କାର୍ଯ୍ୟକ୍ରମ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍କଣ୍ଠା ଭରି ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.