ETV Bharat / sports

ବିଶ୍ବକପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଶାମିଙ୍କୁ ମିଳିବ ଅର୍ଜୁନ ପୁରସ୍କାର !

author img

By ETV Bharat Odisha Team

Published : Dec 13, 2023, 10:46 PM IST

Mohammed Shami: ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ସ୍ପିଡ୍‌ଷ୍ଟାର ମହମ୍ମଦ ଶାମିଙ୍କୁ ମିଳିବ ପୁରସ୍କାର । ଅର୍ଜୁନ ପୁରସ୍କାର ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ଶାମିଙ୍କ ନାଁ ସୁପାରିଶ କରିଛି ବିସିସିଆଇ । ଅଧିକ ପଢ଼ନ୍ତୁ

ବିଶ୍ବକପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଶାମିଙ୍କୁ ମିଳିବ ଉପହାର

ନୂଆଦିଲ୍ଲୀ: ଗତ ମାସରେ ଶେଷ ହୋଇଥିବା ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଭାରତୀୟ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଏକମାତ୍ର ଦଳ ଭାବେ ଲିଗ୍‌ ପର୍ଯ୍ୟାୟରୁ ସେମିଫାଇନାଲ୍‌ ପର୍ଯ୍ୟନ୍ତ ସବୁ ମ୍ୟାଚ୍‌ ଜିତି ପହଞ୍ଚିଥିଲା ଫାଇନାଲ୍‌ରେ । ଯଦିଓ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜିତ ହୋଇଥିଲା, ହେଲେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ବିରାଟ କୋହଲି ସର୍ବାଧିକ ରନ୍ ସଂଗ୍ରହ କରିଥିବା ବେଳେ ସର୍ବାଧିକ ୱିକେଟ ହାସଲ କରିଥିଲେ ସ୍ପିଡ୍‌ଷ୍ଟାର ମହମ୍ମଦ ଶାମି । ବିଶ୍ବକପ୍‌ରେ ଏଭଳି ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ପାଇଁ ଏବେ ଶାମିଙ୍କୁ ଏହାର ପୁରସ୍କାର ମିଳିବ । ଅର୍ଜୁନ ଆୱାର୍ଡ ପାଇଁ ବିସିସିଆଇ ଶାମିଙ୍କ ନାମକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିଶ କରିଥିବା ଖବର ପ୍ରକାଶ ପାଇଛି ।

ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ କେବଳ ୭ଟି ମ୍ୟାଚ ଖେଳିଥିବା ଭାରତୀୟ ଷ୍ଟାର ପେସର୍‌ ମହମ୍ମଦ ଶାମି ୨୪ଟି ୱିକେଟ୍‌ ନେଇ ସର୍ବାଧିକ ୱିକେଟ ଟେକର୍ ପାଲଟିଥିଲେ । ଏପରିକି ସେମିଫାଇନାଲ୍‌ରେ ୭ ୱିକେଟ୍‌ ଦଖଲ କରି ସେ ଏକାକୀ ଦଳକୁ ଫାଇନାଲ୍‌ରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ । ଟୁର୍ଣ୍ଣାମେଣ୍ଟରେ ତାଙ୍କର ଏଭଳି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ତାଙ୍କୁ ଏହାର ପ୍ରତିଦାନ ଦେବାକୁ ହେଉଛି ଯୋଜନା । ଅର୍ଜୁନ ପୁରସ୍କାର ପ୍ରଦାନ କରିବା ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ଶାମିଙ୍କ ନାଁ ସୁପାରିଶ କରିଛି ବିସିସିଆଇ । ଦେଶର ଦ୍ବିତୀୟ ସର୍ବଶ୍ରେଷ୍ଠ ଖେଳ ପୁରସ୍କାର ହେଉଛି ଅର୍ଜୁନ ପୁରସ୍କାର । ଏବେ ଶାମି ଅର୍ଜୁନ ପୁରସ୍କାର ପାଇବା ପାଇଁ ଚୟନ ହୋଇଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ବିଶ୍ବକପ୍‌ ପ୍ରଦର୍ଶନ ଆଧାରରେ ତାଙ୍କ ନାମ କ୍ରୀଡ଼ା ମନ୍ତ୍ରଣାଳୟକୁ ବିସିସିଆଇ ତରଫରୁ ସୁପାରିଶ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ମହମ୍ମଦ ଶାମିଙ୍କ ବଦାନ୍ୟତା, ଦୁର୍ଘଟଣାରେ ଶିକାର ଯୁବକଙ୍କ ଜୀବନ ବଞ୍ଚାଇଲେ

ପ୍ରକାଶ ଯୋଗ୍ୟ, ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦଳରୁ ବାଦ୍ ପଡ଼ିବା ପରେ ଶାମିଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା । ଏହାପରେ ସେ କେବଳ ୭ଟି ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇଥିଲେ । କିନ୍ତୁ ଏହି ୭ଟି ମ୍ୟାଚ୍‌ରେ ସେ ଟୁର୍ଣ୍ଣାମେଣ୍ଟର ସମସ୍ତ ବୋଲରଙ୍କୁ ପଛରେ ପକାଇ ସର୍ବାଧିକ ୱିକେଟ ହାସଲ କରିଥିଲେ । ବିଶେଷ କରି ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ଅନ୍ୟ ବୋଲରମାନେ କିୱି ବ୍ୟାଟରଙ୍କ ଆଗରେ ସଙ୍ଘର୍ଷ କରୁଥିବା ବେଳେ ଏକାକୀ ଶାମି ୭ଟି ୱିକେଟ୍‌ ନେଇ ଭାରତକୁ ଫାଇନାଲରେ ପହଞ୍ଚାଇବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.