ETV Bharat / sports

COVID-19: ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ସୌରଭ ଗାଙ୍ଗୁଲି - ସୌରଭ ଗାଙ୍ଗୁଲିଙ୍କୁ କୋରୋନା

ହସ୍ପିଟାଲରୁ ଡିସଚାର୍ଜ ହେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଓମିକ୍ରନ ରିପୋର୍ଟ ନେଗେଟିଭ ରହିଥିବା ସୂଚନା । ଅଧିକ ପଢନ୍ତୁ

BCCI President Sourav Ganguly discharged from hospital after COVID-19 treatment
COVID-19: ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ସୌରଭ ଗାଙ୍ଗୁଲି
author img

By

Published : Dec 31, 2021, 5:34 PM IST

କୋଲକାତା: ହସ୍ପିଟାଲରୁ ଡିସଚାର୍ଜ ହେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । COVID-19 ପଜଟିଭ ଚିହ୍ନଟ ହେବାପରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଦାଦା । ଶୁକ୍ରବାର ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ଜଣାପଡିଛି ଓ ତାଙ୍କର ଓମିକ୍ରନ ରିପୋର୍ଟ ନେଗେଟିଭ ରହିଛି । ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ହୋମ ଆଇସୋଲେସନରେ ରହିବେ ଗାଙ୍ଗୁଲି ।

ପୂର୍ବତନ ଭାରତୀୟ କ୍ୟାପଟେନ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିରଥିବାନେଇ ଚିକିତ୍ସିତ ହେଉଥିବା ହସ୍ପିଟାଲ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଥିଲା । ତେବେ ଆଜି(ଶୁକ୍ରବାର) ଅପରାହ୍ନରେ ଡିସଚାର୍ଜ ହେଉଥିଲେ ମଧ୍ୟ ଡାକ୍ତରଙ୍କ ପ୍ରତ୍ୟେକ୍ଷ ନୀରିକ୍ଷଣରେ ଗାଙ୍ଗୁଲି ଦୁଇ ସପ୍ତାହ ପର୍ଯ୍ୟନ୍ତ ହୋମ ଆଇସୋଲେସନରେ ରହିବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ: ICC Awards; ଆଇସିସି ପୁରସ୍କାର ଦୌଡରେ ସ୍ମୃତି ମାନ୍ଧାନା

୪୯ ବର୍ଷୀୟ ସୌରଭ ଗାଙ୍ଗୁଲିଙ୍କ RT-PCR ଟେଷ୍ଟ ରିପୋର୍ଟ ସୋମବାର ରାତିରେ COVID-19 ପଜିଟିଭ ଜଣାପଡିବା ପରେ ସତର୍କତା ମୂଳକ ପଦକ୍ଷେପ ଭାବେ ଉଡ୍‌ଲାଣ୍ଡ୍ସ ମୁନିସିପାଲିଟି ହସ୍ପିଟାଲରେ ଭତ୍ତି ହୋଇଥିଲେ ।

ପୂର୍ବରୁ ମଧ୍ୟ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ବର୍ଷରେ ଦୁଇଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ତାଙ୍କର ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା କରାଯାଇଥିଲା ।

ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ ଗାଙ୍ଗୁଲି ମଧ୍ୟ ପୂର୍ବରୁ COVID-19ରେ ସଂକ୍ରମିତ ହୋଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.