ETV Bharat / sports

ଘରୋଇ ଟୁର୍ଣ୍ଣାମେଣ୍ଟ ପୁରସ୍କାର ରାଶି ବୃଦ୍ଧି କଲା BCCI, ଜାଣନ୍ତୁ କାହାକୁ ମିଳିବ କେତେ ?

ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୁରସ୍କାର ରାଶି ବୃଦ୍ଧି କରିଛି ବିସିସିଆଇ । ଜାଣନ୍ତୁ କାହାକୁ ମିଲିବ କେତେ । ଅଧିକ ପଢନ୍ତୁ

author img

By

Published : Apr 17, 2023, 2:49 PM IST

ଘରୋଇ ଟୁର୍ଣ୍ଣାମେଣ୍ଟ ପୁରସ୍କାର ରାଶି ବୃଦ୍ଧି କଲା BCCI

ନୂଆଦିଲ୍ଲୀ: ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୁରସ୍କାର ରାଶି ବୃଦ୍ଧି କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ସମସ୍ତ ଘରୋଇ କ୍ରିକେଟର ପୁରସ୍କାର ରାଶିରେ ପରିବର୍ତ୍ତନ କରିଛି ବିସିସିଆଇ । ସଦ୍ୟ ଘୋଷିତ ନୂଆ ପୁରସ୍କାର ତାଲିକା କ୍ରିକେଟରଙ୍କୁ ଉତ୍ସାହିତ କରିଛି । ଯଦି ଗୋଟିଏ ଦଳ ରଣଜୀ ବିଜୟୀ ହୁଏ ତେବେ ସେହି ଦଳରୁ 5 କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ଆସନ୍ତା 2023-24 ସିଜନରୁ ଏହି ନୂଆ ରାଶି ପ୍ରଦାନ କରାଯିବ । ନୂଆ ସଂଶୋଧିତ ପୁରସ୍କାର ରାଶି ଘୋଷଣା କରି ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ ।

  • I’m pleased to announce an increase in prize money for all @BCCI Domestic Tournaments. We will continue our efforts to invest in Domestic Cricket – which is the backbone of Indian Cricket. Ranji winners to get ₹5 crores (from 2 cr), Sr Women winners ₹50 lacs (from 6 lacs)🇮🇳 pic.twitter.com/Cgpw47z98q

    — Jay Shah (@JayShah) April 16, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...IPL 2023: ଆଜି ଧୋନୀ-ଡୁପ୍ଲେସି ଫାଇଟ, ତୃତୀୟ ବିଜୟ ଲକ୍ଷ୍ୟରେ ଦୁଇଦଳ

ଗତ ସିଜନରେ ରଣଜୀ ଟ୍ରଫି ବିଜେତାଙ୍କୁ 2 କୋଟି, ରନର୍ସଅପକୁ 1 କୋଟି ଓ ସେମିଫାଇନାଲ ଦଳକୁ 50 ଲକ୍ଷ ଲେଖାଏଁ ପୁରସ୍କାର ରାଶି ମିଳିଥିଲା । ମାତ୍ର ଆଗାମୀ ସିଜନରେ ନୂଆ ପୁରସ୍କାର ରାଶି ଅନୁସାରେ ବିଜେତାକୁ 5 କୋଟି, ରନର୍ସଅପଙ୍କୁ 3 କୋଟି ଓ ସେମି ଫାଇନାଲ ଖେଳିଥିବା ଦଳକୁ 1କୋଟି ଲେଖାଏଁ ପୁରୁସ୍କାର ରାଶି ମିଳିବ । ସେହପରି ଇରାନୀ କପ ଚାମ୍ପିଅନଙ୍କୁ 25 ଲକ୍ଷ ମିଳୁଥିଲା । ଆଗରୁ ଏହି କପ ଚାମ୍ପିଅନଙ୍କୁ 50ଲକ୍ଷ ଟଙ୍କା ମିଳିବ । ଦୁଲୀପ ଟ୍ରଫି ଚମ୍ପିଅନକୁ 40 ଲକ୍ଷ ଓ ରନର୍ସଅପଙ୍କୁ 20 ଲକ୍ଷ ମିଳିବ । ସେହିପରି ବିଜୟ ହଜାର ଟ୍ରଫି ଚମ୍ପିଆନଙ୍କ ପାଇଁ ମଧ୍ୟ ଆକର୍ଷଣୀୟ ପୁରସ୍କାର ରାଶି ରହିଛି । ଚମ୍ପିଆନଙ୍କୁ 1 କୋଟି ଓ ରନର୍ସଅପକୁ 50 ଲକ୍ଷ ଟଙ୍କା ମିଳିବ । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପୁରସ୍କାର ରାଶି ବୃଦ୍ଧି ହୋଇଛି । ଚମ୍ପିଆନ ଦଳ 80 ଲକ୍ଷ ଓ ରନର୍ସଅପ 40 ଲକ୍ଷ ଟଙ୍କା ପାଇବେ ।

ଏହା ବି ପଢନ୍ତୁ...IPL 2023: ରାଜସ୍ଥାନ ରାଜୁତି, 3 ୱିକେଟରେ ହାରିଲା ଗୁଜୁରା

ସେହିପରି ମହିଳା କ୍ରିକେଟରର ଦୁଇଟି ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି ବୃଦ୍ଧି ହୋଇଛି । ସିନିଅର ଦିନିକିଆ ମ୍ୟାଚରେ ଚମ୍ପିଆନ ଦଳକୁ 6 ଲକ୍ଷ ଓ ରନର୍ସଅପକୁ 3 ଲକ୍ଷ ମିଳୁଥିଲା ମାତ୍ର ଏହା ବୃଦ୍ଧି ପାଇ ଯଥାକ୍ରମେ 50 ଲକ୍ଷ ଓ 25 ଲକ୍ଷ ହୋଇଛି । ସେହିପରି ମହିଳା ଟି-ଟ୍ବେଣ୍ଟି ଦଳ ଚମ୍ପିଆନକୁ 5 ଲକ୍ଷ ଓ ରନର୍ସଅପରୁ 3 ଲକ୍ଷ ମିଳୁଥିଲା । ମାତ୍ର ଏହି ପୁରସ୍କାର ରାଶି ବୃଦ୍ଧି ପାଇ ଯଥାକ୍ରମେ 40 ଲକ୍ଷ ଓ 20 ଲକ୍ଷରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.