ETV Bharat / sports

WIPL Auction: ୨୫ରେ ମହିଳା IPL ନିଲାମୀ, ବଡବଡ କମ୍ପାନୀ ଦେଖାଇଲେ ଆଗ୍ରହ - Women Indian Premier League

ମହିଳା ଆଇପିଏଲ ପାଇଁ ଅଣ୍ଟା ଭିଡିଛି BCCI । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବୁଧବାର ହେବାକୁ ଯାଉଥିବା ମହିଳା IPLର ୫ଟି ଟିମର ନିଲାମୀରୁ ପ୍ରାୟ ୪୦୦୦ କୋଟି ଟଙ୍କା ରୋଜଗାର କରିବାର ଆଶା ରହିଛି । ଅଧିକ ପଢନ୍ତୁ

ମହିଳା ଆଇପିଏଲ ନିଲାମୀ
ମହିଳା ଆଇପିଏଲ ନିଲାମୀ
author img

By

Published : Jan 24, 2023, 9:04 AM IST

ହାଇଦ୍ରାବାଦ : ଜାନୁଆରୀ ୨୫ ତାରିଖରେ ଭାରତୀୟ ମହିଳା ପ୍ରିମିୟର ଲିଗ୍‌ର (Women Indian Premier League) ୫ଟିମ ପାଇଁ ଖେଳାଳିଙ୍କ ନିଲାମୀ ହେବ । ନିଲାମୀ ପାଇଁ ଆଦାନୀଠାରୁ ଆରମ୍ଭ କରି ଆଦିତ୍ୟ ବିର୍ଲା ଗ୍ରୁପ ପର୍ଯ୍ୟନ୍ତ କମ୍ପାନୀ ଆଗ୍ରହ ଦେଖାଇଛନ୍ତି । ମହିଳା IPL ପାଇଁ ଅଣ୍ଟା ଭିଡିଛି BCCI । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବୁଧବାର ହେବାକୁ ଯାଉଥିବା ମହିଳା IPLର ୫ଟି ଟିମର ନିଲାମୀରୁ ପ୍ରାୟ ୪୦୦୦ କୋଟି ଟଙ୍କା ରୋଜଗାର କରିବାର ଆଶା ରହିଛି ।

ବଜାର ବିଶେଷଜ୍ଞଙ୍କ ମୁତାବିକ, ଫ୍ରାଞ୍ଚାଇଜଗୁଡିକ ୫୦୦ରୁ ୬୦୦ କୋଟି ଟଙ୍କାରେ ବିକ୍ରି ହେବା ନେଇ ଆଶା ରଖାଯାଇଛି । ତେବେ ମହିଳା IPLରେ ଦଳଗୁଡିକ କିଣିବା ପାଇଁ ୩୦ରୁ ଅଧିକ କମ୍ପାନୀ ସାମିଲ ରହିଥିବା ସୂଚନା ମିଳିଛି । ସେପଟେ ପୁରୁଷ IPL ଟିମ୍‌ର ମାଲିକାନାରେ ଥିବା ୧୦ଟି ଫ୍ରାଞ୍ଚାଇଜ୍ ମଧ୍ୟ ଏଥିରେ ସାମିଲ ରହିଛନ୍ତି । ଆଦାନୀ ଗ୍ରୁପ, ଟୋରେଣ୍ଟ ଗ୍ରୁପ, ହଲଦୀରାମ ପ୍ରଭୁଜୀ, କୈପରୀ ଗ୍ଲୋବାଲ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ ମଧ୍ୟ ଆଇପିଏଲ ଦଳ କିଣିବାକୁ ଆଗ୍ରହ ଦେଖାଇଛନ୍ତି । ଏଥିରେ ସେହି କମ୍ପାନୀଗୁଡ଼ିକ ସାମିଲ ରହିଛନ୍ତି ଯେଉଁମାନେ ୨୦୨୧ ପୁରୁଷ IPLରେ ଦୁଇଟି ନୂଆ ଟିମ୍‌ କିଣିବାରେ ବିଫଳ ରହିଥିଲେ ।

IPL ଟିମ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟରାଇଡର୍ସ ଟିମ୍‌ ମହିଳା IPL ନିଲାମୀରେ ଅଧିକ ସକ୍ରିୟ ରହିବା ନେଇ ଆଶା କରାଯାଉଛି । କାରଣ ଏହି ଦଳଗୁଡିକ ମହିଳା IPL ଦଳ କିଣିବାରେ ବେଶ୍ ଆଗ୍ରହ ଦେଖାଛନ୍ତି । ବଜାର ନିୟମ ଅନୁସାରେ ବ୍ୟବସାୟିକ ଘରୋଇ ଟିମ୍‌ କିଣିବା ପାଇଁ ଦୁଇଟି ସିଦ୍ଧାନ୍ତରେ ନିଲାମୀ ପ୍ରକ୍ରିୟା କରାଯାଇଥାଏ । ଏଥିରେ ପ୍ରଥମ ନିବେଶ ଉପରେ ପ୍ରତିଫଳ(ଆରଓଆଇ) ରହିଛି । ଯାହା କୌଣସି ବ୍ୟବସାୟର ମୂଳ ସିଦ୍ଧାନ୍ତ ଅଟେ । ଦ୍ବିତୀୟରେ କୌଣସି ବ୍ୟବସାୟିକ ସିଦ୍ଧାନ୍ତ ନାହିଁ । ହେଲେ ବ୍ୟବସାୟିକ ସମୁଦାୟ ଏଥିରେ ଜଡିତ ବୋଲି କୁହାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.