ETV Bharat / sports

ଋଦ୍ଧିମାନଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: ଆକ୍ସନ ନେଲା BCCI, ସାମ୍ବାଦିକ ବୋରିଆ ମଜୁମଦାର ୨ବର୍ଷ ବ୍ୟାନ - ଋଦ୍ଧିମାନ ଶାହଙ୍କୁ ସାମ୍ବାଦିକଙ୍କ ଦୁର୍ବ୍ୟବହାର ଘଟଣା

ସାମ୍ବାଦିକ ବୋରିଆ ମଜୁମଦାରଙ୍କ ଉପରେ ଦୁଇ ବର୍ଷର ବ୍ୟାନ ଲଗାଇଲା BCCI । ଅଧିକ ପଢନ୍ତୁ

ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ୨ ବର୍ଷ ବ୍ୟାନ, ଋଦ୍ଧିମାନ ଶାହଙ୍କୁ କରିଥିଲେ ଦୁର୍ବ୍ୟବହାର

author img

By

Published : May 4, 2022, 4:16 PM IST

Updated : May 4, 2022, 4:48 PM IST

ନୂଆଦିଲ୍ଲୀ: ସାମ୍ବାଦିକ ବୋରିଆ ମଜୁମଦାରଙ୍କ ଉପରେ ଲାଗିଲା ଦୁଇ ବର୍ଷର ବ୍ୟାନ । ଋଦ୍ଧିମାନ ଶାହଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ବ୍ୟାନ ଲାଗାଇଥିବା ସୂଚନା । ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଜଗତର କୌଣସି ଷ୍ଟୋରୀ କଭର କରିପାରିବେନି ବୋରିଆ ।

ଖବର ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷ ଦୁଇଟିକିଆ ଟେଷ୍ଟ ମ୍ୟାଚ ସିରିଜରୁ ଋଦ୍ଧିମାନ ଶାହ ବାଦ ପଡିବା ପରେ ସାମ୍ବାଦିକ ବୋରିଆ ମଜୁମଦାର ତାଙ୍କ ସହ ସାକ୍ଷାତକାର କରିବାକୁ ମେସେଜ୍ ମାଧ୍ୟମରେ ଅନୁମତି ମାଗିଥିଲେ । କିନ୍ତୁ ଏନେଇ କୌଣସି ଉତ୍ତର ନ ଦେବାରୁ ବୋରିଆ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ଋଦ୍ଧିମାନ । ଏପରିକି ବୋରିଆ କରିଥିବା ଆଶାଳୀନ ବ୍ୟବହାର ମେସେଜର ସ୍କ୍ରିନସର୍ଟ ପୋଷ୍ଟ କରି ଟ୍ବିଟ କରିଥିଲେ ଋଦ୍ଧିମାନ ।

ତେବେ ଏହି ଅଭିଯୋଗରେ ଆଜି(ବୁଧବାର) BCCI ବୋରିଆଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ବ୍ୟାନ କରିଛି BCCI । ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଜାତୀୟ କିମ୍ବା ଅନ୍ତର୍ଜାତୀୟ କୌଣସି କ୍ରୀଡା ସଂକ୍ରାନ୍ତୀୟ ଷ୍ଟୋରୀ କଭର କରିପାରିବେ ନାହିଁ ବୋରିଆ । ଏପରିକି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ବାରା ସ୍ବାକ୍ଷରିତ କ୍ରୀଡାବିତଙ୍କ ସାକ୍ଷାତକାର ମଧ୍ୟ ନେଇପାରିବେ ନାହିଁ । ସେହିପରି BCCI ପକ୍ଷରୁ କ୍ରୀଡା ସାମ୍ବାଦିକଙ୍କ ପାଇଁ ଉପଲବ୍ଧ ଥିବା ସମସ୍ତ ସୁବିଧା-ସୁଯୋଗରୁ ବାଦ୍ ପଡିଛନ୍ତି ବୋରିଆ ।

ଶାହ ଏବଂ ମଜୁମଦାରଙ୍କ ମଧ୍ୟରେ ଘଟିଥିବା ଏହି ଘଟଣା ଯେପରି ଆଗାମୀ ଦିନରେ ଅନ୍ୟ କୌଣସି ଖେଳାଳିଙ୍କ ସହ ନ ଘଟେ ସେଥିପାଇଁ BCCI ଏପରି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ ହୋଇଛି ।

Last Updated : May 4, 2022, 4:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.