ETV Bharat / sports

ICC World Cup 2023: ବିଶ୍ବକପ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା, ରାହୁଲ ଇନ ସାମସନ ଆଉଟ

ଆଇସିସି ବିଶ୍ବକପ 2023 ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ICC World Cup
ICC World Cup 2023
author img

By ETV Bharat Odisha Team

Published : Sep 5, 2023, 1:55 PM IST

Updated : Sep 5, 2023, 2:21 PM IST

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଆଇସିସି ପୁରୁଷ ଦିନିକିଆ ବିଶ୍ବକପ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ପ୍ରେସମିଟ କରି ଦଳ ଘୋଷଣା କରିଛନ୍ତି ମୁଖ୍ୟ ଚନୟ କର୍ତ୍ତା ଅଜିତ ଅଗରକର । ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତ । ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ଟି-ଟ୍ବେଣ୍ଟି ସ୍ପେଶିଆଲିଷ୍ଟ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସ୍ଥାନ ପାଇଛନ୍ତି । ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି କେଏଲ ରାହୁଲ ସ୍ଥାନ ବଜାୟ ରଖିଛନ୍ତି । ସଞ୍ଜୁ ସାମସନ ବାଦ ପଡିଛନ୍ତି । ଏସିଆ କପ୍‌ରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ବିଶ୍ବକପରେ ରହିଛନ୍ତି ।

ରାହୁଲ ଫିଟନେସରେ ପରୀକ୍ଷା ପାସ କରିଥିବାରୁ ତାଙ୍କୁ ବିଶ୍ବକପ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି । ଏସିଆ କପରେ ଷ୍ଟାଣ୍ଡ ବାଏରେ ଥିବା ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ ବାଦ ପଡିଛନ୍ତି । ଏସିଆ କପରେ ପାକିସ୍ତାନ ବିପକ୍ଷରେ ଦମଦାର ପାଳି ଖେଳିଥିବା ୱିକେଟ ରକ୍ଷକ ବ୍ୟାଟର ଈଶାନ କିଶନ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ସଞ୍ଜୁ ସାମସନ, ଯୁଝବେନ୍ଦ୍ର ଚହଳ, ଶିଖର ଧାୱାନ ଓ ରବିଚନ୍ଦ୍ରନ ଅଶ୍ବିନୀଙ୍କୁ ସ୍ଥାନ ମିଳିନାହିଁ ।

  • BCCI Chief Selector Ajit Agarkar announces ICC World Cup 2023 squad- Rohit Sharma (captain), Hardik Pandya (vice-captain), Shubman Gill, Virat Kohli, Shreyas Iyer, KL Rahul, Ravindra Jadeja, Shardul Thakur, Jasprit Bumrah, Mohammed Siraj, Kuldeep Yadav, Mohammed Shami, Axar… pic.twitter.com/ebzUbiPkV0

    — ANI (@ANI) September 5, 2023 " class="align-text-top noRightClick twitterSection" data=" ">

ବିଶ୍ବକପ ପାଇଁ ଭାରତୀୟ ସ୍କ୍ବାଡ: ରୋହତି ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ଈଶାନ କିଶନ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ) ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସାର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମହମ୍ମହ ସାମି, ମହମ୍ମଦ ସିରାଜ, କୁଳଦୀପ ଯାଦବ ।

ଏହା ବି ପଢନ୍ତୁ...ICC World Cup 2023: ଅକ୍ଟୋବର ୪ରେ ଉଦ୍‌ଘାଟନୀ ସମାରୋହ, ଯୋଗଦେବେ ସବୁ ଦଳର ଅଧିନାୟକ

ଏହା ବି ପଢନ୍ତୁ...World Cup 2023: ସେପ୍ଟେମ୍ବର 29ରୁ ୱାର୍ମ ଅଫ ମ୍ୟାଚ, ଇଂଲଣ୍ଡ-ନେଦରଲାଣ୍ଡସ ବିପକ୍ଷରେ ଖେଳିବ ଭାରତ

ପ୍ରକାଶ ଥାଉ କି, ଅକ୍ଟୋବର 5ରୁ ନଭେମ୍ବର 19 ତାରିଖ ଯାଏଁ ଭାରତରେ ICC ପୁରୁଷ ଦିନିକିଆ ବିଶ୍ବକପ ଖେଳାଯିବ । ମୋଟ 10ଟି ଦଳକୁ ନେଇ 10ଟି ଭେନ୍ୟୁରେ ବିଶ୍ବକପ ମ୍ୟାଚ ଖେଳାଯିବ । ସମସ୍ତ 10ଟି ଭେନ୍ୟୁ ଗୁଡିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା । ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରହିଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ ।

ଆୟୋଜକ ଭାରତ ଅକ୍ଟୋବର 8 ତାରିଖରେ 5 ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ । ନଭେମ୍ବର 19 ତାରିଖରେ ଫାଇନାଲ ଖେଳାଯିବ । ବିଶ୍ବକପ ଆରମ୍ଭ ପୂର୍ବରୁ ସେପ୍ଟେମ୍ବର 29ରୁ ୱାର୍ମଅପ୍‌ ମ୍ୟାଚ ଖେଳାଯିବ । ଭାରତ ଇଂଲଣ୍ଡ ଓ ନେଦରଲାଣ୍ଡସ ବିପକ୍ଷରେ ଖେଳିବ ।

Last Updated : Sep 5, 2023, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.