ETV Bharat / sports

Ind Vs WI T20 Series: ଭାରତୀୟ ଦଳ ଘୋଷଣା, ବାଦ୍‌ ପଡ଼ିଲେ କୋହଲି

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି BCCI । ଦଳକୁ କେ.ଏଲ୍‌ ରାହୁଲ ଓ କୂଳଦୀବ ଯାଦବ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବିରାଟ କୋହଲି ଜଶପ୍ରୀତ ବୁମ୍‌ରାଙ୍କୁ ଏହି ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Jul 14, 2022, 3:26 PM IST

Ind Vs WI T20 Series: ଦଳ ଘୋଷଣା କଲା BCCI, ବାଦ୍‌ ପଡ଼ିଲେ କୋହଲି

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ(BCCI) । ଦଳକୁ କେ.ଏଲ୍‌ ରାହୁଲ ଓ କୁଲଦୀପ ଯାଦବ ଦଳ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ବିରାଟ କୋହଲି ଓ ଜଶପ୍ରୀତ ବୁମ୍‌ରାଙ୍କୁ ଏହି ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି । ତେବେ ରାହୁଲ ଓ କୁଲଦୀପ ସମ୍ପୂର୍ଣ୍ଣ ଫିଟ୍‌ ହେଲେ ହିଁ ଏହି ସିରିଜ୍‌ରେ ସାମିଲ ହେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ସେହିଭଳି ଚହଲଙ୍କ ବଦଳରେ ଦଳରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସାମିଲ କରାଯାଇଛି ।

  • Rohit Sharma (C), I Kishan, KL Rahul*, Suryakumar Yadav, D Hooda, S Iyer, D Karthik, R Pant, H Pandya, R Jadeja, Axar Patel, R Ashwin, R Bishnoi, Kuldeep Yadav*, B Kumar, Avesh Khan, Harshal Patel, Arshdeep Singh.

    *Inclusion of KL Rahul & Kuldeep Yadav is subject to fitness.

    — BCCI (@BCCI) July 14, 2022 " class="align-text-top noRightClick twitterSection" data=" ">

ଇଂଲଣ୍ଡ ସହ ଟି-୨୦ ସିରିଜ ଶେଷ ହେବାପରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‌ ଗସ୍ତ କରିବ । ଜୁଲାଇ ୨୨ ତାରିଖରୁ ଏହି ହ୍ବାଇଟ୍‌ ବଲ୍‌ ଗେମ୍‌ ଆରମ୍ଭ ହୋଇ ଅଗଷ୍ଟ ୭ ତାରିଖରେ ଶେଷ ହେବ । ୨୨ ତାରିଖରୁ ୨୭ ତାରିଖ ଯାଏଁ ଦିନିକିଆ ସିରିଜ୍‌ ଖେଳାଯିବ । ଏହାପରେ ଜୁଲାଇ ୨୯ ତାରିଖରୁ ଟି-୨୦ ସିରିଜ୍‌ ଆରମ୍ଭ ହେବ । ଚଳିତ ବର୍ଷ ପ୍ରାରମ୍ଭରେ ୱେଷ୍ଟଇଣ୍ଡିଜ୍‌ ଦଳ ଭାରତ ଗସ୍ତ କରିଥିଲା । ଭାରତ ବିପକ୍ଷରେ ୩ଟି ଟି-୨୦ ଓ ୩ଟି ଦିନିକିଆ ଖେଳି ଗୋଟିଏ ମଧ୍ୟ ମ୍ୟାଚ୍‌ରେ ବିଜୟୀ ହୋଇ ପାରିନଥିଲା ୱେଷ୍ଟଇଣ୍ଡିଜ୍‌ ।

ଘରୋଇ ସିରିଜ୍‌ରେ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ଦଳ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ । ସେପଟେ ଦଳରୁ କୋହଲଙ୍କୁ ବିଶ୍ରାମ ଦିଆଯିବାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କେତେ ଏହାକୁ ସମର୍ଥନ କରୁଥିବାବେଳେ କେତେ ଏହାକୁ ସମାଲୋଚନା କରିଛନ୍ତି ।

ୱେଷ୍ଟଇଣ୍ଡିଜ ବିପକ୍ଷ ଟି20 ସିରିଜ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଇଶାନ କିଶାନ, କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର, ଅଭେଶ ଖାନ, ହର୍ଷଲ ପଟେଲ, ଅର୍ଶଦୀପ ସିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.