ETV Bharat / sports

ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଦଳକୁ ଫେରିଲେ କୂଳଦୀପ - ୱେଷ୍ଟ-ଇଣ୍ଡିଜ୍‌ ବିପକ୍ଷରେ ସିରିଜ ପାଇଁ ଦଳ ଘୋଷଣା

ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ଓ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଏହି ସିରିଜ୍‌ ପାଇଁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଅଧିକ ପଢ଼ନ୍ତୁ

bcci announced team india for series against west indies
ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଦଳକୁ ଫେରିଲେ କୂଳଦୀପ
author img

By

Published : Jan 26, 2022, 9:25 PM IST

Updated : Jan 26, 2022, 10:46 PM IST

ମୁମ୍ବାଇ: ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ଓ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଏହି ସିରିଜ୍‌ ପାଇଁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ସେପଟେ ରବି ଚନ୍ଦ୍ରନ ଅଶ୍ବିନ ମଧ୍ୟ ଦଳରୁ ବାଦ ପଡ଼ିଛନ୍ତି । ଦଳରେ ନୂଆ ଚେହେରା ଭାବରେ ଟି-୨୦ ଦଳରେ ସାମିଲ ହୋଇଛନ୍ତି ଯୁବ ସ୍ପିନର ବିଷ୍ଣୋଇ । ଫିଟ୍‌ ହୋଇ ଦଳକୁ ଫେରିଛନ୍ତି ରୋହିତ ଶର୍ମା । ସେ ଦଳର ନେତୃତ୍ବ ନେବେ ।

ଉପ ଅଧିନାୟକ ଦାୟିତ୍ବ କେ.ଏଲ ରାହୁଲଙ୍କ ଉପରେ ନ୍ୟସ୍ତ କରାଯାଇଛି । ତେବେ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ସିରିଜ ପାଇଁ ଅଭିଜ୍ଞ ବୋଲର ମହମ୍ମଦ ସାମୀ ଓ ଜଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । ଯୁବ ବୋଲରଙ୍କୁ ନେଇ ଭାରତୀୟ ଦଳ ଏହି ସିରିଜରେ ପ୍ରତିଦ୍ବନ୍ଦିତା କରିବ । ସେପଟେ କୂଳଦୀପ ଯାଦବଙ୍କୁ ମଧ୍ୟ ଏହି ଘରୋଇ ସିରିଜ ପାଇଁ ଦଳରେ ସାମିଲ କରାଯାଇଛି ।

ଭାରତୀୟ ଦିନିକିଆ (ODI) ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ ଅଧିନାୟକ), ଋତୁରାଜ ଗାୟକୱାଡ୍‌, ଶିଖର ଧୱନ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟାସ ଆୟର, ଦୀପକ ହୁଡ୍ଡା, ଋଷଭ ପନ୍ତ(wk), ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, କୂଳଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରୀଷ୍ଣ, ଆଭେଶ ଖାନ ।

ଭାରତୀୟ ଟି-୨୦ ଦଳ:

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ୍ ଆୟର, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ(wk) ୟୁଜିବେନ୍ଦ୍ର ଚହଲ, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଆଭେଶ ଖାନ, ହର୍ଷଲ ପଟେଲ ।

@pti

Last Updated : Jan 26, 2022, 10:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.