ETV Bharat / sports

ବାଂଲାଦେଶକୁ ନାଟକୀୟ ଢଙ୍ଗରେ ହରାଇଲା ନ୍ୟୁଜିଲାଣ୍ଡ, ୧-୧ରେ ସିରିଜ୍‌ ଡ୍ର' - ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ

Bangladesh vs New Zealand Test series draw: ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୨ୟ ଟେଷ୍ଟ୍‌ ମ୍ୟାଚ୍‌ରେ ନାଟକୀୟ ଢଙ୍ଗରେ ମ୍ୟାଚ୍‌ ଜିତି ନେଇଛି ନ୍ୟୁଜିଲାଣ୍ଡ । ଫଳରେ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ୧-୧ରେ ଅମିମାଂସିତ ରହିଛି । ଅଧିକ ପଢ଼ନ୍ତୁ

ବାଂଲାଦେଶକୁ ନାଟକୀୟ ଢଙ୍ଗରେ ହରାଇଲା ନ୍ୟୁଜିଲାଣ୍ଡ

author img

By ETV Bharat Odisha Team

Published : Dec 10, 2023, 6:57 AM IST

ମୀରପୁର: ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ୧-୧ରେ ଶେଷ ହୋଇଛି । ପ୍ରଥମ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ଐତିହାସିକ ବିଜୟ ହାସଲ କରିଥିବାବେଳେ ଦ୍ବିତୀୟ ମ୍ୟାଚ୍‌କୁ ନାଟକୀୟ ଢଙ୍ଗରେ ଜିତି ନେଇଛି ନ୍ୟୁଜିଲାଣ୍ଡ । ଗ୍ଲେନ ଫିଲିପ୍ସ ଓ ମିଚେଲ୍‌ ସାଣ୍ଟନରଙ୍କ ଲଢ଼ୁଆ ପାଳି ବଳରେ ବାଂଲାଦେଶକୁ ୪ ୱିକେଟରେ ହରାଇଛି ନ୍ୟୁଜିଲାଣ୍ଡ । ପ୍ରଥମ ଟେଷ୍ଟକୁ ୧୫୦ ରନରେ ଜିତି ଇତିହାସ ସୃଷ୍ଟି କରିଥିବା ବାଂଲା ଦଳ ଦ୍ବିତୀୟ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇଛି ।

  • 🚨New Zealand level the Test series 1-1 in Bangladesh

    Glenn Phillips led the way in a thriller in Dhaka to deny Bangladesh a Test series win over New Zealand #BANvsNZ pic.twitter.com/BeoU0163I0

    — Cricbuzz (@cricbuzz) December 9, 2023 " class="align-text-top noRightClick twitterSection" data=" ">

ବାଂଲାଦେଶର ମୀରପୁରରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଏକ ଲୋ-ସ୍କୋରିଂ ମ୍ୟାଚ୍‌ ହୋଇଥିଲା । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ବାଂଲାଦେଶ । ହେଲେ ପ୍ରଥମ ଇନିଂସରେ କେବଳ ୧୭୨ ରନ ହିଁ କରିପାରିଥିଲା ଘରୋଇ ଦଳ । ଜବାବରେ ଗ୍ଲେନ ଫିଲିପ୍ସଙ୍କ ୭୨ ବଲରେ ୮୭ ରନର ଧୂଆଁଧାର ପାଳି ବଳରେ ୧୮୦ ରନ କରିଥିଲା ନ୍ୟୁଜିଲାଣ୍ଡ । ଫଳରେ ଦଳକୁ ପ୍ରଥମ ଇନିଂସରେ ୮ ରନର ଲିଡ୍‌ ମିଳି ଯାଇଥିଲା । ଦ୍ବିତୀୟ ଇନିଂସରେ ବାଂଲାଦେଶ ପାଇଁ ଓପନର ଜାକିର ହାସନ ଏକାକୀ ୫୯ ରନ କରିଥିଲେ । ହେଲେ ତାଙ୍କୁ ଆଉ କୌଣସି ବ୍ୟାଟରଙ୍କ ସାଥ ମିଳିନଥିଲା । ଫଳରେ ବାଂଲାଦେଶ ୧୪୪ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ହାତରେ ବଲ୍‌ ଅଟକାଇ ଆଉଟ୍‌ ହେଲେ ମୁଶଫିକର ରହିମ, ଜାଣନ୍ତୁ କଣ ଏହି ନିୟମ

ଫଳରେ ପ୍ରଥମ ପାଳିରେ ୮ ରନ୍‌ ଲିଡ୍‌ରେ ଥିବା ନ୍ୟୁଜିଲାଣ୍ଡ ଆଗରେ ୧୩୭ ରନର ବିଜୟ ଲକ୍ଷ୍ୟ ରହିଥିଲା । ହେଲେ ଏଜାଜ ପଟେଲଙ୍କ ଆକ୍ରାମକ ବୋଲିଂ ଦଳକୁ ସଙ୍କଟରେ ପକାଇଥିଲା । ଏହି ମ୍ୟାଚ୍‌ରେ ଏକାକୀ ୬ ୱିକେଟ୍‌ ଦଖଲ କରିଥିଲେ ଏଜାଜ ପଟେଲ । ସେପଟେ ୧୩୭ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ କେବଳ ୬୯ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ହେଲେ ଦଳ ପାଇଁ ସଙ୍କଟମୋଚକ ସାବ୍ୟସ୍ତ ହୋଇଥିଲେ ଗ୍ଲେନ ଫିଲିପ୍ସ ଓ ମିଚେଲ୍‌ ସାଣ୍ଟନର । ଫିଲିପ୍ସ ଅପରାଜିତ ୪୦ ଓ ସାଣ୍ଟନର ଅପରାଜିତ ୩୫ ରନ କରି ଦଳକୁ ମ୍ୟାଚ୍‌ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ । ତେବେ ପ୍ରଥମ ଟେଷ୍ଟରେ ୧୦ ୱିକେଟ୍‌ ଅକ୍ତିଆର କରିଥିବା ବାଂଲାଦେଶର ତାଇଜୁଲ ଇସଲାମ ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବାବେଳେ ଗ୍ଲେନ୍‌ ଫିଲିପ୍ସଙ୍କୁ ମିଳିଛି ପ୍ଲେୟର ଅଫ ଦି ମ୍ୟାଚ୍‌ ଆୱାର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.