ETV Bharat / sports

Ind vs Eng 3rd test: ସିରାଜଙ୍କ ଉପରକୁ ବଲ ଫିଙ୍ଗିଲେ ଦର୍ଶକ

author img

By

Published : Aug 26, 2021, 8:17 PM IST

Updated : Aug 26, 2021, 8:31 PM IST

ହେଡିଂଲି ଲିଡସରେ ଜାରି ରହିଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ଷ୍ଟାଡିୟମରେ ଉପସ୍ଥିତ ଥିବା ଇଂଲଣ୍ଡ ଫ୍ୟାନଙ୍କ ଅଭଦ୍ରାମୀ ସହିବାକୁ ପଡ଼ିଛି । ଅଧିକ ପଢ଼ନ୍ତୁ...

Ind vs Eng 3rd test: ସିରାଜଙ୍କ ଉପରକୁ ବଲ ଫୋଫାଡ଼ିଲେ ଦର୍ଶକ

ଲଣ୍ଡନ: ହେଡିଂଲି ଲିଡସରେ ଜାରି ରହିଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ଷ୍ଟାଡିୟମରେ ଉପସ୍ଥିତ ଥିବା ଇଂଲଣ୍ଡ ଫ୍ୟାନଙ୍କ ଅଭଦ୍ରାମୀ ସହିବାକୁ ପଡ଼ିଛି । ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ସିରାଜ ଫିଲ୍ଡିଂ କରୁଥିବା ତାଙ୍କ ଉପରକୁ ବଲ ଫୋଫାଡ଼ିଥିଲେ ଇଂଲଣ୍ଡର ସମର୍ଥକ । ଏହାକୁ ନେଇ ଭାରତୀୟ ୱିକେଟ କିପର ଋଷଭ ପନ୍ତ ସୂଚନା ଦେଇଛନ୍ତି ।

ବୁଧବାର ଏହି ଘଟଣା ପରେ ବିରାଟ କୋହଲି ବାଉଣ୍ଡ୍ରିରେ କିଏ ଏଭଳି କାର୍ଯ୍ୟ କରିଥିବା ନେଇ ସିରାଜକୁ ପଚାରୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ପ୍ରତିକ୍ରିୟା ଦେଇ ଋଷଭ ପନ୍ତ କହିଛନ୍ତି ଯେ, "କିଏ ଜଣେ ଦର୍ଶକ ଷ୍ଟାଣ୍ଡରୁ ସିରାଜଙ୍କ ଉପରକୁ ବଲ ଫୋଫାଡି଼ଥିଲେ । ଏଥିପାଇଁ କୋହଲି ମଧ୍ୟ ଦୁଃଖିତ ଥିଲେ । ଆପଣ ଯାହା କହିବା କଥା କହିପାରିବେ । କିନ୍ତୁ ପଡ଼ିଆରେ ଖେଳୁଥିବା ଖେଳାଳିଙ୍କ ଉପରକୁ କିଛି ଫୋଫାଡ଼ିବା ଭଦ୍ରତାର ପରିଚୟ ନୁହେଁ ।"

ପ୍ରଥମ ଦିନରେ ଭାରତ ୭୮ ରନରେ ଅଲଆଉଟ ହେବାପରେ, ଇଂଲଣ୍ଡ ୧୨୦ କରିଥିଲା । ଏହାପରେ ଋଷଭ ପନ୍ତ ସିରାଜଙ୍କ ଉପରକୁ ଦର୍ଶକ ବଲ ପକାଇଥିବା କଥା କହିଥିଲେ । ୫ଟିକିଆ ଟେଷ୍ଟ ମ୍ୟାଚ ସିରିଜରେ ବର୍ତ୍ତମାନ ସୁଦ୍ଧା ସିରାଜଙ୍କ ଭୂମିକା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଦ୍ବିତୀୟ ଟେଷ୍ଟରେ ସିରାଜ ଦମଦାର ବୋଲିଂ କରି ଭାରତକୁ ବିଜୟ ଦ୍ବାର ଦେଖାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 26, 2021, 8:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.