ETV Bharat / sports

ବେଙ୍ଗାଲୁରୁ ଟେଷ୍ଟ: ଭାରତୀୟ ସ୍କ୍ବାଡ୍‌ରେ ଅକ୍ଷର ପଟେଲ ସାମିଲ

author img

By

Published : Mar 7, 2022, 5:40 PM IST

ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ଓ ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟ ପାଇଁ ଫିଟ୍‌ ହୋଇଥିବା ଅଲରାଉଣ୍ଡର ଅକ୍ଷର ପଟେଲ ଭାରତୀୟ ସ୍କ୍ବାଡ୍‌ରେ ସାମିଲ ହୋଇଛନ୍ତି ।

Axar Patel replaces Kuldeep Yadav for India's 2nd Test against SL
ବେଙ୍ଗାଲୁରୁ ଟେଷ୍ଟ: ଭାରତୀୟ ସ୍କ୍ବାଡ୍‌ରେ ଅକ୍ଷର ପଟେଲ ସାମିଲ

ବେଙ୍ଗାଲୁରୁ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍‌ ବେଙ୍ଗାଲୁରୁରେ ଖେଳାଯିବ । ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ସିରିଜର ଦ୍ବିତୀୟ ତଥା ଶେଷ ଟେଷ୍ଟ ପାଇଁ ଫିଟ୍‌ ହୋଇଥିବା ଅଲରାଉଣ୍ଡର ଅକ୍ଷର ପଟେଲ ଭାରତୀୟ ସ୍କ୍ବାଡ୍‌ରେ ସାମିଲ ହୋଇଛନ୍ତି । ଫଳରେ ସ୍ପିନର କୁଲଦୀପ ଯାଦବଙ୍କୁ ଭାରତୀୟ ଟିମ ମ୍ୟାନେଜମେଣ୍ଟ କୁଲଦୀପଙ୍କୁ ସ୍କ୍ବାଡ୍‌ରୁ ରିଲିଜ କରିଛି ।

ଏହାମଧ୍ୟ ପଢନ୍ତୁ: TATA IPL 2022: ମାର୍ଚ୍ଚରୁ 26 ଟାଟା ଆଇପିଏଲ, ଚେନ୍ନାଇ-କୋଲକାତା ଉଦ୍‌ଘାଟନୀ ମ୍ୟାଚ୍‌

ଆହତ ସମସ୍ୟାରୁ ମୁକୁଳିଥିବା ଅକ୍ଷର ଦକ୍ଷିଣ ଆଫ୍ରିକା ଗସ୍ତ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଖେଳିବାକୁ ବଞ୍ଚିତ ହୋଇଥିଲେ । ନିକଟରେ ସେ COVID-19 ପଜିଟିଭ ମଧ୍ୟ ଚିହ୍ନଟ ହୋଇଥିଲେ । ଶ୍ରୀଲଙ୍କା ବିପକ୍ଷ ସିରିଜରେ ଅକ୍ଷର ପଟେଲ ପ୍ରଥମ ପସନ୍ଦ ସ୍ପିନର ରହିଥିଲେ, ମାତ୍ର ଆହତ ସମସ୍ୟାରୁ ସଂପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ କୁଲଦୀପଙ୍କୁ ବ୍ୟାକକପ୍‌ ଭାବେ ରଖାଯାଇଥିଲା ବୋଲି ବିସିସିଆଇ ସୁତ୍ରରୁ କୁହାଯାଇଛି ।

ଫେବୃଆରୀ ୨୦୨୧ରେ କୁଲଦୀପ ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ । ଭାରତୀୟ ଟିମ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟକୁ ଏକ ଇଂନିସ ଓ ୨୨୨ ରନ୍‌ରେ ଜିତିବା ସହ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.