ETV Bharat / sports

କୋରୋନାକୁ ହରାଇଲେ ଅକ୍ଷର ପଟେଲ, ଦିଲ୍ଲୀ ସ୍କ୍ବାଡ୍‌ରେ ସାମିଲ - ଆଇପିଏଲ 2021

କୋଭିଡ-19 ଭାଇରସକୁ ହରାଇ ସ୍ପିନର ଅକ୍ଷର ପଟେଲ ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାଡରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

Axar Patel recovers from COVID-19, joins DC squad
କୋରୋନାକୁ ହରାଇଲେ ଅକ୍ଷର ପଟେଲ, ଦିଲ୍ଲୀ ସ୍କ୍ବାଡ୍‌ରେ ସାମିଲ
author img

By

Published : Apr 23, 2021, 3:39 PM IST

ମୁମ୍ବାଇ: ସ୍ପିନର ଅକ୍ଷର ପଟେଲ କୋଭିଡ-19 ଭାଇରସକୁ ହରାଇଛନ୍ତି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାଡରେ ସାମିଲ ହୋଇଛନ୍ତି । ଏନେଇ ଶୁକ୍ରବାର ଆଇପିଏଲ ଫ୍ରାଞ୍ଚାଇଜ ଶୁକ୍ରବାର ସୂଚନା ଦେଇଛି ।

ସ୍କ୍ବାଡରେ ସାମିଲ ହେବାପରେ ଅକ୍ଷର କହିଛନ୍ତି, ଟେଷ୍ଟ ଡେବ୍ୟୁ ପରେ ଏହା ଜୀବନର ଶ୍ରେଷ୍ଠ ମୂହୂର୍ତ୍ତ । "ପ୍ରାୟ 20 ଦିନ ପରେ କ୍ବାରେଣ୍ଟିନରୁ ମୁକ୍ତହୋଇ ସାଥୀ ଖେଳାଳିଙ୍କୁ ସାକ୍ଷାତ କରିବା ସୁନ୍ଦର ଅନୁଭୁତି । ଟେଷ୍ଟ ଡେବ୍ୟୁ ପରେ ଏହା ଜୀବନର ଶ୍ରେଷ୍ଠ ମୂହୂର୍ତ୍ତ । ରୁମରେ 20 ଦିନ ଏକାକୀ ରହିଥିଲି, କିଛି କରିବାକୁ ନଥିଲା । କେବଳ ମ୍ୟାଚ ଦେଖୁଥିଲି ଓ ଆମର ଟିମ ଅଧିକାଂଶ ମ୍ୟାଚରେ ବିଜୟୀ ହୋଇଛି ।" କ୍ବାରେଣ୍ଟିନରୁ ଆସିବା ପରେ ଏହା କହିଛନ୍ତି ପଟେଲ ।

ଏପ୍ରିଲ 13ରେ ଅକ୍ଷର କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ । ଫଳରେ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ପ୍ରଥମ କିଛି ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଥିଲେ । ଆଇପିଏଲ ପୂର୍ବରୁ ଟିମ ଇଣ୍ଡିଆରେ ଦମଦାର ପ୍ରଦର୍ଶନ କରିଥିଲେ । ଇଂଲଣ୍ଡ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଡେବ୍ୟୁ କରିବା ସହ 27 ୱିକେଟ ହାତେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.