ETV Bharat / sports

T20 World Cup: ଆଡାମ ଜାମ୍ପା କୋଭିଡ ସଂକ୍ରମିତ - ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା

ଷ୍ଟାର୍‌ ସ୍ପିନର ଆଡାମ ଜାମ୍ପା କୋଭିଡ ସଂକ୍ରମିତ ହୋଇଛନ୍ତି । ଫଳରେ ସେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଖେଳିବେ କି ନଖେଳିବେ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

Australian spinner Adam Zampa tested positive for covid 19 ahead match against Srilanka in T20 World Cup
T20 World Cup: ଆଡାମ ଜାମ୍ପା କୋଭିଡ ସଂକ୍ରମିତ
author img

By

Published : Oct 25, 2022, 3:25 PM IST

ପର୍ଥ: ଅଷ୍ଟ୍ରେଲିଆରେ ଜାରି ରହିଥିବା ଟି୨୦ ବିଶ୍ବକପରେ ଆଜି ଆୟୋଜକ ଅଷ୍ଟ୍ରେଲିଆ ଦଳକୁ ଭେଟିବ ଶ୍ରୀଲଙ୍କା । ତେବେ ଏହାପୂର୍ବରୁ ଘରୋଇ ଦଳକୁ ଏକ ଝଟକା ଲାଗିଛି । ଷ୍ଟାର୍‌ ସ୍ପିନର ଆଡାମ ଜାମ୍ପା କୋଭିଡ ସଂକ୍ରମିତ ହୋଇଛନ୍ତି । ଫଳରେ ସେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଖେଳିବେ କି ନଖେଳିବେ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଆଡାମ ଜାମ୍ପାଙ୍କ ଦେହରେ ଦେଖାଯାଇଥିବା କୋଭିଡ ଲକ୍ଷଣ ଏତେଟା ଗମ୍ଭୀର ନୁହେଁ ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ସେପଟେ ବର୍ତ୍ତମାନ ଆଇସିସି ପକ୍ଷରୁ ମଧ୍ୟ କୋଭିଡ ସଂକ୍ରମିତ ଖେଳାଳିଙ୍କ ପାଇଁ କୌଣସି କଟକଣା ନାହିଁ । ନିକଟରେ ଆୟର୍ଲାଣ୍ଡ୍‌ର ଜର୍ଜ ଡକ୍‌ରେଲ୍‌ ମଧ୍ୟ କୋଭିଡ ସଂକ୍ରମିତ ହୋଇଥିଲେ । ଏହାସତ୍ତ୍ବେ ସେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଖେଲିଥିଲେ ।

ତେବେ ଆଡାମ ଜାମ୍ପାଙ୍କୁ ନେଇ ଅଷ୍ଟ୍ରେଲିଆ ଟସ୍‌ ପଡ଼ିବା ପୂର୍ବରୁ ନିଷ୍ପତ୍ତି ନେଇପାରେ । ଆଜି ଆଡାମ ଜାମ୍ପା ନଖେଳିଳେ ତାଙ୍କ ସ୍ଥାନରେ ଏଷ୍ଟନ ଏଗାର ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇ ପାରନ୍ତି । ଗତ ଟି୨୦ ବିଶ୍ବକପ୍‌ରେ ଏଷ୍ଟନ ଏଗାର ଭାରତ ବିପକ୍ଷରେ କେବଳ ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ । ସେହି ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ଚମ୍ପିଆନ୍‌ ହୋଇଥିଲା । ଚଳିତ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ଠାରୁ ୮୯ରନ୍‌ରେ ପରାଜିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟ୍‌ରେ ସେମିକୁ ପହଞ୍ଚିବା ଆଶା ଉଜ୍ଜିବୀତ ରଖିବାକୁ ଅଷ୍ଟ୍ରେଲିଆ ଆଜିର ମ୍ୟାଚ୍‌ ଜିତିବା ନିହାତି ଜରୁରୀ । ଅନ୍ୟଥା ସେମିଫାଇନାଲ୍‌ରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆର ଆଶା କ୍ଷୀଣ ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.