ETV Bharat / sports

ଭାରତ ଜ୍ବାଇଁ ହେବେ ଅଷ୍ଟ୍ରେଲିଆ ଖେଳାଳି, ମାର୍ଚ୍ଚରେ ବିବାହ

author img

By

Published : Feb 12, 2022, 7:44 PM IST

Updated : Feb 12, 2022, 7:53 PM IST

ଭାରତୀୟ ବଂଶଦ୍ଭୋବ ବିନୀ ରମଣଙ୍କୁ ବିବାହ କରିବେ ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ ମାକ୍ସୱେଲ । ମାର୍ଚ୍ଚରେ ବିବାହ ନେଇ ଛାପିଲେ କାର୍ଡ । ଅଧିକ ପଢନ୍ତୁ

ଇଣ୍ଡିଆ ଜ୍ବାଇଁ ହେବେ ଅଷ୍ଟ୍ରେଲିଆ ଖେଳାଳି ଗ୍ଲେନ ମାକ୍ସୱେଲ

ହାଇଦ୍ରାବାଦ: ଇଣ୍ଡିଆ ଜ୍ବାଇଁ ହେବେ ଅଷ୍ଟ୍ରେଲିଆ କ୍ରିକେଟ ପ୍ଲେୟର ଗ୍ଲେନ ମାକ୍ସୱେଲ(Glenn Maxwell Getting Married Indian Girl) । ଭାରତୀୟ ବଂଶଦ୍ଭୋବ ବିନୀ ରମଣଙ୍କୁ ବିବାହ କରିବେ ମାକ୍ସୱେଲ । ମାର୍ଚ୍ଚ ୨୭ ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ । ୨୦୨୦ ରୁ ମେଲବର୍ଣ୍ଣରେ ଉଭୟଙ୍କ ନିର୍ବନ୍ଧ ସରି ଥିବାବେଳେ କୋଭିଡ କାଣରୁ ସ୍ଥଗିତ ରହିଥିଲା ବିବାହ ।

ତେବେ ଆସନ୍ତା ମାର୍ଚ୍ଚ 27 ରେ ଭାରତୀୟ ପରମ୍ପରାରେ ବିବାହ ନେଇ ଘୋଷଣା କରିଛନ୍ତି ମାକ୍ସୱେଲ । ଏନେଇ କାର୍ଡ ମଧ୍ୟ ଛପାସରିଛି । ବିନୀ ରମଣ ତାମିଲ ବ୍ରାହ୍ମଣ ପରିବାରର ହୋଇଥିବାରୁ ତାମିଲ ଭାଷାରେ ବିବାହ କାର୍ଡ ଛପା ଯାଇଥିବା ଦେଖିବାକୁ ମିଳିଛି । କାର୍ଡ ଅନୁଯାୟୀ, ବିବାହ ସମ୍ପୂର୍ଣ୍ଣ ଭାରତୀୟ ପରମ୍ପରାରେ ହେବ । ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଆସନ୍ତା ମାର୍ଚ୍ଚ ୨୭ ରେ ବିବାହ ନେଇ କାର୍ଡରେ ଉଲ୍ଲେଖ ରହିଛି ।

ତେବେ ବିନୀ ରମଣ ତାମିଲ ଝିଅ ହୋଇଥିଲେ ମଧ୍ୟ ସେ ମେଲବର୍ଣ୍ଣରେ ଜନ୍ମ ଗ୍ରହଣ କରିଥିଲେ । ସେ ଜନ୍ମ ହେବା ପୂର୍ବରୁ ତାଙ୍କ ବାପା ରାମାନୁଜନ ଦାସ ଏବଂ ମାଆ ବିଜୟଲକ୍ଷ୍ମୀ ରମଣ ଅଷ୍ଟ୍ରେଲିଆରେ ରହୁଥିଲେ । ତେବେ 2019 ରେ ବିନୀଙ୍କ ନାମ ଖବର ପରିସରଭୂକ୍ତ ହୋଇଥିଲା, ​​ଯେତେବେଳେ ମ୍ୟାକ୍ସୱେଲଙ୍କ ସହ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏହାପରେ ଉଭୟଙ୍କ ପ୍ରେମ କାହାଣୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ମାର୍ଚ୍ଚ 13, 2020 ରେ, ବିନୀ ଏବଂ ମ୍ୟାକ୍ସୱେଲ ମେଲବର୍ଣ୍ଣରେ ଭାରତୀୟ ପରମ୍ପରା ଅନୁସାରେ ନିର୍ବନ୍ଧ କରିଥିଲେ ମାତ୍ର କୋଭିଡ କାରଣରୁ ବିବାହ ସ୍ଥଗିତ ରହିଥିଲା । ଶେଷରେ ବିନୀଙ୍କୁ ସାତ ଜନ୍ମର ସାଥି କରି ଭାରତର ଜ୍ବାଇଁ ହେବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ଷ୍ଟାର୍ ପ୍ଲେୟର ଗ୍ଲେନ ମାକ୍ସୱେଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 12, 2022, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.