ମୁମ୍ବାଇ: ମହିଳା ଟେଷ୍ଟ୍ କ୍ରିକେଟ୍ରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ୍ ଦଳ । ରବିବାର ୱାଙ୍ଖେଡେରେ ଶେଷ ହୋଇଥିବା ଏକମାତ୍ର ଟେଷ୍ଟରେ ଭ୍ରମଣକାରୀ ଦଳକୁ ହରାଇଛି ଟିମ୍ ଇଣ୍ଡିଆ । ହେଲେ ଏହି ମ୍ୟାଚ୍ ପରେ ସମସ୍ତଙ୍କ ହୃଦୟ ଜିତିଛନ୍ତି ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳର ଅଧିନାୟିକା ଆଲିସା ହିଲି । ତାଙ୍କ ଦଳ ମ୍ୟାଚ୍ ହାରିଥିଲେ ମଧ୍ୟ ଭାରତୀୟ ଦଳର ଖେଳାଳିଙ୍କ ବିଜୟ ସେଲିବ୍ରେସନ୍ର ଫଟୋ ଉଠାଇଥିଲେ ଆଲିସା । ଏହି ସମୟର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ମଧ୍ୟ ଏଭଳି ସୁସ୍ଥ ମାନସିକତା ପାଇଁ ଆଲିସାଙ୍କୁ ପ୍ରଶଂସା କରିଛନ୍ତି ।
-
Spirit of Cricket 🤝
— BCCI Women (@BCCIWomen) December 24, 2023 " class="align-text-top noRightClick twitterSection" data="
Australia Captain Alyssa Healy on that gesture to click a special moment, ft. #TeamIndia 📸 👏#INDvAUS | @IDFCFIRSTBank pic.twitter.com/PJ6ZlIKGMb
">Spirit of Cricket 🤝
— BCCI Women (@BCCIWomen) December 24, 2023
Australia Captain Alyssa Healy on that gesture to click a special moment, ft. #TeamIndia 📸 👏#INDvAUS | @IDFCFIRSTBank pic.twitter.com/PJ6ZlIKGMbSpirit of Cricket 🤝
— BCCI Women (@BCCIWomen) December 24, 2023
Australia Captain Alyssa Healy on that gesture to click a special moment, ft. #TeamIndia 📸 👏#INDvAUS | @IDFCFIRSTBank pic.twitter.com/PJ6ZlIKGMb
ଅଷ୍ଟ୍ରେଲୀୟ ଅଧିନାୟିକା ଆଲିସା ହିଲି ଏକ କ୍ୟାମେରାରେ ଟିମ ଇଣ୍ଡିଆ ଖେଳାଳିଙ୍କ ଐତିହାସିକ ବିଜୟ ସେଲିବ୍ରେସନକୁ କଏଦ୍ କରୁଥିବା ଦେଖିବାକୁ ମିଳିଥିଲା । ଭାରତୀୟ ଦଳର ଖେଳାଳିମାନେ ସିରିଜ ଜିତିବା ପରେ ଟ୍ରଫି ସହିତ ସେଲିବ୍ରେସନ କରୁଥିଲେ । ସେହି ସମୟରେ ଆଲିସା ହିଲି କ୍ୟାମେରାରେ ଏହି ଖୁସିର ମୂହୁର୍ତ୍ତ ଗୁଡ଼ିକୁ କଏଦ କରିଥିଲେ । ଏହି ସମୟରେ ଭାରତୀୟ ଖେଳାଳିମାନେ ମଧ୍ୟ ପୋଜ୍ ଦେଇ ଆଲିସାଙ୍କୁ ସହଯୋଗ କରିଥିଲେ । ଏହି ସମୟର ଏକ ଭିଡିଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଅଫିସିଆଲ ଏକ୍ସ ଆକାଉଣ୍ଟରୁ ସେୟାର କରାଯାଇଛି । ଏହି ଭିଡିଓରେ ଟିମ ଇଣ୍ଡିଆ ଖେଳାଳିମାନେ ଟ୍ରଫି ସହିତ ସେଲିବ୍ରେସନ କରୁଛନ୍ତି ଏବଂ ହିଲି କ୍ୟାମେରାରେ ଫଟୋ ଉଠାଉଛନ୍ତି । ଏପରିକି ବିସିସିଆଇ ମଧ୍ୟ ଏହି ସମୟର ଭିଡିଓକୁ ନିଜ ଏକ୍ସ ହ୍ୟାଣ୍ଡେଲ୍ରେ ସେୟାର କରିଛି ।
ଏହା ମଧ୍ୟ ପଢ଼ନ୍ତୁ...୮ ୱିକେଟରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ, ମହିଳା ଟେଷ୍ଟରେ ପ୍ରଥମ ଥର ହାରିଲା ଅଷ୍ଟ୍ରେଲିଆ
ପ୍ରକାଶଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଟେଷ୍ଟରେ ଭାରତ ଐତିହାସିକ ବିଜୟ ହାସଲ କରିଛି । ମହିଳା ଟେଷ୍ଟ କ୍ରିକେଟ୍ରେ ପ୍ରଥମ ଥର ପାଇଁ କଙ୍ଗାରୁ ଦଳକୁ ହରାଇଛି ଟିମ୍ ଇଣ୍ଡିଆ । ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଛି ହରନପ୍ରୀତଙ୍କ ଭାରତୀୟ ଦଳ । ଚତୁର୍ଥ ଦିନରେ ମାତ୍ର ୨ ୱିକେଟ ହରାଇ ଟାର୍ଗେଟ୍ ହାସଲ କରିବା ସହ ଏକମାତ୍ର ଟେଷ୍ଟକୁ ନିଜ ନାମରେ କରି ଟ୍ରଫି ହାତେଇଛି ଭାରତୀୟ ମହିଳା ଦଳ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି କଙ୍ଗାରୁ ଦଳକୁ ହରାଇଛନ୍ତି ଭାରତୀୟ ମହିଳା ଦଳ । ଉଭୟ ପାଳିରେ ୭ ୱିକେଟ ଦଖଲକାରୀ ସ୍ନେହ ରାଣା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ