ETV Bharat / sports

ICC Women's World Cup: ବିଶ୍ବ ବିଜୟୀ ହେଲା ଅଷ୍ଟ୍ରେଲିଆ, ୭୧ ରନରେ ହାରିଲା ଇଂଲଣ୍ଡ

author img

By

Published : Apr 3, 2022, 1:52 PM IST

Updated : Apr 3, 2022, 2:00 PM IST

ଆଇସିସି ମହିଳା ବିଶ୍ୱକପ୍‌ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ । ୭୧ରନରେ ଇଂଲଣ୍ଡକୁ ହରାଇ ବିଶ୍ବ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

ବିଶ୍ବ ବିଜୟୀ ହେଲା ଅଷ୍ଟ୍ରେଲିଆ
ବିଶ୍ବ ବିଜୟୀ ହେଲା ଅଷ୍ଟ୍ରେଲିଆ

କ୍ରାଇଷ୍ଟଚର୍ଚ୍ଚ: ଆଇସିସି ମହିଳା ବିଶ୍ୱକପ୍‌ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ । ୭୧ରନରେ ଇଂଲଣ୍ଡକୁ ହରାଇ ବିଶ୍ବ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ସପ୍ତମ ଥର ପାଇଁ ବିଶ୍ବ ବିଜେତା ହେଲା ଅଷ୍ଚ୍ରେଲିଆ । ୱିକେଟ କିପର୍‌ ହିଲିଙ୍କ ଦମ୍‌ଦାର ୧୭୦ ରନ୍‌ ବଳରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ୱିକେଟ ହରାଇ ୩୫୬ର ବିଶାଳ ସ୍କୋର କରଥିଲା । ଫଳରେ ଇଂଲଣ୍ଡକୁ ଟ୍ରଫି ଜିତିବା ପାଇଁ ୩୭୫ ରନ୍‌ର ସ୍କୋର କରିବାକୁ ପଡିଥିଲା । ଆଷ୍ଟ୍ରେଲିଆର ବିଶାଳ ସ୍କୋର ଆଗରେ ଇଂଲଣ୍ଡର ସବୁ ପ୍ରୟାସ ଫେଲ ମାରିଥିଲା ।

ହେଗଲେ ଓଭାଲ୍‌ରେ ଖେଳା ଯାଉଥିବା ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆର ଦୁଇ ଓପନର୍‌ ଆଲିସା ହିଲି ଓ ରାଚେଲ୍‌ ହାନେସ୍‌ ପ୍ରଥମ ୱିକେଟ ପାଇଁ ୧୬୦ ରନ୍‌ ଯୋଡି ଥିଲେ। ହାନେସ୍‌ ୬୮ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ହିଲି ଓ ବେଥ୍‌ ମୁନି ଦ୍ୱିତୀୟ ୱିକେଟ ପାଇଁ ୧୫୬ ରନ୍‌ର ଶତକୀୟ ଭାଗିଦାରୀ କରି ଦଳୀୟ ସ୍କୋରକୁ ବଡ ସ୍କୋରରେ ପହଞ୍ଚାଇଥିଲେ। ଶତକ ମାରିଥିବା ହିଲି ୧୩୮ ବଲ୍‌ରେ ୧୭୦ ରନ୍‌ର ମାରାଥନ ଇନିଂସ ଖେଳିଥିଲେ, ଯେଉଥିରେ ୨୬ ଚୌକା ସାମିଲ ଥିଲା । ମୁନି ମଧ୍ୟ ୬୨ ରନ୍‌ର ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳି ଆଉଟ୍‌ ହୋଇଥିଲେ। ତାହିଲା ମାକ୍‌ଗ୍ରା ୮ ଓ ଏଲିସ ପେରି ୧୭ ରନ୍‌ କରି ଅପରାଜିତ ଥିଲେ।

୩୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଥିଲା । କେବଳ ନାଟ୍ ସିଭର ଏକାକି ଅଷ୍ଟ୍ରେଲିଆ ବୋଲରଙ୍କ ସାମ୍ନା କରିଥିଲେ। ସେ ଶତକ ପୂରଣ କରିଥିଲେ। ଫଳରେ ଦଳ ୪୩.୪ ଓଭରରେ ୨୮୫ ରନରେ ଅଲଆଉଟ୍ ହୋଇଯାଇଥିଲା । ନାଟ୍ ୧୪୮ ରନ୍ କରି ଅପରାଜେୟ ରହିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଲାନ କିଙ୍ଗ ଓ ଜେସ୍ ଜୋନାସେନ୍ ୩ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ମେଗାନ ସ୍କଟ୍ ୨ଟି ଓ୍ୱିକେଟ୍ ନେଇଥିଲେ।

Last Updated : Apr 3, 2022, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.