ETV Bharat / sports

WTC Final: 17 ଜଣିଆ ଅଷ୍ଟ୍ରେଲିଆ ସ୍କ୍ବାଡ ଘୋଷଣା, ପ୍ୟାଟ୍‌ କମିନ୍ସଙ୍କ ହାତର କମାଣ - ଡବ୍ଲ୍ୟୁଟିସି ଫାଇନାଲ

ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ 17 ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ । ପ୍ୟାଟ୍‌ କମିନ୍ସ ଦଳର ନେତୃତ୍ବ ନେବେ । ଅଧିକ ପଢନ୍ତୁ

17ଜଣିଆ ଅଷ୍ଟ୍ରେଲିଆ ସ୍କ୍ବାଡ ଘୋଷଣା
Australia squad for WTC Final
author img

By

Published : Apr 19, 2023, 3:42 PM IST

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚାମ୍ପିଆନସିପ ମହାମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ସହ ଦୁଇଟି ଆସେସ୍‌ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ 17 ଜଣିଆ ଦଳ ଘୋଷଣା କରିଛି । ବହୁ ତାରକା ଖେଳାଳି ଏହି 17 ଜଣିଆ ସ୍କ୍ବାଡ୍‌ରେ ରହିଛନ୍ତି । ପ୍ୟାଟ୍‌ କମିନ୍ସ ଦଳର ନେତୃତ୍ବ ନେବେ । ଆସନ୍ତା ଜୁନ 7 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ WTC ଫାଇନାଲ ଖେଳିବ ଭାରତ । ଜୁନ 11 ଯାଏଁ ଚାଲିବ ବିଶ୍ବ ଟେଷ୍ଟ ଚମ୍ପିଅନସିପ । ଇଂଲଣ୍ଡର ଓଭାଲରେ ମ୍ୟାଚ ଖେଳାଯିବ । ଜୁନ 16ରୁ 20 ଯାଏଁ ଆସେସ ଟେଷ୍ଟ ସିରିଜ ପ୍ରଥମ ମ୍ୟାଚ୍‌ ଖେଳାଯିବ ।

ଏହା ବି ପଢନ୍ତୁ...ଓଡ଼ିଶା କ୍ରିକେଟ ପ୍ରଶିକ୍ଷକ ହେଲେ ଦିନେଶ-ରୁମେଲି

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଏକ ସନ୍ତୁଳିତ 17 ଜଣିଆ ଟିମ୍‌ ଘୋଷଣା କରିଛି । ପ୍ୟାଟ୍‌ କମିନ୍ସ ଅଧିନାୟକ ଥିବା ବେଳେ ସ୍ମିଥ୍‌ ଉପ ଅଧିନାୟକ ରହିଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଟ୍ବିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି । ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ୍‌ ସିରିଜର ପ୍ରଥମ ଦୁଇ ଟେଷ୍ଟର ଅଧିନାୟକ ଥିଲେ ପ୍ୟାଟ୍‌ କମିନ୍ସ । ତାଙ୍କ ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଦ୍ବିତୀୟ ଟେଷ୍ଟ ପରେ ତାଙ୍କୁ ଅଧାରୁ ସ୍ବଦେଶ ଫେରିବାକୁ ପଡିଥିଲା । ଫଳରେ ସ୍ମିଥ୍‌ ଦଳର ନେତୃତ୍ବ ନେଇଥିଲେ । ସ୍ମିଥଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ବିଜୟୀ ହୋଇଥିଲା ।

ଏହା ବି ପଢନ୍ତୁ...IPL 2023: ଆଜି ସଞ୍ଜୁ-ରାହୁଲ ଫାଇଟ, ଶୀର୍ଷକୁ ଉଠିବା ଲକ୍ଷ୍ୟରେ ଲକ୍ଷ୍ନୌ

ଚଳିତ ବର୍ଷ ଫେବୃଆରୀ 9 ତାରିଖରୁ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ୍‌ ସିରିଜ ଆରମ୍ଭ ହୋଇଥିଲା । 4ଟି ଟେଷ୍ଟରେ ଭାରତ 2-1ରେ ବିଜୟ ହାସଲ ଟକରିଥିଲା । ପ୍ରଥମ ଓ ଦ୍ବିତୀୟ ଟେଷ୍ଟ ଜିତିଥିଲା ଭାରତ । ତୃତୀୟ ଟେଷ୍ଟ ଅଷ୍ଟ୍ରେଲିଆ ଜିତିଥିଲା । ଚତୁର୍ଥ ଟେଷ୍ଟ ଡ୍ର' ରହିଥିଲା । ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିବା ଭାରତ ପାଇଁ ବୁଷ୍ଟ୍‌ ହୋଇଥିଲା । ଶ୍ରୀଲଙ୍କାର ପରାଜୟ ପରେ ଲଗାତାର ଦ୍ବିତୀୟ ଥର ପାଇଁ WTC ଫାଇନାଲରେ ପ୍ରବେଶ କରିଥିଲା ଭାରତ । ଜୁନ୍‌ 7 ତାରିଖରେ ଆଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ୍‌ ଚମ୍ପିଆନସିପ୍‌ ଖେଳିବ ରୋହିତ ବାହିନୀ । ଓଭାଲରେ ଖେଳାଯିବ ମ୍ୟାଚ ।

ଅଷ୍ଟ୍ରେଲିଆ 17 ଜଣିଆ ଦଳ: ପ୍ୟାଟ୍‌ କମିନ୍ସ (ଅଧିନାୟକ), ସ୍କଟ୍‌ ବୋଲାଣ୍ଡ, ଆଲେକ୍ସ କ୍ୟାରୀ, କାମରେନ ଗ୍ରୀନ, ମାରକସ ହାରିସ, ଜୋସ ହେଜେଲଉଡ, ଟ୍ରାଭିସ ହେଡ, ଜୋସ ଇଂଲିଶ, ଉସମାନ ଖ୍ବାଜା, ମାରନସ ଲାବୁସେନ, ନାଥନ ଲାଏନ, ମିଚେଲ ମାର୍ଶ, ଟୋଡ ମର୍ଫି, ମ୍ୟାଥୁ ରିନସଅ, ଷ୍ଟିଭ ସ୍ମିଥ (ଉପ ଅଧିନାୟକ), ମିଚେଲ ଷ୍ଟାର୍କସ, ଡେଭିଡ ୱାର୍ଣ୍ଣର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.