ETV Bharat / sports

ତୃତୀୟ ମହିଳା ଟି-୨୦: ଭାରତ ସାମ୍ନାରେ ଟାର୍ଗେଟ ୧୫୦

author img

By

Published : Oct 10, 2021, 3:49 PM IST

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୪୯ ରନ୍‌ ସଂଗ୍ରହ କରିଛି । ଅଧିକ ପଢନ୍ତୁ...

Aus W v Ind W, 3rd T20I: Visitors win toss, opt to bowl
ତୃତୀୟ ମହିଳା ଟି-୨୦: ଭାରତ ସାମ୍ନାରେ ଟାର୍ଗେଟ ୧୫୦

କାରାରା ଓଭାଲ(କୁଇନ୍ସଲ୍ୟାଣ୍ଡ୍‌): ଭାରତ ଓ ଅଷ୍ଟ୍ରେଲିଆ ମହିଳା ଟିମ ମଧ୍ୟରେ ଜାରି ରହିଛି ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ । ଟସ୍‌ ଜିତି ଭାରତୀୟ କ୍ୟାପଟେନ୍‌ ହରମନପ୍ରୀତ କୌର ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ ଘରୋଇ ଟିମକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଫଳରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୪୯ ରନ୍‌ ସଂଗ୍ରହ କରିଛି । ଭାରତ ସାମ୍ନାରେ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଓପନର ବେଥ ମୁନି ଘରୋଇ ଟିମର ସର୍ବାଧିକ ସ୍କୋରର ରହିଛନ୍ତି । ୪୩ ବଲ୍‌ରୁ ୧୦ ଚୌକା ସହାୟତାରେ ଦ୍ରୁତ ୬୩ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ତେବେ ଶେଷ ଭାଗରେ ତାହିଲା ମାଗ୍ରାଥ ୩୧ ବଲ୍‌ରୁ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଅପରାଜିତ ୪୪ ରନର୍‌ ଇଂନିସ ଖେଳି ଦଳୀୟ ସ୍କୋର୍‌କୁ ୧୪୦ ପାର୍‌ କରାଇଥିଲେ । କ୍ୟାପଟେନ୍‌ ମେଗ ଲାନିଙ୍ଗ୍‌ ମାତ୍ର ୧୪ ରନ୍‌ କରିଥିଲେ ।

ଅନ୍ୟପଟେ ଭାରତ ପକ୍ଷରୁ ରାଜେଶ୍ବରୀ ଗାଏକ୍ବାଡ ସର୍ବାଧିକ ୨ଟି ୱିକେଟ ହାସଲ କରିଛନ୍ତି । ରେଣୁକା ସିଂ, ପୂଜା ବସ୍ତ୍ରକର ଓ ଦିପ୍ତୀ ଶର୍ମା ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.