ETV Bharat / sports

Asian Games 2023: ତିଲକ ବର୍ମାଙ୍କ ଅର୍ଦ୍ଧଶତକ, ବାଂଲାଦେଶକୁ 9 ୱିକେଟରେ ହରାଇ ଫାଇନାଲରେ ଭାରତ

ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡା କ୍ରିକେଟର ଫାଇନାଲରେ ପ୍ରବେଶ କରିଛି ଭାରତ । ବାଂଲାଦେଶକୁ 9 ୱିକେଟ ମାତ ଦେଇଛି ଟିମ୍‌ ଇଣ୍ଡିଆ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 6, 2023, 9:53 AM IST

Updated : Oct 6, 2023, 10:21 AM IST

Asian Games 2023
ବାଂଲାଦେଶକୁ 9 ୱିକେଟରେ ହରାଇ ଫାଇନାଲରେ ଭାରତ

ହଙ୍ଗଝୌ: ଏସୀୟ କ୍ରୀଡା କ୍ରିକେଟ ଫାଇନାଲରେ ଭାରତୀୟ ପୁରୁଷ ଦଳ । ସେମିଫାଇନାଲରେ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଋତୁରାଜ ଗାଏକ୍ବାଡ୍‌ଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ପକ୍କା କରିଛି ଭାରତ । 25 ବଲ୍‌ରେ ତିଲକ ବର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତର ଘାତକ ବୋଲିଂ ଆଗରେ ବାଂଲାଦେଶ ଦଳୀୟ ସ୍କୋର୍‌ 3 ଅଙ୍କ ଛୁଇଁ ନଥିଲା । 96ରନରେ ଅଟକି ଯାଇଥିଲା ବାଂଲାଦେଶ ।

ଭାରତ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ 20 ଓଭରେର 9 ୱିକେଟ ହରାଇ ମାତ୍ର 96 ରନ କରିଥିଲା । ଦଳୀୟ ସ୍କୋର 18ରେ ବାଂଲାଦେଶ ପ୍ରଥମ ୱିକେଟ୍‌ ହରାଇଥିଲା । ମହମୁଦୁଲ ହାସଲ ଜଏ 5 ରନ କରି ସାଇ କିଶୋରଙ୍କ ଶିକାର ହୋଇଥିଲେ । ଏହାପରେ ୱାଶିଂଟନ ସୁନ୍ଦର ସୈଫ ହାସଲ (1)ଙ୍କୁ ପାଭିଲିୟନ ପଠାଇଥିଲେ । ପରେ ପରେ ଜାକିର ହୁସେନ ଖାତା ଖୋଲି ନପାରି ଆଉଟ୍‌ ହୋଇଥିଲେ । 8 ଓଭରରେ ତିଲକ ବର୍ମା ପାରଭେଡ ହୋସେନ ଅମୋନ (23)ଙ୍କୁ ଆଉଟ କରିଥିଲେ । 10ତମ ଓଭରରେ ସାଇ କିଶୋର ସାହାଦାତ ହୁସେନଙ୍କୁ (5) ଆଉଟ କରିଥିଲେ । 12ତମ ଓଭରରେ ସାଇ କିଶୋର (7) ଆଉଟ କରିଥିଲେ । ଦଳୀୟ ସ୍କୋର 58ରେରେ ବାଂଲାଦେଶ 6ୱିକେଟ ହରାଇ ସାରିଥିଲା । 15ତମ ଓଭରରେ ରବି ବିଷ୍ଣୋଇ ମୃତ୍ୟୁଞ୍ଜୟ (4)ଙ୍କୁ ଆଉଟ କରିଥିଲେ । ଏହାପରେ ରାକିବୁଲ ହାସନଙ୍କୁ ପାଭିଲିୟନ ପଠାଇଥିଲେ ସାହାବାଜ ଅହମ୍ମଦ । 19ତମ ଓଭରରେ ଅର୍ଶଦୀପ ସିଂ ରିପୋନ ମଣ୍ଡଳଙ୍କୁ ଆଉଟ କରିଥିଲେ । ଭାରତ ପକ୍ଷରୁ ସାଇ କିଶୋର 3ଟି ୱାଶିଂଟନ ସୁନ୍ଦର 2ଟି ଓ ରବି ବିଷ୍ଣୋଇ, ଅର୍ଶଦୀବ ସିହ ଓ ସାହାବାଜ ଅହମ୍ମଦ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

97ରନରର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ । 9.2 ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଭାରତ । ଯଶ୍ବସୀ ଜୈସ୍ବାଲ ଓ ଋତୁରାଜ ଗାଏକ୍ବାଡ ପାଳି ଆରମ୍ଭ କରିଥିଲେ । ମାତ୍ର ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । ଏହାପରେ ତିଲକ ବର୍ମା ମୈଦାନକୁ ଓହ୍ଲାଇଥିଲେ । 25 ବଲରେ ତିଲକ ବର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ । ଋତୁରାଜ ଗାଏକ୍ବାଡ ଗୋଟିଏ ଓଭରରେ 2ଟି ଛକା ଓ 2ଟି ଚୌକା ମାରିଥିଲେ । ଆସନ୍ତାକାଲି ସ୍ବର୍ଣ୍ଣ ପଦକ ପାଇଁ ମୈଦାନକୁ ଓହ୍ଲାଇବ ଭାରତ । ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ବିଜୟୀ ଟିମ ବିପକ୍ଷରେ ଫାଇନାଲ୍‌ ଖେଳିବ ଭାରତ ।

ଏହା ବି ପଢନ୍ତୁ...Asian Games 2023: ଯଶ୍ବସୀଙ୍କ ଧୂଆଁଧାର ଶତକ, ନେପାଳକୁ 23 ରନରେ ହରାଇ ସେମିରେ ଭାରତ

ଏହା ବି ପଢନ୍ତୁ...ବିଶ୍ବକପରେ ଅଭିଯାନ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା, ଶୁବମନ ଗିଲ୍‌ ଡେଙ୍ଗୁ ଆକ୍ରାନ୍ତ

ପ୍ରକାଶ ଥାଉ ଏସୀୟ କ୍ରୀଡାରେ ସିଧାସଳଖ ସେମି ଫାଇନାଲ ଖେଳିଥିବା ଭାରତ ନେପାଳକୁ 23 ରନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା । ଏହି ମ୍ୟାଚରେ ଯଶ୍ବସୀ ଜୈସ୍ବାଲ ଧୂଆଁଦାର ଶତକ ହାସଲ କରିଥିଲେ । ନିର୍ଦ୍ଧାରିତ 20 ଓଭରରେ ଭାରତ 4 ୱିକେଟ ହରାଇ 202 ରନ କରିଥିଲା । ଏସୀୟ କ୍ରୀଡା ମହିଳା କ୍ରିକେଟ ଦଳ ସ୍ବର୍ଣ୍ଣ ପଦକ ହାସଲ କରିିଥିଲା ।

Last Updated : Oct 6, 2023, 10:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.