ETV Bharat / sports

Asia Cup 2023 Super 4: ଆଜି ଫାଇନାଲ ଟିକେଟ ପାଇଁ ଲଢିବେ ପାକିସ୍ତାନ-ଶ୍ରୀଲଙ୍କା - ଏସିଆ କପ 2023

ଏସିଆ କପ ସୁପର 4 ରାଉଣ୍ଡରେ ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ବିଜୟୀ ଦଳ ସେପ୍ଟେମ୍ବର 17 ତାରିଖରେ ଭାରତ ସହ ଫାଇନାଲ ମ୍ୟାଚ ଖେଳିବ । ଅଧିକ ପଢନ୍ତୁ

Asia Cup 2023 Super 4 pakistan vs sri lanka
ଆଜି ଫାଇନାଲ ଟିକେଟ ପାଇଁ ଲଢିବେ ପାକିସ୍ତାନ-ଶ୍ରୀଲଙ୍କା
author img

By ETV Bharat Odisha Team

Published : Sep 14, 2023, 12:16 PM IST

କଲମ୍ବୋ: ଚଳିତ ଏସିଆ କପ ସୁପର 4 ରାଉଣ୍ଡରେ ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯିବ । ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ଅପରାହ୍ନ 3ଟାରୁ ମ୍ୟାଚ ଆରମ୍ଭ ହେବ । ଏହି ମ୍ୟାଚରେ ଯେଉଁ ଦଳ ଜିତିବ ସେ ଫାଇନାଲକୁ ଉତୀର୍ଣ୍ଣ ହେବ । ତେଣୁ ଉଭୟ ଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ଦୁଇ ଦଳଙ୍କ ପାଇଁ ଏକପ୍ରକାର କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ଭାରତ ଫାଇନାଲରେ ପ୍ରବେଶ କରି ସାରିଛି । ଆଜିର ମ୍ୟାଚ ବିଜୟୀ ଦଳ ଭାରତ ସହ ସେପ୍ଟେମ୍ବର 17 ତାରିଖରେ ଫାଇନାଲ ମ୍ୟାଚ ଖେଳିବ । ତେଣୁ ଆଜିର ମୁକାବିଲା ଜିତିବାକୁ ପାକିସ୍ତାନ ଓ ଡିଫେଣ୍ଡି ଚମ୍ପିଆନ ସବୁ କଳ ବଳ କୌଶଳ ଲଗାଇବେ । ଯଦି ମ୍ୟାଚ ବାତିଲ ହୁଏ ତେବେ ଶ୍ରୀଲଙ୍କା ଫାଇନାଲକୁ ଉଠିବ ।

ଶ୍ରୀଲଙ୍କ ବନାମ ପାକିସ୍ତାନ: ଏସିଆ କପ ଆରମ୍ଭରୁ ଦୁଇ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଥିଲେ । ମାତ୍ର ଦୁଇଦଳ ସେମାନଙ୍କ ଶେଷ ଦୁଇ ମ୍ୟାଚ ଭାରତଠୁ ପରାସ୍ତ ହୋଇଛନ୍ତି । ଶ୍ରୀଲଙ୍କା ସୁପର 4 ରାଉଣ୍ଡରେ ଭାରତଠୁ 41ରନରେ ପରାସ୍ତ କରିଥିଲା । ପାକିସ୍ତାନ ବିପକ୍ଷରେ 228 ରନରେ ବିଜୟ ହାସଲ କରିଥିଲା । ଆଜି ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଫାଇନାଲ ଟିକେଟ ପାଇଁ ଲଢେଇ ହେବ । ବିଜୟ ଦଳ ଫାଇନାଲକୁ ଉଠିବ । 3 ବର୍ଷ ପର ଦୁଇ ଦଳ ପରସ୍ପରକୁ ଦିନିକିଆ କ୍ରିକେଟରେ ଭେଟିବାକୁ ଯାଉଛନ୍ତି । 2019ରେ ଦୁଇ ଦଳ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା ଯାହାକୁ 5 ୱିକେଟରେ ଜିତିଥିଲା ଭାରତ । ଭାରତ ବିପକ୍ଷରେ ଶ୍ରୀଲଙ୍କାର ଦୁନିଥ ୱେଲ୍ଲାଲାଗେ ଏକାକୀ ୫ ୱିକେଟ୍ ହାସଲ କରିଥିଲେ । ପାକିସ୍ତାନୀ ବ୍ୟାଟର ଆଜି ଦୁନିଥ ୱେଲ୍ଲାଲାଗେଙ୍କ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି । ସେହିପରି ପାକିସ୍ତାନର ସାଇନ ଆଫ୍ରିଦିଙ୍କ ଉପରେ ଶ୍ରୀଲଙ୍କା ବ୍ୟାଟରଙ୍କ ନଜର ରହିବ । ଉଭୟ ଦଳର ବ୍ୟାଟିଂ ବିଭାଗ ସୃଦୁଢ ରହିଛି ।

ଆହତ ନସିମ ଏସିଆ କପରୁ ବାଦ: ଭାରତ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ପାକିସ୍ତାନ ପେସ ବୋଲର ନସିମ ଏସିଆ କପରୁ ବାଦ ପଡିଛନ୍ତି । ତେଣୁ ତାଙ୍କ ସ୍ଥାନରେ ଜମାନ ଖାନଙ୍କୁ ଡାକରା ଆସିଛି । ଆଜି ଶ୍ରୀଲଙ୍କା ବିପକ୍ଷରେ ଚୂଡାନ୍ତ ଏକାଦଶରେ ଖେଳିବେ ଜମାନ । ଆହତ ଗୁରୁତର ନଥିଲେ ବି ତାଙ୍କୁ ବିଶ୍ରାମ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ବର୍ଷା ଧୋଇପାରେ ମ୍ୟାଚ: କଲମ୍ବୋରେ ଖେଳାଯାଇଥିବା ଦୁଇ ମ୍ୟାଚରେ ବର୍ଷା ହୋଇଥିଲା । ତେଣୁ ଆଜି ବି ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥାନୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଗୁରୁବାର ମ୍ୟାଚ୍‌ ସମୟରେ ୭୩% ବର୍ଷା ଆଶଙ୍କା ରହିଛି । ଏପରି ଆକଳନ ପରେ ଶ୍ରୀଲଙ୍କା ଓ ପାକିସ୍ତାନ ମ୍ୟାଚ୍‌କୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି । କାରଣ ଏହି ମ୍ୟାଚ୍‌ ପାଇଁ କୌଣସି ରିଜର୍ଭ ଡେ' ମଧ୍ୟ ଧାର୍ଯ୍ୟ ହୋଇନାହିଁ । ଯଦି ବର୍ଷା ଲାଗି ରୁହେ, ତେବେ ନିୟମ ଅନୁସାରେ ମ୍ୟାଚ୍‌କୁ ବାତିଲ କରାଯାଇ ପଏଣ୍ଟ୍‌ ଭାଗ କରାଯିବ । ଏମିତି ହେଲେ ଏସିଆ କପ୍‌ ୨୦୨୩ ଫାଇନାଲକୁ ପ୍ରବେଶ କରିବ ଶ୍ରୀଲଙ୍କା । କାରଣ ପାକିସ୍ତାନ ତୁଳନାରେ ଶ୍ରୀଲଙ୍କା ରନ୍‌ରେଟରେ ଆଗୁଆ ରହିଛି ।

ଏହା ବି ପଢନ୍ତୁ...Asia Cup 2023 Ind vs SL: ୧୭୨ରେ ଅଟକିଲା ଶ୍ରୀଲଙ୍କା, ଫାଇନାଲରେ ଭାରତ

ଏହା ବି ପଢନ୍ତୁ...Asia Cup 2023: ବର୍ଷା ଧୋଇନେବ ପାକିସ୍ତାନ ଓ ଶ୍ରୀଲଙ୍କା ମ୍ୟାଚ୍‌ ! ବାତିଲ ହେଲେ ଫାଇନାଲକୁ କିଏ ଯିବ ?

ପାକିସ୍ତାନ ସମ୍ଭାବ୍ୟ ଦଳ: ମହମ୍ମଦ ହ୍ୟାରିସ, ଇମାନ ଇଲ-ହକ, ବାବର ଆଜମ, ମହମ୍ମଦ ରିଜୱାନ, ସୌଦ ସକିଲ, ଇଫତିଖର ଅହମ୍ମଦ, ଶଦାବ ଖାନ, ମହମ୍ମଦ ନୱାଜ, ସହିନ ଆଫ୍ରିଦି. ମହମ୍ମଦ ୱାସିମ, ଜମାନ ଖାନ ।

ଶ୍ରୀଲଙ୍କା ସମ୍ଭାବ୍ୟ ଦଳ: ଦିମୁଥ କରୁଣାରତ୍ନେ, ପଥୁମ ନିଶଙ୍କା, କୁଶଳ ମେଣ୍ଡିସ (ୱିକେଟ କିପର), ସଦିରା ସମରବିକ୍ରମା, ଚରିଥ ଆଶଲଙ୍କା, ଧନଞ୍ଜୟ ଡି ସିଲଭା, ଡାସୁନ ଶଣକା (ଅଧିନାୟକ), ଦୁନିଥ ୱିଲୋଲେଜ, ମହେଶ ତୀକ୍ଷଣା, ବିନୁରା ଫର୍ଣ୍ଣାଣ୍ଡୋ, କାସୁନ ରଞ୍ଜିଥା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.