ETV Bharat / sports

Asia cup, ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ଆଫଗାନିସ୍ଥାନ

author img

By

Published : Aug 26, 2022, 6:48 PM IST

ଏସିଆ କପ ପାଇଁ ଆରମ୍ଭ ହୋଇ ଗଲାଣି କାଉଣ୍ଟଡାଉନ । ଏଥର ମୋଟ ୬ଟି ଦଳ ଭାଗ ନେବେ । ଉଦଘାଟନୀ ମ୍ୟାଚ୍‌ ୟୁଏଇରେ ଶ୍ରୀଲଙ୍କା ଓ ଆଫଗାନିସ୍ଥାନ ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ

ରାତି ପାହିଲେ ଏସିଆ କପ, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ଆଫଗାନିସ୍ଥାନ

ହାଇଦ୍ରାବାଦ: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବାର ଯାଉଛି । ଆସନ୍ତାକାଲି(ଶନିବାର) ଠାରୁ ଆରମ୍ଭ ହେଉଛି ବହୁ ପ୍ରତିକ୍ଷିତ ଏସିଆ କପ (Asia cup countdown started) ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌ । ଉଦଘାଟନୀ ମ୍ୟାଚ୍‌ ୟୁଏଇରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ (Sri Lanka VS Afghanistan)। ସମସ୍ତ ଟିମ UAEରେ ପହଞ୍ଚି ଜୋରଦାର ପ୍ରସ୍ତୁତି କରିଛନ୍ତି । ଆଗକୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ବକପ ଖେଳାଯିବାକୁ ଥିବାରୁ ଏଥର ଏସିଆ କପ ଟି୨୦ ଫର୍ମାଟରେ ଖେଳାଯିବ ।

ଶ୍ରୀଲଙ୍କା ଆଫଗାନିସ୍ଥାନ ମଧ୍ୟରେ ପ୍ରଥମ ମ୍ୟାଚ୍‌

ଏଥର ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ରହିଛନ୍ତି । ଗ୍ରୁପ ଏ ରେ ରହିଛନ୍ତି ଭାରତ, ପାକିସ୍ତାନ ଏବଂ ହଂକଂ । ସେହିପରି ଗ୍ରୁପ ବି ରେ ରହିଛନ୍ତି ଆଫଗାନିସ୍ଥାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ । ପ୍ରଥମ ମ୍ୟାଚ୍‌ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଖେଳାଯିବ । ଗ୍ରୁପି ବି'ର ଦୁଇଟି ଦଳ ଶ୍ରୀଲଙ୍କା ଏବଂ ଆଫଗାନିସ୍ଥାନ ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ।

ମୋଟ ୧୩ଟି ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ

ଚଳିତ ଥର ଏସିଆ କପ୍‌ରେ ୬ ଟି ଦଳ ଭାଗ ନେଇଛନ୍ତି । ସମସ୍ତ ଦଳ ଉଭୟ ଉଭୟଙ୍କୁ ଥରେ ଲେଖାଏଁ ଭେଟିବେ । ଏହା ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୧ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଏଥର ଫାଇନାଲ ମ୍ୟାଚ୍‌କୁ ମିଶାଇ ମୋଟ ୧୩ଟି ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି । ଫାଇନାଲ ମ୍ୟାଚ୍‌ ସେପ୍ଟେମ୍ବର ୧୧ ତାରିଖରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ।

ଏସିଆ କପରେ ଭାରତ ପାକିସ୍ତାନ ମ୍ୟାଚ୍‌ର କ୍ରେଜ

ଉଦଘାଟନୀ ମ୍ୟାଚରେ ଆଫଗାନିସ୍ଥାନ-ଶ୍ରୀଲଙ୍କା ମୁହାଁମୁହିଁ ହେବାକୁ ଥିବାବେଳେ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ଦର୍ଶକଙ୍କର ଅପେକ୍ଷା ରହିଛି । ଅଗଷ୍ଟ ୨୮ ତାରିଖରେ ଏସିଆ କପ୍‌ର ଦ୍ବିତୀୟ ଲିଗ୍‌ ମ୍ୟାଚ୍‌ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯିବ । ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ନେତ୍ବରେ ପାକିସ୍ତାନ ବିପକ୍ଷରେ ଏସିଆ କପର ପ୍ରଥମ ମ୍ୟାଚ ଖେଳିବାକୁ ପଡିଆକୁ ଓହ୍ଲାଇବ । ସେପଟେ ଏସିଆ କପ ପୂର୍ବରୁ ପାକିସ୍ତାନକୁ ଲାଗିଛି ବଡ ଝଟକା । ଷ୍ଟାର ବୋଲର ସାହିନ ଆଫ୍ରିଦି ଆହତ କାରଣରୁ ଦଳରୁ ବାଦ ପଡିଛନ୍ତି ।

ଏସିଆ କପ୍‌ରେ ସାହିନ ଆଫ୍ରିଦିଙ୍କ ଅନୁପସ୍ଥିତି ପାକିସ୍ତାନ କ୍ରିକେଟ ଟିମ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ୨୦୨୦ ମସିହା ଟି୨୦ ବିଶ୍ବକପରେ ଭାରତ ବିପକ୍ଷେ ଘାତକ ବୋଲିଂ ସହ ଭାରତୀୟ ଟପଅର୍ଡରକୁ ଧ୍ବସ୍ତ କରିଥିଲେ ସାହିନ ।

ସାତ ଥର ଏସିଆ କପ ଟାଇଟଲ ହାସଲ କରିଛି ଭାରତ

ଚଳିତ ଥର ଏସିଆ କପର ପଞ୍ଚଦଶ ସଂସ୍କରଣ ଖେଳାଯିବ । ଏହାର ପ୍ରଥମ ସଂସ୍କରଣ ୧୯୮୪ ମସିହା ୟୁଏଇରେ ଖେଳାଯାଇଥିଲା । ୨୦୦୮ ମସିହାଠାରୁ ଏସିଆ କପ ଦୁଇ ବର୍ଷ ମଧ୍ୟରେ ଥରେ ଅନୁଷ୍ଠିତ ହୋଇଥାଏ । କୋଭିଡ କାରଣରୁ ୨୦୨୦ ମସିହା ଏସିଆ କପ ଟୁର୍ଣ୍ଣାମେଣ୍ଟ ଖେଳା ଯାଇନଥିଲା । ୨୦୧୮ ମସିହାରେ ଶେଷ ଥର ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ଏସିଆ କପରେ ଭାଗ ନେଇଥିଲା । ଫାଇନାଲ ମ୍ୟାଚରେ ବାଲାଂଦେଶକୁ ହରାଇ ସପ୍ତମ ଥର ପାଇଁ ଏସିଆ କପ ଟାଇଟଲ ହାସଲ କରିବାରେ ରେକର୍ଡ ସୃଷ୍ଟି କରିଥିଲା । ସେହିପରି ମ୍ୟାନ ଇନ ବ୍ଲୁ ୧୯୮୪, ୧୯୮୮, ୧୯୯୦-୯୧, ୧୯୯୫, ୨୦୧୦, ୨୦୧୬, ୨୦୧୮ ମସିହାରେ ଭାରତ ଏସିଆ କପର ଟାଇଟଲ ନିଜ ନାମରେ କରିବାରେ ସଫଳ ହୋଇଛି । ସେହିପରି ଶ୍ରୀଲଙ୍କା ୫ ଥର ଏବଂ ପାକିସ୍ତାନ ୨ ଥର ଏସିଆ କପ ଟାଇଟଲ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.