କଲମ୍ବୋ: ସୁପର ସନଡେରେ ଆଜି ହାଇଭୋଲଟେଜ ଫାଇଟ । ଏସିଆ କପ ସୁପର 4 ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦନ୍ଦୀ ଭାରତ ଓ ପାକିସ୍ତାନ । ଏସିଆ କପରେ ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିତୀୟ ଲଢେଇ । ଗ୍ରୁପ ପର୍ଯ୍ୟାୟର ମୁକାବିଲା ବର୍ଷା ଯୋଗୁଁ ବାତିଲ ଥିବାରୁ ଆଜିର ମ୍ୟାଚ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦ୍ବିଗୁଣିତ ରହିଛି । ଯଦି ଆଜିର ମ୍ୟାଚରେ ବର୍ଷା ହୁଏ ତେବେ ଅତିରିକ୍ତ ଦିନ ସ୍ଥିର ହୋଇଛି । ପୂର୍ବ ହିସାବର ପ୍ରତିଶୋଧ ନେବାକୁ ମୈଦାନକୁ ଓହ୍ଲାଇବ ମ୍ୟାନ ଇନ ବ୍ଲୁ । ଭାରତୀୟ ସମୟ ଅପରାହ୍ନ 3ଟାରୁ ଆରମ୍ଭ ହେବ ମ୍ୟାଚ ।
ଭାରତ ପାଇଁ ଚ୍ୟାଲେଞ୍ଜ ହେବେ ପାକ ପେସ ବୋଲର: ଏସିଆ କପ ସୁପର 4 ରାଉଣ୍ଡର ପ୍ରଥମ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ପରାସ୍ତ କରିଥିଲା । ଭାରତ ବିପକ୍ଷରେ ଗ୍ରୁପ ପର୍ଯ୍ୟାୟର ମୁକାବିଲା ବାତିଲ ହୋଇଥିଲେ ବି ପାକିସ୍ତାନ ପେସ ବୋଲରଙ୍କ ସାମ୍ନା କରିବା ଭାରତୀୟ ବ୍ୟାଟରଙ୍କ ପାଇଁ କଷ୍ଟକର ହୋଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଓ ଈଶାନ କିଶନଙ୍କ ଲଢୁଆ ବ୍ୟାଟିଂ ବଳରେ ଦଳୀୟ ସ୍କୋର 250 ପାର କରିଥିଲା । ଭାରତ ପାଇଁ ପାକିସ୍ତାନ ପେସ ବୋଲର ଚ୍ୟାଲେଞ୍ଜ ହେବ । ବିଶେଷ କରି ସାହିନ ଆଫ୍ରିଦଙ୍କୁ ସାମ୍ନା କରିବାକୁ ହେଲେ ଭାରତୀୟ ବ୍ୟାଟରଙ୍କୁ ରଣନୀତି ପ୍ରସ୍ତୁତ କରି ମୈଦାନକୁ ଓହ୍ଲାଇବାକୁ ହେବ । ଆଜି ରୋହିତ ଶର୍ମା, ବିରାଟ କୋହଲିଙ୍କୁ ଏକ ସଫଳ ଇନିଂସ ଖେଳିବାକୁ ହେବ । ଯଶପ୍ରୀତ ବୁମରା ଦଳରେ ସାମିଲ ହୋଇଛନ୍ତି । ତାଙ୍କଠୁ ସଫଳ ବୋଲିଂ ଆଶା କରୁଛନ୍ତି ଫ୍ୟାନ୍ସ । ସେପଟେ ବୋଲିଂ ବାହିନୀକୁ ନେଇ ଉତ୍ସାହିତ ଅଛନ୍ତି ଅଧିନାୟକ ବାବାର ଆଜମ । ବ୍ୟାଟିଂରେ ବାବର ଆଜମ, ମହମ୍ମଦ ରିଜୱାନ ଓ ଇଫତିକାର ଭଲ ଫର୍ମରେ ରହିଛନ୍ତି । ଆଜି ବ୍ୟାଟରଙ୍କୁ ଭାରତୀୟ ବୋଲରଙ୍କୁ ଅଟକାଇବାକୁ ହେବ ।
ପ୍ରକାଶ ଥାଉ କି, ଚଳିତ ଏସିଆ କପରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ଦ୍ବିତୀୟ ଥର ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା ଫଳରେ ଦୁଇଦଳ ପଏଣ୍ଟ ଭାଗ କରିଥିଲେ । ଆଜି ବାକି ଥିବା ହିସାବ ପୂରଣ କରିବାକୁ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆଜି ଏକ କଡା ମୁକାବିଲା ଦେଖିବାକୁ ମିଳିବ । ପ୍ରଥମ ମ୍ୟାଚ କାଣ୍ଡିରେ ଖେଳାଯାଇଥିବା ବର୍ଷା ପାଇଁ ମ୍ୟାଚ ବାତିଲ ହୋଇଥିଲା । ଆଜିର ମ୍ୟାଚକୁ କଲମ୍ବୋକୁ ସ୍ତାନାନ୍ତରଣ କରାଯାଇଛି । କଲମ୍ବାରେ ମଧ୍ୟ ବର୍ଷା ଲାଗି ରହିଛି । ରିଜର୍ଭ ଡେ ରଖା ଯାଇଥିବାରୁ ମ୍ୟାଚ ଧୋଇ ଯିବାର ଆଶା ନାହିଁ ।
ଏହା ବି ପଢନ୍ତୁ...Asia Cup 2023: ଭାରତ-ପାକ୍ ମ୍ୟାଚ୍ ପାଇଁ ରିଜର୍ଭ ଡେ', ବର୍ଷିଲେ ପୂର୍ବତନ କ୍ରିକେଟର
ଭାରତୀୟ ସମ୍ଭାବ୍ୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ଲୋକେଶ ରାହୁଲ/ଈଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା,ସାର୍ଦୁଳ ଠାକୁର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ।
ପାକିସ୍ତାନ ସମ୍ଭାବ୍ୟ ଦଳ: ଫଖାର ଜମାନ, ବାବାର ଆଜମ (ଅଧିନାୟକ), ଇମାମ ଉଲ ହକ, ମହମ୍ମଦ ରିଜୱାନ, ଆଘା ସଲମାନ, ଇଫତିକର ଅହମ୍ମଦ, ସଦେବ ଖାନ, ମହମ୍ମଦ ନୱାଜ, ସାହିନ ଆଫ୍ରିଦି, ନସିମ ଶାହ, ହ୍ୟାରିସ ରୌଫ ।