ETV Bharat / sports

Asia Cup 2023: ଅଗଷ୍ଟ 30ରୁ ଆରମ୍ଭ, ସେପ୍ଟେମ୍ବର 2ରେ ଭାରତ-ପାକ୍ ମୁକାବିଲା

author img

By

Published : Jul 20, 2023, 7:53 AM IST

ଏସିଆ କପ 2023 ପାଇଁ କ୍ରୀଡାସୂଚୀ ଘୋଷଣା ହୋଇଛି । ଅଗଷ୍ଟ 30ରୁ ଆରମ୍ଭ ହେବ ଏସିଆ କପ୍ । ସେପ୍ଟେମ୍ବର 17 ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଫାଇନାଲ ମ୍ୟାଚ ଖେଳାଯିବ । ଉଦଘାଟନୀ ମ୍ୟାଚ ନେପାଳ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ

Asia Cup 2023 schedule
ସେପ୍ଟେମ୍ବର 2ରେ ଭାରତ-ପାକ୍ ମୁକାବିଲା
Asia Cup 2023 schedule
Asia Cup 2023 schedule

ନୂଆଦିଲ୍ଲୀ: ଆସନ୍ତା ମାସରେ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଏସିଆ କପର କ୍ରୀଡାସୂଚୀ ଘୋଷଣା ହୋଇଛି । ଏସିଆନ କ୍ରିକେଟ କାଉନସିଲ ବୋର୍ଡ ଅଧ୍ୟକ୍ଷ ତଥା ବିସିସିଆଇ ସମ୍ପାଦକ ଜୟ ଶାହ ଟ୍ବିଟ କରି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଅଗଷ୍ଟ 30ରୁ ଆରମ୍ଭ ହେବ ଏସିଆ କପ ସେପ୍ଟେମ୍ବର 17 ଯାଏ ଚାଲିବ । ନେପାଳ ଓ ପାକିସ୍ତାନ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ସେପ୍ଟେମ୍ବର 2 ତାରିଖରେ କାଣ୍ଡିରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯିବ ।

ଅଗଷ୍ଟ 30ରୁ ଆରମ୍ଭ ହେବାକୁ ଥିବା ଏସିଆ କପର 16ତମ ସଂସ୍କରଣରେ ଉଦଘାଟନୀ ମ୍ୟାଚ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ । ଭାରତ ସେପ୍ଟେମ୍ବର 2ରୁ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହା ପରେ ସେପ୍ଟେମ୍ବର 4 ତାରିଖରେ ନେପାଳ ବିପକ୍ଷରେ ଖେଳିବ । ଗ୍ରୁପ ପର୍ଯ୍ୟାୟରେ ମୋଟ 6ଟି ମ୍ୟାଚ ଖେଳାଯିବ । ପ୍ରତି ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟିବେ । ଭାରତ ତାର ଗ୍ରୁପ ପର୍ଯ୍ୟାୟର ଦୁଇଟି ଯାକ ମ୍ୟାଚ ଶ୍ରୀଲଙ୍କାର କାଣ୍ଡିରେ ଖେଳିବ । ଅଗଷ୍ଟ 31ରେ ଗ୍ରୁପ ବିରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯିବ ।

  • I am happy to announce the schedule for the highly anticipated Men's ODI #AsiaCup2023, a symbol of unity and togetherness binding diverse nations together! Let's join hands in the celebration of cricketing excellence and cherish the bonds that connect us all. @ACCMedia1 pic.twitter.com/9uPgx6intP

    — Jay Shah (@JayShah) July 19, 2023 " class="align-text-top noRightClick twitterSection" data=" ">

ପାକିସ୍ତାନ ଓ ଶ୍ରୀଲଙ୍କାରେ ଏସିଆ କପରେ ସମସ୍ତ 13ଟି ମ୍ୟାଚ ଖେଳାଯିବ । ପାକିସ୍ତାନର ମୁଲତାନରେ ଆରମ୍ଭ ହୋଇ ଶ୍ରୀଲଙ୍କାର କଲମ୍ବୋରେ ଫାଇନାଲ ମ୍ୟାଚ ଖେଳାଯିବ । ପାକିସ୍ତାନର ମୁଲତାନ ଓ ଲାହୋର ଶ୍ରୀଲଙ୍କାର କାଣ୍ଡି ଓ କଲମ୍ବୋରେ ସମସ୍ତ ମ୍ୟାଚ ଖେଳାଯିବ ।

ଏହା ବି ପଢନ୍ତୁ...Asia Cup 2023: ଖେଳି ପାରିବେନି ଆୟର ! ଦଳକୁ ଫେରିପାରନ୍ତି ବୁମ୍‌ରା

ଏହା ବି ପଢନ୍ତୁ...ତୁଟିନି ଏସିଆ କପ୍‌ ବିବାଦ: ପାକିସ୍ତାନରେ ଅଧିକ ମ୍ୟାଚ୍‌ ଆୟୋଜନ ପାଇଁ ଦାବି ରଖିବ ପିସିବି

ହାଇବ୍ରିଡ ଫର୍ମାଟରେ ମୋଟ 6ଟି ଦଳକୁ ନେଇ ଏସିଆ କପ ଖେଳାଯିବ । 6ଟି ଦଳକୁ 2ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ ଏରେ ଭାରତ, ପାକିସ୍ତାନ ଓ ନେପାଳ ରହିଛନ୍ତି । ଗ୍ରୁପ ବିରେ ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି । ନେପାଳ ପ୍ରଥମ ଥର ପାଇଁ ଏସିଆ କପ ଖେଳିବାକୁ ଯାଉଛି ।

ଏସିଆ କପର ହାଇବ୍ରିଡ କ୍ରୀଡାସୂଚୀ ଘୋଷଣା ହୋଇଛି । ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏ ଦଳ ସୁପର-4 ରାଉଣ୍ଡକୁ ଉନ୍ନୀତ ହେବେ । ରାଉଣ୍ଡ ରବିନ ଫର୍ମାଟରେ ସୁପର-4 ରାଉଣ୍ଡ ଖେଳାଯିବ । ପ୍ରତ୍ୟେକ ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟିବେ । ପଏଣ୍ଟ ତାଲିକାରେ ଶ୍ରେଷ୍ଠ ଦୁଇ ଦଳ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ । ସେପ୍ଟେମ୍ବର 6ରୁ ସୁପର-4 ରାଉଣ୍ଡର ଆରମ୍ଭ ହେବ । ଗୋଟିଏ ଲାହୋଲରେ ହେବ ଅନ୍ୟ ସମସ୍ତ ମ୍ୟାଚ କଲମ୍ବୋରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.